କ’ଣ ନମାଜ ପଢ଼ିବା ପାଇଁ ମୁସ୍ଲିମ ବର୍ଗର ଲୋକ ଟ୍ରେନ ରୋକି ଦିଅନ୍ତି? ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

False Social

21 ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଅଧିକ ସଂଖ୍ୟାରେ ମୁସ୍ଲିମ ଟ୍ରେନ ଟ୍ରାକ ଉପରେ ବସି ନମାଜ ପଢ଼ୁଛନ୍ତି। ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଥିବା ସମୟରେ ପାଖରେ ଏକ ଟ୍ରେନ ଠିଆ ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟ୍ରେନକୁ ଅଟକାଇ ମୁସ୍ଲିମ ବର୍ଗର ଲୋକମାନେ ନମାଜ ପଢ଼ୁଛନ୍ତି। ମୁସ୍ଲିମମାନେ ଏକ ଟ୍ରେନକୁ ଅଟକାଇ ନମାଜ ପଢ଼ିବାରୁ ଟ୍ରେନ ଯାତାୟତରେ ଅନେକ ଅସୁବିଧା ହୋଇଥିଲା। ପୋଷ୍ଟର ଲିଙ୍କ ତଳେ ଦେଖନ୍ତୁ।

ଏଠାରେ ଲିଙ୍କ ଲେଖନ୍ତୁ-FacebookArchive

ଭାଇରାଲ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭିଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ଏହା ପରେ ଆମକୁ ଫୋଟୋ ସହ ଜଡ଼ିତ କିଛି ଲିଙ୍କ ମିଳିଲା। ସର୍ଚରେ ଆମକୁ The Times of Indiaର ଏକ ପୋଜ ମିଳିଲା ଯେଉଁଥିରେ ଭାଇରାଲ ଫୋଟୋ ମିଳିଲା। ପୋଷ୍ଟରେ ଲେଖା ଯାଇଛି ଯେ, ମୁସ୍ଲିମ ବର୍ଗର ଲୋକମାନେ ଅର୍ଚ୍ଚନା ମିୟାଂ ମସଜିଦରେ  ଅଲବିଦା ନମାଜ ପଢ଼ୁଛନ୍ତି । ଏହା ପରେ ସର୍ଚରେ ଆମକୁ Dainik Bhaskar ନ୍ୟୁଜ ପେଜରେ ଭାଇରାଲ ଫୋଟୋ ପାଇଲୁ। ଯେଉଁଥିରେ ଫୋଟୋ ବିଷୟରେ ବିସ୍ତାରରେ ଲେଖା ଯାଇଛି। ପୋଷ୍ଟର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଭାଇରାଲ ଫୋଟୋ 5 ବର୍ଷ ପୁରୁଣା ଅଟେ। ଏହା ଛଡ଼ା ଲୋଖା ଯାଇଛି ଯେ. ନୂଆ ଦିଲ୍ଲି ଏବଂ ସଦର ବଜାର ମଧ୍ୟରେ ନବି କରମ ନାକ ଜାଗାର ଅଟେ। ଯେଉଁଠାରେ ଅଚ୍ଛନ ମିୟା ମସଜିଦ ଅଛି। ଏହି ଫୋଟୋ ସିଠାକାର ଅଟେ। ଆଗରୁ ବ୍ରିଟିସ ସମୟରେ କେବଳ ରେଳ ସ୍ଟେଷନ କଲୋନିରେ ରହୁଥିବା ଲୋକମାନେ ଅଚ୍ଛନ ମିୟା ମସଜିଦରେ ନମାଜ ପଢ଼ୁଥିଲେ। ପରେ ଆଖ ପାଖର ଲୋକ ଏହି ମସଜିଦରେ ଆସିବାକୁ ଲାଗିଲେ। ଏହା ପରେ ଧିରେ ଧିରେ ଲୋକ ସଂଖ୍ୟା ବଢ଼ିବାରେ ଲିଗିଲା ଏବଂ ଲୋକ ରେଳ ଟ୍ରାକରେ ନମାଜ ପଢ଼ିବାରେ ଲାଗିଲେ। ଏଥି ପାଇଁ ସବୁ ବର୍ଷ ରମଜାନ ସମୟରେ 15 ରୁ 20 ମିନିଟ ପର୍ଯ୍ୟନ୍ତ ନମାଜ ପାଇଁ ଟ୍ରେନ ରୋକା ଯାଏ। ଯାହା ପରେ ଲୋକ ନମାଜ ପଢ଼ି ସରିଲା ପରେ ଟ୍ରେନ ଯାତାୟତ ହୁଏ। 

ଏଠାରେ ଲିଙ୍କ ଦେଖନ୍ତୁ- Dainik Bhaskar ।  Archive

ଏହା ପରେ ଆମେ Times of Indiaର ଏକ ପୋଜ ପାଇଲୁ ଯେଉଁଥିରେ ସ୍ପଷ୍ଟ କରାଯାଇଛି, ଯେ ଭାଇରାଲ ଫୋଟୋରେ ମୁସ୍ଲିମ ବର୍ଗର ଲୋକେ ଟ୍ରେନକୁ ଅଟକାଇ ନମାଜ ପଢ଼ୁନଥିଲେ। ଅର୍ଚ୍ଚନା ମିୟାଂ ମସଜିଦରେ ସବୁ ବର୍ଷ ରମଜାନ ସମୟରେ 15 ରୁ 20 ମିନିଟ ପର୍ଯ୍ୟନ୍ତ ନମାଜ ପାଇଁ ଟ୍ରେନ ରୋକା ଯାଏ। ଯାହା ପରେ ଲୋକ ନମାଜ ପଢ଼ି ସରିଲା ପରେ ଟ୍ରେନ ଯାତାୟତ ହୁଏ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ପୋଷ୍ଟରେ ମୁସ୍ଲିମ ବର୍ଗର ଲୋକ ଟ୍ରେନ ରୋକି ନମାଜ ପଢ଼ୁଥିବା ଦାବି ମିଥ୍ୟା ଅଟେ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ମୁସ୍ଲିମ ବର୍ଗର ଲୋକ ଟ୍ରେନ ରୋକି ନମାଜ ପଢ଼ୁଥିବାରୁ ଟ୍ରେନ ଯାତାୟତରେ ବିଘ୍ନ ସୃଷ୍ଟି ହେଉଥିବା ଦାବି ମିଥ୍ୟା ଅଟେ। ପୋଷ୍ଟରେ ଥିବା ଫୋଟୋ ଦିଲ୍ଲି  ଦିଲ୍ଲି ଏବଂ ସଦର ବଜାର ମଧ୍ୟରେ ଅଚ୍ଛନ ମିୟା ମସଜିଦର ଅଟେ। ଏଠାରେ ସବୁ ବର୍ଷ ରମଜାନ ସମୟରେ 15 ରୁ 20 ମିନିଟ ପର୍ଯ୍ୟନ୍ତ ନମାଜ ପାଇଁ ଟ୍ରେନ ରୋକା ଯାଏ। ଯାହା ପରେ ଲୋକ ନମାଜ ପଢ଼ି ସରିଲା ପରେ ଟ୍ରେନ ଯାତାୟତ ହୁଏ। 

Avatar

Title:କ’ଣ ନମାଜ ପଢ଼ିବା ପାଇଁ ମୁସ୍ଲିମ ବର୍ଗର ଲୋକ ଟ୍ରେନ ରୋକି ଦିଅନ୍ତି? ଜାଣନ୍ତୁ ଭାଇରାଲ ଫୋଟୋର ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *