
ମଦରାସା କୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭୁଲ ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟୋପି ପିନ୍ଧିଥିବା ମୁସଲମାନ ବ୍ୟକ୍ତି ଜଣେ ଝିଅ ସହିତ ଆପତ୍ତିଜନକ କାର୍ଯ୍ୟ କରୁଥିବା ଦେଖାଯାଉଛି। ଫଟୋରେ ଦାବି କରାଯାଉଛି ଯେ, ମଦ୍ରାସାରେ ଜଣେ ମୌଲଭୀ ଏକ ଛାତ୍ରଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଛି।
ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
25 ଅକ୍ଟୋବରରେ Dalita Manaba ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ମଦ୍ରାସାରେ ମୌଲଭୀ ଜଣକ ଜଣେ ଛାତ୍ରୀ ସହ ଦୁଷ୍କର୍ମ କରୁଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମଦ୍ରାସା ରେ ମୌଲବୀ ସାହେବ ସଲମା କୁ କଲମା କରୁଛି, ଛି ଛି ଛି ଜାହିଲ ଆତଙ୍କବାଦୀ । ଆମ ଅନୁସନ୍ଧାନ ପୂର୍ବରୁ ଭାଇରାଲ ଫଟୋକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ଭାଇରାଲ ଫଟୋରେ କଣ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଅନେକ ଲିଙ୍କ ମିଳିଲା। Anna Bala ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ ଫଟୋର ଅଂଶ ପାଇଲୁ। ଭିଡିଓ ଅନୁଯାୟୀ ଯୈନ ଶୋଷଣ ଏବଂ ଯୈନ ଅପରାଧ ବିଷୟରେ ଏହା ଏକ ଛୋଟ ଚଳଚ୍ଚିତ୍ର ଅଟେ। ଏହି ଚଳଚ୍ଚିତ୍ରଟି ବଙ୍ଗଳା ଭାଷାରେ ଅଛି, ଯାହାର ଆରମ୍ଭରେ ଆପଣ କିଛି 0.38ସେକେଣ୍ଡରେ ଭାଇରାଲ୍ ଫଟୋର ଅଂଶକୁ ଦେଖିପାରିବେ। ଏଥିରୁ ସ୍ପଷ୍ଟ ଯେ ଭାଇରାଲ ଫଟୋଟି ଏହି ଚଳଚ୍ଚିତ୍ରରୁ ନିଆଯାଇଛି। ୟୁଟ୍ୟୁବ୍ ଚ୍ୟାନେଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଭିନ୍ନ ଅପରାଧ ବିଷୟରେ ଏହି ଚ୍ୟାନେଲରେ ନାଟକୀୟ ରୁପାନ୍ତର କରି ଭିଡିଓ ଅପଲୋଡ୍କରାଯାଉଛି। ଯାହା ଦ୍ୱାରା ଲୋକମାନେ ସଚେତନ ହୋଇପାରିବେ। ଏହି ଭିଡିଓର ବର୍ଣ୍ଣନା ଅନୁଯାୟୀ, ଏହି ଛୋଟ ଚଳଚ୍ଚିତ୍ରଟି ଆନ୍ନା ବାଲା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ, ଯାହାର ଲେଖକ ଏବଂ ନିର୍ଦ୍ଦେଶକ ହେଉଛନ୍ତି ଅତୁଲ ହକ । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହି ଭିଡିଓର ଏକ ଛୋଟ ଅଂଶ 11 ମାର୍ଚ୍ଚ 2019 ରେ ଏକ ଫେସବୁକ୍ ପେଜ୍ରେ ମଧ୍ୟ ସେୟାର କରାଯାଇଥିଲା, ଏହି କ୍ଷୁଦ୍ର ଭିଡିଓରେ 9 ମ ଶ୍ରେଣୀର ଜଣେ ଛାତ୍ର କିପରି ତାଙ୍କ ଶିକ୍ଷକଙ୍କ ଦ୍ୱାରା ନିର୍ଯାତିତ ହୋଇଥିବାର ଦେଖାଯାଇପାରିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଏକ ଛୋଟ ଫିଲ୍ମର କିଛି ଫଟୋକୁ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଥିବା ଦାବିରେ ଭାଇରାଲ କରାଯାଉଛି।

Title:ଏକ ସୋର୍ଟ ଫିଲ୍ମର ଫଟୋକୁ ମଦ୍ରାସାରେ ମୌଲଭୀ ଜଣକ ଛାତ୍ରୀ ସହ ଦୁଷ୍କର୍ମ କରୁଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False