
ସୋସିଆଲ ମିଡିଆରେ ଅଶୋକ ସ୍ତମ୍ବ ସ୍ଥାପନାର ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ କିଛି ବ୍ୟକ୍ତି ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Prahallad Pentia ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଫ୍ରାନ୍ସ ସରକାର ବିଶ୍ୱ ବିଜେତା ସମ୍ରାଟ ଅଶୋକ ସ୍ତମ୍ଭ ଅର୍ଥାତ୍ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ପ୍ରତିଷ୍ଠା କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #Ashoka_Statue At France #Proud_Moment For Our INDIA 🇮🇳 ଫ୍ରାନ୍ସ ସରକାର ବିଶ୍ୱ ବିଜେତା ସମ୍ରାଟ ଅଶୋକଙ୍କ ସ୍ତମ୍ଭ / ଭାରତର ଜାତୀୟ ପ୍ରତୀକ ପ୍ରତିଷ୍ଠା କରିଛନ୍ତି। ଏହି ଦାନକାରୀ କାର୍ଯ୍ୟ ପାଇଁ ଫ୍ରାନ୍ସ ସରକାରଙ୍କୁ ଅଶେଷ ଧନ୍ୟବାଦ। ଜୟ ସମ୍ରାଟ ଅଶୋକ ମହାନ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 28ଥର ସେୟାର କରାଯିବା ସହ ପୋଷ୍ଟକୁ 875 ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଫଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା ନାହିଁ। ପରେ ଆମେ ଗୁଗୁଲରେ erecting Ashoka pillar in France ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ Hindustan times ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଭାଇରାଲ ଫଟୋ 10 ନଭେମ୍ବର 2018ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଉତ୍ତର ଫ୍ରାନ୍ସରେ ପ୍ରଥମ ଭାରତ ନିର୍ମିତ ଯୁଦ୍ଧ ସ୍ମାରକୀ ଉଦ୍ଘାଟନ କରି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ନିଃସ୍ୱାର୍ଥପର ଭାବରେ ସଂଗ୍ରାମ କରିଥିବା ତଥା ସର୍ବୋଚ୍ଚ ବଳିଦାନ ଦେଇଥିବା ହଜାର ହଜାର ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋରେ ଅଶୋକ ସ୍ତମ୍ବ ସ୍ଥାପନା ଫ୍ରାନ୍ସ ସରକାର ଦ୍ୱାରା ନୁହେଁ ବରଂ ଭାରତୀୟ ସରକାର ଦ୍ୱାରା କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Hindustan times । Archive
ପରେ ଆମକୁ ଭାଇରାଲ ଫଟୋ ଏକ ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। 13 ନଭେମ୍ବର 2018ରେ Rajya Sabha Tv ପେଜରେ ପ୍ରକାଶିତ ହୋଇଥିବା ଭିଡିଓରେ ଭାଇରାଲ ଫଟୋରେଥିବା ଅଶୋକ ସ୍ତମ୍ବ ଦେଖିପାରିବେ। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଫ୍ରାନ୍ସରେ ପ୍ରଥମ ଭାରତୀୟ ଯୁଦ୍ଧ ମେମୋରିଆଲର ଉଦଘାଟନ କରିଛନ୍ତି (Vice President Venkaiah Naidu inaugurates first Indian War Memorial in France)। ଭିଡିଓରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ 3.55ରେ ଦେଖିପାରିବେ। ଏହା ଛଡ଼ା ଆମକୁ ଭାଇରାଲ ଫଟୋର ଭିଡିଓ ANI ପେଜରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
All India Radio News ପେଜରେ ମଧ୍ୟ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ 10 ନଭେମ୍ବର 2018ରେ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଦ୍ୱାରା ପ୍ରଥମ ବିଶ୍ୱ ଯୁଦ୍ଧରେ ଶହିଦ ହୋଇଥିବା ଜବାନମାନଙ୍କ ପାଇଁ ଫ୍ରାନ୍ସର ଭିଲର୍ସ-ଗୁଇସଲେନ୍ ଠାରେ ସ୍ମାରକୀ ଉଦ୍ଘାଟନ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି, ଫ୍ରାନ୍ସ ସରକାର ଅଶୋତ ସ୍ତମ୍ବ ସ୍ଥାପିତ କରିଥିବା ଦାବି ମିଥ୍ୟା ଅଟେ। ଫଟୋରେଥିବା ଅଶୋକ ସ୍ତମ୍ବ ଫ୍ରାନ୍ସରେ ସ୍ଥାପନା କରାଯାଇଛି ସତ କିନ୍ତୁ ଏହା ଭାରତ ସରକାର ଦ୍ୱାରା ସ୍ଥାପିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Vice President @MVenkaiahNaidu & Mayor of Villers Guislain, Gérard Allart unveiled the Indian War Memorial in northern #France. pic.twitter.com/mG2wDtwWop
— All India Radio News (@airnewsalerts) November 10, 2018
The hindu ପେଜ ତଥ୍ୟ ଅନୁସାରେ ଆମକୁ ଅନ୍ୟ କିଛି ସୂଚନା ମିଳିଲା। ଖବର ଅନୁସାରେ ଫ୍ରାନ୍ସରେ ସ୍ଥାପିତ ହୋଇଥିବା ସ୍ମାରକି ଭାରତ ସରକାର ଦ୍ୱାରା ନିର୍ମିତ ହୋଇଛି। 11 ନଭେମ୍ବର 1918 ରେ ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହୋଇଥିଲା। ଭାରତର 1.5 ମିଲିୟନରୁ ଅଧିକ ସୈନ୍ୟ ଏହି ଯୁଦ୍ଧରେ ଯୋଗଦାନ କରିଥିଲା, ସେଥିମଧ୍ୟରୁ 1.3 ନିୟୁତ ସମସ୍ତ ପ୍ରେକ୍ଷାଳୟରେ ବିଦେଶରେ ଯୁଦ୍ଧ କରିଥିଲେ ଏବଂ ପ୍ରାୟ 72,000 ଲୋକଙ୍କର ମୃତ୍ୟୁ ଘଟିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରେ ଅଜ୍ଞାତ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଥିବା ସ୍ମାରକରେ ସୈନିକମାନଙ୍କ ନାମ ଲେଖା ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- The hindu । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋରେଥିବା ଅଶୋକ ସ୍ତମ୍ବ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରେ ଭାରତ ସରକାରଙ୍କ ଦ୍ୱାରା ଫ୍ରାନ୍ସରେ ନିର୍ମିତ ସ୍ମାରକୀ ଅଟେ। ଭାଇରାଲ ଫଟୋରେ ‘ଫ୍ରାନ୍ସ ସରକାର ଅଶୋକା ସ୍ତମ୍ଭ ନିର୍ମାଣ କରିଛନ୍ତି’ ଦାବି ମିଥ୍ୟା ଅଟେ। ଏହା ଭାରତ ସରକାର ଦ୍ୱାରା ନିର୍ମିତ କରାଯାଇଛି।

Title:କ’ଣ ଫ୍ରାନ୍ସ ସରକାର ଫ୍ରାନ୍ସରେ ଅଶୋକ ସ୍ତମ୍ବ ସ୍ଥାପିତ କରୁଥିବାର ଫଟୋ କି ?
Fact Check By: Saritadevi SamalResult: False