
ସୋସିଆଲ ମଡ଼ିଆରେ ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର (Shakir) ସାକିର ନାମକ ଜଣେ ଛାତ୍ରର ସିଟିଜନସିପ ଆମେଣ୍ଡମେଣ୍ଟ ଆକ୍ଟ(CAA) ବିରୁଦ୍ଧରେ ପ୍ରଦର୍ଶନ କରିବା ସମୟରେ ମୃତ୍ୟୁ ହେବାର ଦାବି କରାଯାଉଛି। ଏହି ଫୋଟୋକୁ 17 ଡିସେମ୍ବରରେ ଆମେ ଓଡ଼ିଶା ୱାଟ୍ସଅପ ଗୃପ ଏବଂ ସ୍ଟାଟସ୍ ରେ ପାଇଲୁ। ୱାଟ୍ସଅପ ସ୍ଟାଟସ୍ ରେ ଇଂରାଜୀରେ ଲେଖା ଯାଇଥିଲା ଯେ, Shakir(kota,rajasthan) student of jamia is on more due to dheli police violent attack on students.

ତେବେ ଏହି ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କ’ଣ ସତରେ CAA ପ୍ରଦର୍ଶନରେ ଜାମିଆର ଛାତ୍ରର ମୃତ୍ୟୁ ହୋଇଛି। ଏହାର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଗୁଗୁଲରେ Shakie’s death ଲୋଖି ସର୍ଚ କରିଲୁ। ସର୍ଚରେ ଆମକୁ ସ୍ୱରାଜ ଇଣ୍ଡିଆର ରାଷ୍ଟ୍ରିୟ ଅଧକ୍ଷ୍ୟ ୟୋଗେନ୍ଦ୍ର ୟାଦବ ନିଜ ଟ୍ୱିଟର ଆକାଉଣ୍ଟରେ ସାକିର ମୃତ୍ୟୁ ବିଷୟରେ କିଛି ପୋଷ୍ଟ କରିଥିବାର ଏକ ଲିଙ୍କ ପାଇଲୁ। ୟୋଗେନ୍ଦ୍ର ତାଙ୍କ ଟିୱିଟରେ ସ୍ୱଷ୍ଟ କରିଥିଲେ ଯେ, ସାକିର ନାମକ ଛାତ୍ରର ମୃତ୍ୟୁ ହୋଇନାହିଁ। ଏହି ପୋଷ୍ଟଟି ୟୋଗେନ୍ଦ୍ର 15 ଡିସେମ୍ବରରେ ଟ୍ୱିଟ କରିଥିଲେ।

ଏଠାରେ ଲିଙ୍କ୍ ଦେଖନ୍ତୁ-Twitter । Archive
ଏହା ପରେ ଆମେ ଅନ୍ୟ ଏକ ଲିଙ୍କ୍ ଫେସବୁକରୁ ପାଇଲୁ ,ଯାହାକୁ Mohammad Reyaz ନାମକ ଜଣେ ଫେସବୁକ ୟୁଜର 16 ଡିସେମ୍ବରରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, କୋଟାର ଛାତ୍ର ସାକିର ମୃତ୍ୟୁର ଗୁଜବ ମିଥ୍ୟା ଅଟେ। ସାକିର ଜିବିତ ଅଛନ୍ତି। ସେ ବହୁତ ମାତ୍ରାରେ କ୍ଷତାକ୍ତ ହୋଇଛନ୍ତି କିନ୍ତୁ ତାଙ୍କର ମୃତ୍ୟୁ ହୋଇ ନାହିଁ। ଏହା ସହିତ ମୋହମଦ ସମସ୍ତଙ୍କୁ ସାକିର ମୃତ୍ୟୁ ନେଇ ଲେଖିଥିବା ସବୁ ପୋଷ୍ଟକୁ ଡିଲିଟ କରିବା ପାଇଁ ଅନୁରୋଦ୍ଧ କରିଛନ୍ତି।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook । Archive
ଏହାପରେ ଆମେ 15 ଡିସେମ୍ବରରେ ପୋଷ୍ଟ ହୋଇଥିବା NEWS 18ର ଏକ ଟ୍ୱିଟ ପାଇଲୁ । ଯେଉଁଥିରେ ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର କୁଳପତି (VC) ନାଜିମା ଅଖ୍ତର ମିଡିଆକୁ ଇଣ୍ଟରଭିଉ ଦେଉଥିଲେ । ସେ ମିଡିଆ ସାମ୍ନାରେ ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ଭାରାଲ ହେଉଥିବା, ଜାମିଆ ବିଶ୍ୱବିଦ୍ୟାଳୟର ଏକ ଛାତ୍ରର ମୃତ୍ୟୁ ଗୁଜବକୁ ଆମେ ଖଣ୍ଡନ କରୁଛୁ। ଜାମିଆର 200 ଛାତ୍ର ଆହତ ହୋଇଛନ୍ତି କିନ୍ତୁ କୌଣସି ଛାତ୍ରର ମୃତ୍ୟୁ ହୋଇ ନାହିଁ।

ଏଠାରେ ଲିଙ୍କ୍ ଦେଖନ୍ତୁ-Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁଯେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ସାକିରର ମୃତ୍ୟୁ ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ। 15 ଡିସେମ୍ବରରେ ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର କୁଳପତି ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ, ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର କୌଣସି ଛାତ୍ରର ମୃତ୍ୟୁ ହୋଇ ନାହିଁ।

Title:CAA ପ୍ରଦର୍ଶନ ସମୟରେ ଜାମିଆ ମିଲିଆ ଇସଲ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ସାକିରର ମୃତ୍ୟୁ ହୋଇ ନାହିଁ।
Fact Check By: Saritadevi SamalResult: False