ଓଡ଼ିଆ ଅଭିନେତା ବିଜୟ ମାହାନ୍ତିଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ ।

False Social

ଓଡ଼ିଆ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥଥିବାର ଖବର ସାମ୍ନାକୁ ଆସିଥିଲା। ତାଙ୍କ ଦେହ ଅସୁସ୍ଥତାଥିବା ଖବର ଓଡ଼ିଆ ସିନେମା ଜଗତରେ ଦୁଃଖ ପ୍ରକାଶ କରାଯାଉଥିଲା ମଧ୍ୟରେ ତାଙ୍କ ନିଧନର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଜୟ ମହାନ୍ତିଙ୍କ ନିଧନ ଖବର ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଜୟ ମହାନ୍ତିଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି। Rina Badajena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ବିଜୟ ମମହାନ୍ତିଙ୍କ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ସେନା ଜଗତର ମେରୁଦଣ୍ଡ ତଥା ଆଣ ପ୍ରୀୟର କଳାକାର ସ୍ୱର୍ଗତ ବାଜୟମହାନ୍ତି ଆଜି ରାଜଧାନୀ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଶେଷ ନିଶ୍ୱାସ ଛାଡି ସିୱେମା ଜଗତ ତଥା ପରିବାରରୁ ସବୁଦିନ ପାଇଁ ବିଛିନ୍ନ ହୋଇ ଆରପାରିକୁ ଚାଲିଗଲେ। ଓଁ ଷାନ୍ତି। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।  

ଏଠାରେ Archive ଲିଙ୍କ ଦେଖନ୍ତୁ।

ଏହା ଛଡ଼ା Rahas Bihari prusty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ମଧ୍ୟ ଭାଇରାଲ ଖବର ପୋଷ୍ଟ କରଛନ୍ତି। ସେ ତାଙ୍କ ଆକାଉଣ୍ଟରେ ବଜୟମହାନ୍ତିଙ୍କ ଫୋଟୋ ସହ ତାଙ୍କ ମୃତ୍ୟୁ ଖବର ପୋଷ୍ଟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ Archive ଲିଙ୍କ ଦେଖନ୍ତୁ।

ଏହା ଛଡ଼ା LOPA classes ନାମକ ଜଣେ ଫେସବୁକ ୟୁଜର ଏହି ପୋଷ୍ଟକୁ  Naveen odisha ନାମକ ପେଜରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି, ସିନେମା ଜଗତର ଶ୍ରେଷ୍ଠ ଅଭିନେତା ବିଜୟ ମାହାନ୍ତି ଆଉ ନାହାନ୍ତି। ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ଦୁଃଖର ଖବର ବିଜୟ ମହାନ୍ତି ଆଉ ନାହାନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ Archive ଲିଙ୍କ ଦେଖନ୍ତୁ।

ତେବେ ବିଜୟ ମହାନ୍ତିଙ୍କ ମୃତ୍ୟୁ ଦାବିରେ ଭାଇରାଲ କରାଯାଉଥିବା ପୋଷ୍ଟ କଣ ସତା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ  କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧା ଆରମ୍ଭରେ ଆମେ ଭାଇରାଲ ପୋଷ୍ଟକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଖବର ମିଳିଲା। ସର୍ଚ୍ଚରେ ଆମକୁ ଓଡ଼ିଆ ଅଭିନେତା Sabyasachi Mishraଙ୍କ ଟ୍ୱିଟର ଆକାଉଣ୍ଟରେ ଏହାକୁ ନେଇ ଏକ ପୋଷ୍ଟ ଦେଖିଲୁ। ଟ୍ୱିଟ 6 ଜୁଲାଇରେ ପୋଷ୍ଟ କରାଯାଇଛି। ସେ ତାଙ୍କ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଆ ଅଭିନେତା ବାଜୟ ମହାନ୍ତି ଜିବିତ ଅଛନ୍ତି। ଏବଂ ତାଙ୍କର ଆଗର ଚିକିତ୍ସା ଘରେ କରାଯାଉଛି। ସୋସିଆଲି ମିଡିଆରେ ତାଙ୍କର ମିଥ୍ୟା ମୃତ୍ୟୁ ଖବର ଭାଇରାଲ କରାଯାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ଏହା ସହ ସେ ଖବରର ସତ୍ୟତା ନ ଜାଣି କାହାର ମୃତ୍ୟୁ ଖବର ପ୍ରଚାର ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲେଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Twitter Archive

ଏହା ପରେ ଆମକୁ 7 ଜୁଲାଇରେ  ଓଡ଼ିଆ ନ୍ୟୁଜ OTV ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରାଯାଇଥିବା ଏକ ଭିଡ଼ିଓରେ ଭାଇରାଲ ଖବର ସମ୍ପର୍କରେ ସୂଚନା ମିଳିଲା। ଖବର ଅନୁସାରେ ଏକ ୱେବପୋର୍ଟାଲ ବିଜୟ ମାହାନ୍ତିଙ୍କ ମୃତ୍ୟୁ ଖବର ପ୍ରକାଶିତ କରିଥିଲା। ଏହା ପରେ ସୋସିଆଲ ମିଡ଼ିଆରେ ଖବରକୁ ଅଧିକରୁ ଅଧିକ ସେୟାର କରାଯାଇଥିଲା। ଏହି ଖବର ବିଜୟ ମହାନ୍ତିଙ୍କ ପ୍ରଶଂସକଙ୍କ ପାଖକୁ ପହଁଚିବା ପରେ ସେମାନେ ଅଭିନେତା ବାଜୟ ମାହାନ୍ତିଙ୍କ ଘରେ ସମ୍ପର୍କ କରିଥିଲେ। ଯେଉଁଥିରେ ବିଜୟ ମହାନ୍ତିଙ୍କ ଝିଅ ସ୍ପଷ୍ଟ କରିଥିଲେ ଯେ, ତାଙ୍କ ବାପା ଠିକ୍ ଅଛନ୍ତି। 

ଏହା ତାଙ୍କ ପ୍ରଶଂସକମାନେ ବାଜୟ ମହାନ୍ତିଙ୍କର ମୃତ୍ୟୁ ଖବର ପ୍ରଚାରକରିଥିବା ୱେବପୋର୍ଟାଲ ଏବଂ ଅନ୍ୟ ଲୋକଙ୍କ ବିରୋଧରେ ପୁଲିସଥାନାରେ ମାମଲା ରୁଜୁ କରିଛନ୍ତି। ଏବଂ ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କୁ ନିନ୍ଧା କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  

ଶେଷକଥା-

ଆମ ଅନୁସନ୍ଧାରୁ ପାଇଲୁ ଯେ, ବିଜୟ ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଥ୍ୟା ଅଟେ। ତାଙ୍କର ଘରୋଇ ଚିକିତ୍ସା ଚାଲିଛି। ଏବଂ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ପୋଲିସଥାନାରେ ମାମଲା ରୁଜୁ କରାଯାଇଛି। 

Avatar

Title:ଓଡ଼ିଆ ଅଭିନେତା ବିଜୟ ମାହାନ୍ତିଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *