
ବ୍ୟବସାୟୀ ଗୌତମ ଆଦାନୀଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଗୁଜବ ପ୍ରଚାର ହେବାକୁ ଲାଗିଛି। ବିଜେପି ସରକାର ଅଦାନୀକୁ ଭାରତୀୟ ରେଳ ବିକ୍ରି କରିଥିବାର ଦାବି ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା, ଯାହାକୁ ଫ୍ୟାକ୍ଟକ୍ରିସେଣ୍ଡୋ ମିଥ୍ୟା ପ୍ରମାଣିତ କରିଛିଲା। ଏବେ ମଧ୍ୟ ଅଦାନୀଙ୍କ ପତ୍ନୀଙ୍କ ନାମରେ ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ପ୍ରଧାନମନ୍ତ୍ରୂ ମୋଦୀ ଜଣେ ମହିଳାଙ୍କୁ ହାତ ଯୋଡ଼ୁଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଅଦାନୀଙ୍କ ପତ୍ନୀଙ୍କୁ ମୋଦୀ ହାତ ଯୋଡ଼ି ପ୍ରଣାମ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ହେଉଥିବା ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଫଟରେଥିବା ମିହଳା ଅଦାନୀ ପତ୍ନୀ ନୁହଁନ୍ତି ବରଂ ଦୀପିକା ମଣ୍ଡଳ, ସେ ଏକ ଅଣ- ସରକାରୀ ସଂଗଠନ ଚଲାନ୍ତି।
Bijaya Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମୋଦୀ ଅଦାନୀ ପତ୍ନୀଙ୍କୁ ହାତ ଯୋଡ଼ି ମୁଣ୍ଡିଆ ମାରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବନ୍ଧୁ ପତ୍ନୀ ଶ୍ରୀମତୀ ଅଦାନୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ଫଟୋକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେଥିବା ମହିଳା ଅଦାନୀଙ୍କ ପତ୍ନୀ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଅହାକୁ ନେଇ କିଛି ଲିଙ୍କ ମିଳିଲା। 9 ଏପ୍ରିଲ 2018ରେ oneindia ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ନରେନ୍ଦ୍ର ମୋଦୀ ଯେଉଁ ମହିଳାଙ୍କୁ ଅଭିବାଦନ କରୁଛନ୍ତି ସେ ହେଉଛନ୍ତି ଦୀପିକା ମଣ୍ଡଳ। 2015 ରେ ଏକ ଇଭେଣ୍ଟରେ ଏହି ଫଟୋ ନିଆଯାଇଥିଲା ଏହି ପେଜରେ ଭାଇରାଲ ଫଟୋ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଯାଇଛି ଯେ, ଦୀପିକା ମଣ୍ଡଳ ଦିବ୍ୟା ଜ୍ୟୋତି ସାଂସ୍କୃତିକ ସଂଗଠନ ଏବଂ କଲ୍ୟାଣ ସମାଜ ନାମକ ଏକ ଏନଜିଓ ଚଳାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- oneindia । Archive
ଆମେ ଦିବ୍ୟଜ୍ୟୋତି ସଂସ୍କୃତି ସଂଗଠନ ଏବଂ କଲ୍ୟାଣ ସୋସାଇଟିର ୱେବସାଇଟ୍(ngo foundation) ସର୍ଚ୍ଚ କରିବାରୁ ଜଣାଗଲା ଯେ, ସଂଗଠନର କାର୍ଯ୍ୟକାରିଣୀ ଅଧିକାରୀଙ୍କ ନାମ ଦୀପିକା ମଣ୍ଡଲ ଅଟେ। 24 ଅଗଷ୍ଟ 2018ରେ ANA Tv ପେଜରେ ପ୍ରକାଶିତ ହୋଇଥିବା ଏକ ଭିଡିଓ ପାଇଲୁ। ଭିଡିଓରେ ଲେଖାଯାଇଛି ଯେ, (एक महिला जिसके आगे भारत के प्रधानमंत्री को झुकाना पड़ा अपना सिर) ଜଣେ ମହିଳା ଯାହାଙ୍କ ଆଗରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଲା। ଭିଡିଓରେ ଦୀପିକା ମଣ୍ଡଲ କହୁଛନ୍ତି ଯେ, “ଆମେ ଏକ କାର୍ଯ୍ୟକ୍ରମରେ ଥିଲୁ ଏବଂ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିବାଦନ ଜଣାଇଥିଲି। ସେ ସମୟରେ ସେ ମୋତେ ପଚାରିଥିଲେ ମୁଁ କଣ କରୁଛି ଏବଂ ମୁଁ ଜଣେ ସାମାଜିକ କର୍ମୀ ବୋଲି କହିଥିଲି। ତା’ପରେ ସେ ମୋତେ ‘ନମସ୍ତେ ମାତା ଜି’ କହି ଅଭିବାଦନ ଜଣାଇଲେ। ମୁଁ ସେହି ମୁହୂର୍ତ୍ତରେ ବହୁତ ଭଲ ଅନୁଭବ କଲି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଗୁଗୁଲରେ ଗୌତମ ଆଦାନୀଙ୍କ ପତ୍ନୀଙ୍କୁ ସର୍ଚ୍ଚ କରିଲୁ। ବାସ୍ତବରେ ଗୌତମ ଅଦାନୀଙ୍କ ପତ୍ନୀଙ୍କ ନାମ ପ୍ରୀତି ଆଦାନୀ ଅଟେ। ସେ ଭାଇରାଲ ଫଟୋରେଥିବା ମହିଳା ନୁହେଁ। ତଳେ ଅଦାନୀଙ୍କ ପତ୍ନୀଙ୍କ ଫଟୋ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଅଦାନୀଙ୍କ ପତ୍ନୀଙ୍କ ନାମରେ ଦୀପିକା ମଣ୍ଡଳଙ୍କର ଫଟୋ ଭାଇରାଲ ହେଉଛି। ଯିଏ ଏକ ସଂସ୍ଥା ପରିଚାଳନା କରନ୍ତି। ଅଦାନୀଙ୍କ ପତ୍ନୀ ପ୍ରୀତି ଅଦାନୀ।

Title:ଅଦାନୀଙ୍କ ପତ୍ନୀଙ୍କୁ ମୋଦୀ ହାତ ଯୋଡ଼ି ପ୍ରଣାମ କରୁଛନ୍ତି ? ଜାଣନ୍ତୁ ଫଟୋରେଥିବା ମହିଳା କିଏ?
Fact Check By: Saritadevi SamalResult: False