
୬ ମାର୍ଚରେ ଫେସବୁକର ଏନ.ଏନ.ଏସ ଓଡ଼ିଆ ନାମକ ପେଜରେ ଗୋଟିଏ ଭିଡିଓ ଛଡ଼ା ଯାଇଛି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଜଣେ ଚୀନ ନାଗରିକ କୋରୋନା ସଂକ୍ରମିତ ହୋଇ ମଧ୍ୟ ଜାଣି ସୁଣୀ ରାସ୍ତାରେ ଛେପ ପକାଉଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ରାସ୍ତାରେ ଗୋଟିଏ ଗାଡ଼ି ଆସୁଥିବା ବେଳେ ଗୋଟିଏ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଲେ ଓ ଆଉ ଜଣେ ଗାଡ଼ି ଚଳଉଥିବା ବ୍ୟକ୍ତିଙ୍କର ଥରମାଳ ସ୍କେନିଙ୍ଗ କରିଲେ। ଏହା ପରେ ପୋଲିସ ସେହି ବ୍ୟକ୍ତିଙ୍କୁ କିଛି କହିଲେ ଓ ସେ ଗାଡ଼ି ଆଗକୁ ମାଡ଼ି ନେଇ ଗଲେ। କିନ୍ତୁ ସାମନାରେ ଗୋଟିଏ ପୋଲିସ ଭେନ ଆସିଯିବା କାରଣେ ସେ ବ୍ୟକ୍ତି ଗାଡ଼ି ଅଟକାଇ ବାହାରକୁ ଆସିଲେ। ଏହା ପରେ ସେ ରାଗି ନିଜ ମୂହରୁ ମାସ୍କ ବାହାର କରି ରାସ୍ତାରେ ଛେପ ପକାଇଲେ। ପୋଲିସ ତାଙ୍କ ମୁଣ୍ଡରେ ଗୋଟିଏ ଜାଲ ପକାଇ ତାଙ୍କୁ ଧରିଲେ ଓ ତାଙ୍କ ମୁଣ୍ଡରେ ଗୋଟିୟର କପଡ଼ା ଘୋଡାଇ ରାସ୍ତା କଡ଼କୁ ନେଇ ଗଲେ।
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ:
୨୭ ଫେବ୍ରୁଆରି ରେ ନ୍ୟୁଜ ୱିକ ପତ୍ରିକାରେ ଲେଖା ଯାଇଥିବା ଅନୁଛେଦରେ ଏହା କୁହା ଯାଇଅଛି ଯେ ଚୀନ ପୋଲିସକୁ ଶିକ୍ଷା ଡିୟା ଯାଉଅଛି ଯେ ଯଦି କୌଣସି କୋରୋନା ସନ୍ଧିଗ୍ଧ ବ୍ୟକ୍ତି ଖସି ପଳାଇବା ପାଇଁ ଚେସ୍ଟ କରେ ତ ତାକୁ କେଉଁ ପରି ଧରା ଯିବା କଥା। ଏହି ଭିଡିଓରେ ଗୋଟିଏ ଟ୍ରେନିଂ ଡିୟା ଯାଉଅଛି ଯେଉଁ ଥିରେ ଗୋଟିଏ ବ୍ୟକ୍ତି କୋରୋନା ଚେକପୋଷ୍ଟରୁ ଖସି ପଳାଇଯିବା ଚେଷ୍ଟା କରୁଅଛି। ପୋଲିସ ତାଙ୍କ ରାସ୍ତା ଅଟକାଇ ରାସ୍ତା ମଝିରେ କଣ୍ଟ ବିଛାଇ ଦେଲେ। ଏହା ପରେ ସେହି ବ୍ୟକ୍ତି କାରରୁ ଉଲ୍ହାଇ ନିଜ ମୂହରୁ ମାସ୍କ ବାହାର କରି ରାସ୍ତାରେ ଛେପ ପକାଇଲେ। ପୋଲିସ ତାଙ୍କ ଉପରେ ଜାଲ ପକାଇ ତାଙ୍କୁ ରାସ୍ତା କଡ଼କୁ ନେଲା ପରେ ପୋଲିସର ଆହୁରି ଗୋଟିଏ ଦଳ ସେହି ଜାଗାରେ ଆସି ଭୂତାଣୁ ନାସକ ଔଷଧ ପକାଉଛନ୍ତି। ଏହି ଭିଡିଓଟି ଚୀନର ହେନାନ ଆଞ୍ଚଲର ଅଟେ।
୨୪ ଫେବ୍ରୁଆରିରେ ଦି ଟେଲିଗ୍ରାଫ ନ୍ୟୁଜ ଛେନାଲ ନିଜ ୟୁଟ୍ୟୁବ ଛେନାଲରେ ଏହା କହିଛି ଯେ ଯେତେବେଳେ କୋରୋନା ସଙ୍କ୍ରାମଣ ବ୍ୟକ୍ତି ପୋଲିସକୁ ସହଜୋଗ ଦେଇ ନଥିଲେ ତାଙ୍କୁ କେଉଁ ପରି ଧରା ଯିବା କଥା, ଏହାର ଅଭ୍ଯାସ କରୁଛନ୍ତି। ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କୁ ପୋଲିସ ପ୍ରଶ୍ନ ପଚାରିବାର ମଧ୍ୟ ଦେଖା ଯାଉଛି। ଯେତେବେଳେ ସେହି ଭକ୍ତି ଖସି ପଳାଇ ଯାଉ ଥିଲେ ତାଙ୍କୁ ପୋଲିସ ଅଟକାଇ ଥିଲା। କାରରୁ ଉଲ୍ହାଇଲା ପରେ ଏବଂ ନିଜ ମାସ୍କ ବାହାର କରିବା ପୂର୍ବରୁ ପୋଲିସ ତାଙ୍କୁ ଘେରି ନେଇଥିଲେ।
ଏହା ପରେ ଆମେ ଯାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏନ୍ନା ଫିଫିଲ୍ଡ ଯିଏ ବେଇଜିଙ୍ଗରେ ୱାଶିଂଟନ ପୋଷ୍ଟର ବ୍ୟୁରୋ ଅଧ୍ୟକ୍ଷ ପଦବୀରେ ଅଛନ୍ତି, ତାଙ୍କ ଟୁଇଟ ମିଳିଲା। ତାଙ୍କ ଟୁଇଟ ରେ ସେ ଏହା ଲେଖି ଛନ୍ତି ଯେ ମେଡିକାଲ ସ୍ଵାଟ ଟିମ କୋରୋନା ସଙ୍କ୍ରାମାନ ସନ୍ଦିଗ୍ଧଙ୍କୁ ଧରିବାର ଅଭ୍ଯାସ କରୁଛନ୍ତି।
ଏହା ପରେ ଆମେ ଭିଡିଓଟି କୁ ଆହୁରି ଥରେ ଦେଖିଲୁ। ଏହି ଭିଡିଓ ଶେଷ ସମୟରେ ଏହା ଦେଖିବାକୁ ମିଳିଲା ଯେ ଏହି ଘଟଣା ସ୍ଥଳରେ ଚିଡ଼ା ହେଇଥିବା ଜଣେ ପୋଲିସ କର୍ମୀ ଏକ୍ସରସାଇଜ ବୋର୍ଡ ଧରି ଛିଡା ହେଇଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ କୋରୋନା ସଂକ୍ରମଣ ବ୍ୟକ୍ତି ଜଣକଙ୍କୁ ପୋଲିସ ଧାରୁ ଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଭିଡିଓରେ ହେଉଥିବା ଘଟଣା କୋରୋନା ସଙ୍କ୍ରାମଣ ଭକ୍ତି ମାନଙ୍କୁ ଧରିବା ପାଇଁ ପୋଲିସ ମାନଙ୍କର ଟ୍ରେନିଂ ଅଟେ। ଭିଡିଓରେ ଥିବା ବ୍ୟକ୍ତି କୋରୋନା ରୋଗ ପୀଡ଼ିତ ନୁହନ୍ତି ଏବଂ ତାଙ୍କୁ ପୋଲିସ ଧରୁ ନାହାନ୍ତି।

Title:କ’ଣ ଚୀନ ପୋଲିସ ଏହି କୋରୋନା ପୀଡ଼ିତ ଲୋକ ଧରିଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False