ସମ୍ବିତ ପାତ୍ର ଦିନରେ ଯୋଗୀ ରାତିରେ ମୋର୍ଡନ ଡ୍ରେସରେ ବୁଲୁଛନ୍ତି କି?

False Political

ସୋସିଆଲ ମିଡିଆରେ ବିଜେପି ପ୍ରବକ୍ତା ସମ୍ୱିତ ପାତ୍ରଙ୍କ ନାମରେ ଏକ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଥମ ଫଟୋରେ ସମ୍ୱିତ ପାତ୍ର ଚନ୍ଦନ ଲଗାଇବା ସହ ଗେରୁଆ କପଡ଼ା ପାନ୍ଧୀ ବସିଛନ୍ତି। ତେବେ ଦ୍ୱିତିୟ ଫଟୋରେ ଜଣେ ବ୍ୟକ୍ତି କାରରେ ବସିଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଧର୍ମେନ୍ଦ୍ର ପ୍ରଧାନ ଦିନରେ ସାଧୁ ଏବଂ ରାତିରେ ମୋଡର୍ନ ରୁପରେ ଦେଖାଯାଉଛନ୍ତି। 

Baalia BABA ନାମକ ଏକ ଫେସବୁକ ୟୁଜର 13 ଜାନୁଆରିରେ ଭାଇରାଲ ପୋଷ୍ଟର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଦିନରେ ବସନ୍ତ ଆମେ ରାତିରେ ବାସନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 23ଥର ସେୟାର କରିଯାବ ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଫେସବୁକ । ଆର୍କାଇଭ

ତେବେ କଣ ଭାଇରାଲ ପୋଷ୍ଟର ଦ୍ୱିତିୟ ଫଟୋରେ ସମ୍ବିତ ପାତ୍ର ମୋର୍ଡନ ରୁପରେ ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଦ୍ୱିତିୟ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Hoezaay ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋର ଲିଙ୍କ ପାଇଲୁ। ଯାହାକି 7 ମେ 2018 ରେ ପୋଷ୍ଟ କରାଯାଇଥିଲା। ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ସମ୍ବିତ ପାତ୍ର ନୁହଁନ୍ତି। ସେ ଜଣେ ୟୁଟ୍ୟୁବର । ସେ ସମ୍ବିତ ପାତ୍ରଙ୍କ ଏକ  ଭିଡିଓରେ କାର ପାର୍କିଙ୍ଗକୁ ନେଇ ଥଠା ଭିଡିଓ ବନାଇଛନ୍ତି।  ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ସମ୍ବିତ ପାତ୍ରଙ୍କ ଭାଇରାଲ ଫଟୋର ସାକ୍ଷାତକାର ଭିଡିଓର Sansad TVରେ ପୋଷ୍ଟ କରାଯାଇଛି। ଯାହାକି 19 ଏପ୍ରିଲ 2019ରେ ପୋଷ୍ଟ କରାଯାଇଛି। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେଡିର ପିନାକି ମିଶ୍ରାଙ୍କୁ ସାମ୍ନା କରିବାକୁ ବିଜେପିର ସମ୍ୱିତ ପାତ୍ର ଆରଏସ୍ଟିଭିର ଅନୁ ଦେୱାନଙ୍କ ସହ କଥା ହୋଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହାପରେ ଆମକୁ ମିଳିଥିବା ଫଟୋ ଏବଂ ଭାଇରାଲ ଫଟୋର ବିଶ୍ଲେଷଣ କରିଲୁ। 

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ପୋଷ୍ଟରେ ସମ୍ବିତ ପାତ୍ରଙ୍କୁ ଦିନରେ ବସନ୍ତ ଆମେ ରାତିରେ ବାସନ୍ତି ଟ୍ରୋଲ କରାଯାଉଥିବା ଫଟୋ ଜଣେ ୟୁଟ୍ୟୁବ ଚ୍ୟାନେଲର ଅଟେ।

Avatar

Title:ସମ୍ବିତ ପାତ୍ର ଦିନରେ ଯୋଗୀ ରାତିରେ ମୋର୍ଡନ ଡ୍ରେସରେ ବୁଲୁଛନ୍ତି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *