କ’ଣ ରୁଷ ରାଷ୍ଟ୍ରପତି ଭାଲ୍ଡିମିର ପୁଟିନ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି? ଜାଣନ୍ତୁ ସତ୍ୟ।

False International

ୟୁକ୍ରେନରେ ପଢୁଥିବା ଛାତ୍ର ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ମିଶନ ପ୍ରାରମ୍ଭ କରିଛି ଯାହାର ନାମ ହେଲା ଅପରେସନ୍ ଗଙ୍ଗା। ଏହି ସମୟରେ ଏୟାର ଇଣ୍ଡିଆରେ ବସିଥିବା ଭାରତୀୟ ଛାତ୍ରମାନଙ୍କ ଏକ ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହେଉଛି। ଏହା ସହିତ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ ବୋଲି ଦାବି କରା ଯାଉଛି। 

ଭାଇରାଲ ଭିଡିଓରେ ଲେଖା ଯାଇଛି ଯେ, “ରୁଷ ରାଷ୍ଟ୍ରପତି ପୁଟିନ ନିଜେ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେଭାରତର କେତେ ସମ୍ମାନ ଅଛିଭାରତୀୟ ହେବାରେ ଗର୍ବ କରନ୍ତୁ

ଏହି ଭିଡିଓର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ୱ୍ହାଟ୍ସ ଅପ୍ ରେ ନିବେଦନ ଆସିଥିଲା। 

ଆମ ଅନୁସନ୍ଧାନ: 

ପ୍ରଥମେ ଆମେ ଭିଡିଓକୁ ସଠିକ୍ ଭାବରେ ଦେଖିଲୁ ଏବଂ ଶୁଣିଲୁ। ଏଥିରେ ଆପଣ ମାନେ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ବିମାନରେ ଥିବା ଛାତ୍ର ମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେ ଇଂରାଜୀ ଭାଷାରେ କହୁଛନ୍ତି ଯେ ତାଙ୍କ ନାମ ରାହୁଲ ଶ୍ରିବାସ୍ତବ ଏବଂ ସେ ରୋମାନିଆରେ ଭାରତର ରାଷ୍ଟ୍ରଦୂତ ଅଟନ୍ତି। ସେ ଛାତ୍ର ମାନଙ୍କୁ ଭାରତ ଫେରୁଥିବାରୁ ଅଭିନନ୍ଦନ ଜଣାଇଛନ୍ତି। 

ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଥିବା ବ୍ୟକ୍ତି ରୁଷର ରାଷ୍ଟ୍ରପତି ପୁଟିନ ନୁହନ୍ତି। 

ଭାଇରାଲ ଭିଡିଓର ଡାହାଣ ପାର୍ଶ୍ଵରେ ଆମକୁ ଇ.ଟି ନାଓ ଲେଖା ହେଇଥିବା ମିଳିଲା। ଆମେ ଫେସବୁକରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଫଳାଫଳରେ ଆମକୁ ସମାନ ଭିଡିଓ 26 ଫେବୃଆରିରେ ଇ.ଟି ନାଓ ର ପେଜରେ ସେୟାର ହେଇଥିବା ମିଳିଲା। ଏହା ସହିତ ସୂଚନା ଦିଆ ଯାଇଛି ଯେ ଏୟାର ଇଣ୍ଡିଆ ବିମାନରେ ରୋମାନିଆରେ ଭାରତ ରାଜଦୁତରାହୁଲ ଶ୍ରିବାସ୍ତବ ଭାରତ ଛାତ୍ର ଏବଂ ନାଗରିକଙ୍କୁ ବିଶେଷ ସନ୍ଦେଶ ଦେଇଥିଲେ। 

ଏହା ପରେ ଆମକୁ ସୂଚନା ଏବଂ ପ୍ରସାରଣ ମନ୍ତରାଳୟ ଦ୍ଵାରା ୨୬ ଫେବୃଆରି ରେ ୟୁଟ୍ୟୁବରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ରୋମାନିଆରେ ଭାରତ ରାଷ୍ଟ୍ରଦୂତ ରାହୁଲ ଶ୍ରିବାସ୍ତବ ବିମାନରେ ଥିବା ନାଗରିକଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଭାରତୀୟ ଛାତ୍ର ମାନଙ୍କୁ ଅଭଜିନନ୍ଦନ ଜଣାଉଥିବା ବ୍ୟକ୍ତି ରୁଷ ରାଷ୍ଟ୍ରପଟି ପୁଟିନ ନୁହନ୍ତି। ରୋମାନିଆରେ ଥିବା ଭାରତ ରାଷ୍ଟ୍ରଦୁତ ରାହୁଲ ଶ୍ରିବାସ୍ତବ ଭାରତୀୟ ନାଗରିକଙ୍କ ସହିତ କଥାବାର୍ତ୍ତା କରୁଥିବା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ରୁଷ ରାଷ୍ଟ୍ରପତି ଭାଲ୍ଡିମିର ପୁଟିନ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *