
ସୋସିଆଲ ମିଡ଼ିଆରେ ରୋହିଙ୍ଗ୍ୟା ମାନଙ୍କ ନାମରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁଲମ ଖୁଲା ହିନ୍ଦୁମାନଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ଭିଡିଓରେ ଦେବି କରାଯାଉଛି ଯେ, ରୋହିଙ୍ଗ୍ୟାମାନେ ଦେଖ କେତେ ଶାନ୍ତି ପୂର୍ଣ୍ଣ ଭାବରେ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଧମକ ଦେଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛି, “ଆମେ ଶାନ୍ତି ପୂର୍ଣ୍ଣ ଭାବରେ ରହି ଆସିଛୁ , ଆମକୁ ବଦନାମ ନ କରାଯାଉ, ଆମେ ଅମନ ଏବଂ ଶାନ୍ତି ଦେଶରେ ରହୁ। ଯଦି ରୋହିଙ୍ଗ୍ୟାମାନଙ୍କୁ ଭାରତରେ ରହିବାକୁ ନ ଦିଆ ଗଲା ମନେରଖ ଆମର ହିନ୍ଦୁ ଭାଇମାନେ, ଏମାନଙ୍କର ତାରିଖରେ କେବଳ ନାମ ରହିଯିବ ଏବଂ ଏହି ଦେଶ ମାନଚିତ୍ରରେ, ଭୂମିରେ, ବିଶ୍ୱର କୌଣସି ସ୍ଥାନରେ ଦେଖାଯିବ ନାହିଁ।”ଅନୁସନ୍ଧାନରେ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
12 ମାର୍ଚ୍ଚରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରୋହିଙ୍ଗ୍ୟାମାନେ ଦେଖ କେତେ ଶାନ୍ତି ପୂର୍ଣ୍ଣ ଭାବରେ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଧମକ ଦେଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 31ଥର ସେୟାର କରାଯିବା ସହ ପୋଷ୍ଟକୁ 500ରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ରୋହିଙ୍ଗ୍ୟା ବ୍ୟକ୍ତି ଜଣକ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଖୁଲମ ଖୁଲା ଧମକ ଦେଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Sujata Maheshwari ନାମକ ଜଣେ ୟୁଟ୍ୟୁବ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଭିଡିଓ 22 ସେପ୍ଟେମ୍ବର 2017ରେ ପୋଷ୍ଟ କରାଯାଇଥିବାର ଦେଖାଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭଡିଓ ବର୍ତ୍ତମାନର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ Youtube ଲିଙ୍କ ଦେଖନ୍ତୁ।
ପରେ ଆମକୁ ଭାଇରାଲ ଭିଡିଓର ଖବର दिनेश विश मंडल संयोजक भाजपा. पलवल ପେଜେର ମଧ୍ୟ ଭାଇରାଲ ଭିଡିଓ ମିଳିଲା। ଯାହାକି 25 ସେପ୍ଟେମ୍ବର 2017ରେ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ ଭାଇରାଲ ହେଉଥିବା ଭିଡିଓର ସମ୍ପୂର୍ଣ୍ଣ ଭିଡିଓ ପୋଷ୍ଟ କରାଯାଇଚି। ଭିଡିଓ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ, 2017ରେ ମିଆଁମାରରେ ରୋହିଙ୍ଗ୍ୟାଙ୍କ ବିରୋଧରେ ହୋଇଥିବା ହିଂସା ପାଇଁ ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ସୁରକ୍ଷା ଲୋଡିଛନ୍ତି। ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି ଯେ ଯଦି ଦରକାର ପଡ଼େ ଦରବାଙ୍ଗା କମିଶନରଙ୍କ ପରେ ଆମେ ମଧ୍ୟ ଦେଶର ରାଜଧାନୀରୁ ସ୍ୱର ଉତ୍ତୋଳନ କରିବୁ। ଏହା ପରେ ବ୍ୟକ୍ତି ଜଣକ ହିନ୍ଦୁ ଏବଂ ଭାରତ ବିରୋଧରେ ଭାଇରାଲ ବିବୃତ୍ତି ଦେଉଥିବାର ଦେଖାଯାଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
22 ସେପ୍ଟେମ୍ବର 2017ରେ jansatta ପେଜରେ ଭାଇରାଲ ଭିଡିଓର ଖବର ପ୍ରକାଶିତ ହୋଇଥିଲା। ଖବରରେ ପ୍ରକାଶିତ କରାଯାଇଛି ଯେ, ଭାଇରାଲ ଭିଡିଓଟି ବିହାରର ଦରଭଙ୍ଗା ଇଲାକାର ଅଟେ। ମିଆଁମାରେ ରୋହିଙ୍ଗିଆଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ବ୍ୟକ୍ତି ଜଣକ ତାଙ୍କ ମତ ପ୍ରକାଶିତ କରୁଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- jansatta । Archive
ଗୁଜରାତି ଫ୍ୟାକ୍ଟକ୍ରିସେଣ୍ଡୋ ଟିମ ଦାରବଙ୍ଗାସ୍ଥିତ ଲାହେରିଆସାରାଇ ପୋଲିସ୍ ଷ୍ଟେସନର SHO ଏଚଏନ୍ ସିଂ ସହ ସମ୍ପର୍କ କରିଥିଲେ। ସେ ଆମକୁ କହିଛନ୍ତି, “ଏହି ବ୍ୟକ୍ତି ରୋହିଙ୍ଗ୍ୟା ନୁହନ୍ତି, କିନ୍ତୁ ଦାର୍ବାଙ୍ଗାର ବାସିନ୍ଦା। ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ବିଭାଗ ଅଧୀନରେ ବେଆଇନ ବୈଠକ କରିବା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଶାନ୍ତି ଭଙ୍ଗ କରିବା ଏବଂ ଅନ୍ୟ ଧର୍ମଅପମାନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ମାମଲା ସିଜେଏମ୍ କୋର୍ଟ ଦାରବଙ୍ଗା ବିଚାରାଧୀନ ଅଛି। ଏପର୍ଯ୍ୟନ୍ତ କୌଣସି ରାୟ ମିଳିପାରି ନାହିଁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ ଜଣେ ରୋହିଙ୍ଗ୍ୟା ଖୁଲମ ଖୁଲା ହିନ୍ଦୁମାନଙ୍କୁ ଦେଶର ସରକାରକୁ ଧମକ ଦେଉଥିବା ମିଥ୍ୟା ଅଟେ। ଭାଇରାଲ ଭିଡିଓରେଥିବା ବ୍ୟକ୍ତି ଜଣେ ଭରତିୟ ମୁସ୍ଲିମ ଅଟନ୍ତି ଏବଂ ସେ ବିହାର ଦରଭଙ୍ଗା ଇଲାକାର ସ୍ଥାଇବାସିନ୍ଦା।

Title:ରୋହିଙ୍ଗ୍ୟା ବ୍ୟକ୍ତି ଜଣକ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଖୁଲମ ଖୁଲା ଧମକ ଦେଉଛି ?
Fact Check By: Saritadevi SamalResult: False