କାନପୁରରେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ଯୁବକମାନେ ମୁସଲମାନ ନଥିଲେ; ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଏହି ଭିଡିଓ ଭାଇରାଲ୍ କରା ଯାଉଛି। 

Communal False

ଇଣ୍ଟର୍ନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଦେଖିପାରିବେ ପୋଲିସ୍ ଘର ଛାତ ଉପରେ କିଛି ଯୁବକଙ୍କୁ ପିଟୁଛନ୍ତି। ଦାବି କରା ଯାଇଛି ଯେ କାନପୁରରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କିଛି ମୁସଲମାନ ଲୋକେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ମାଡ ମାରିଥିଲା।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ ଉପରକୁ ପଥର ଫିଙ୍ଗୁଠିବା ଲୋକେ ମୁସ୍ଲିମ ସମ୍ପ୍ରଦାୟର ନୁହଁନ୍ତି। 

କ’ଣ କୁହା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ୟୁପି କାନପୁରର କିଛି ଶାନ୍ତି ଦୁତ ଛାତରୁ ପୋଲିସ ଉପରେ ପଥର ଫିଙ୍ଗିଥିଲେ। ଏହା ପରେ, କିଛି ସାହସୀ ପୋଲିସ ସିଡି ଦ୍ଵାରା ଛାତକୁ ଯାଇ ଘୁଷୁରିମାନଙ୍କୁ ଧରି ଜିହାଦୀମାନଙ୍କ ଉପରେ ବାଡ଼ି ଲଗାଇ ସେମାନଙ୍କର ଦିୱାଲୀଙ୍କୁ ଖୁସି କରାଇଲେ ଏବଂ ସେହି ସମୟରେ ବାବା ଜୀ ମଧ୍ୟ ସେହି କୋଠା ଭାଙ୍ଗିବା ପାଇଁ ବୁଲଡୋଜର ପଠାଇଲେ

Facebook | Archive

ସମାନ ଭିଡିଓ ଟୁଇଟର ରେ ମଧ୍ୟ ଭାଇରାଲ ହେଉଛି। 

ଆମ ଅନୁସନ୍ଧାନ: 

ଫେସବୁକରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଏହାର ମୂଳ ଭିଡିଓ ୨୦ ଅକ୍ଟୋବର ରେ ଏବିପି ନ୍ୟୁଜର ପେଜରେ ସେୟାର ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର କାନପୁର ଗ୍ରାମାଞ୍ଚଳର ଛାତ ଉପରୁ କିଛି ଯୁବକ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ। ଏହା ପରେ ପୋଲିସ ଛାତକୁ ଯାଇ ଯୁବକମାନଙ୍କୁ ବାଡ଼ିରେ ପିଟିଥିଲା। କୋର୍ଟ ନିର୍ଦେଶରେ ବୁଲଡୋଜରରେ କୋଠା ଭାଙ୍ଗିବା ପ୍ରକ୍ରିୟା ସମୟରେ ଏହି ଘଟଣା ଘଟିଥିଲା। 

୨୦ ଅକ୍ଟୋବରରେ ଦୈନିକ ଭାସ୍କର ୱେବସାଇଟରେ ମଧ୍ୟ ଏହି ଘଟଣା ନେଇ ଆମକୁ ସୂଚନା ମିଳିଲା। ରିପୋର୍ଟ ଅନୁଯାୟୀ, କାନପୁର ଗ୍ରାମାଞ୍ଚଳର ଭୋଗନିପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ପୁଖରାୟଣ ଅଞ୍ଚଳରେ ପଡୁଥିବା କିଡୱାଇ ନଗରରେ ଏହି ଘଟଣା ୧୮ ତାରିଖ ଦିନ ଘଟିଥିଲା।

ଏକ ବେଆଇନ ଗୃହ ନିର୍ମାଣ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ଦଳ ଘର ଭାଙ୍ଗିବାକୁ ଆସିଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଦୁର୍ବ୍ୟବହାର କରି ପଥର ଫିଙ୍ଗିଥିଲେ। ଏହାର ଜବାବରେ ପୋଲିସ ତାଙ୍କ ଉପରେ ଚାପ ପକାଇ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ଅନ୍ୟାନ୍ୟ ବିଭାଗ ଅଧୀନରେ ମାମଲା ରୁଜୁ କରିବା ପରେ ତାଙ୍କୁ ଜେଲକୁ ପଠାଇଥିଲା। ପଥର ଫିଙ୍ଗୁଠିବା ଦୁଇଟି ଯୁବକଙ୍କ ନାମ ହେଉଛି ସମୀର ଏବଂ କାର୍ତ୍ତିକ। 

ଉପରୋକ୍ତ ରିପୋର୍ଟ ଗୁଡ଼ିକରେ କେଉଁଠାରେ ଏହା ଉଲ୍ଲେଖ କରା ଯାଇ ନାହିଁ ଯେ ଆଭିଯୁକ୍ତ ମାନେ ମୁସଲମାନ ଅଟନ୍ତି। 

ଏହା ପରେ ଫ୍ୟାକ୍ଟ କ୍ରେସେଣ୍ଡୋ ଭୋଗନିପୁରର ସିଓ ସହିତ ଯୋଗାଯୋଗ କରିଲା। ସେ ଆମକୁ କହିଲେ ଯେ “ଏହି ଘଟଣାର ସାମ୍ପ୍ରଦାୟିକତା ସହିତ କୌଣସି ସମ୍ବନ୍ଧ ନାହିଁ। ପୋଲିସ ଯେଉଁ ଯୁବକଙ୍କୁ ମାଡ଼ ମାରିଥିଲା ଏବଂ ଜେଲରେ ରଖାଯାଇଥିବା ଯୁବକମାନେ ହିନ୍ଦୁ ଅଟନ୍ତି। ଏହି ଘଟଣା ସହିତ ମୁସଲମାନ ସମ୍ପ୍ରଦାୟର କୌଣସି ସମ୍ପର୍କ ନାହିଁ।”

୧୮ ଅକ୍ଟୋବରରେ ଭୋଗନିପୁର ପୋଇସର ଟୁଇଟର ହେଣ୍ଡେଲରେ ଏକ ଭିଡିଓ ଟୁଇଟ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

Archive

ଶେଷକଥା: 

ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ପୋଲିସ ଯେଉଁ ଯୁବକଙ୍କୁ ମାରୁଛି ସେମାନେ ହିନ୍ଦୁ ଅଟନ୍ତି। ପୁରା ଘଟଣାକୁ ଏକ ସାମ୍ପ୍ରଦାୟିକତା ରୂପ ଦେଇ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି।

Avatar

Title:କାନପୁରରେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ଯୁବକମାନେ ମୁସଲମାନ ନଥିଲେ; ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଏହି ଭିଡିଓ ଭାଇରାଲ୍ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *