
ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଇଟାଲୀ ଯାଇଥିଲେ। ତେବେ ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲିଗାଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ ପାର୍ଟିରେ ବସିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ବାହାନାରେ କୌଣସି ପାର୍ଟିରେ ଜାଇ ମଜା ମାରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ପୁରୁଣା ବୋଲି ସ୍ପଷ୍ଟ ହେଲା। ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।
8 ଜାନୁଆରିରେ Bablu Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ଛାଡ଼ି ମଜା କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଇଟାଲୀ ଯାଇଛନ୍ତି :- କଂଗ୍ରେସ ମୁଖପାତ୍ର ଫଟୋ ଦେଖି ଯାହା ଲାଗୁଛି ରାହୁଲ ଗାନ୍ଧୀଙ୍କ ସମ୍ପର୍କୀୟ ସତରେ ବହୁତ ଅସୁସ୍ଥ, ଲଜ୍ୟା ବି ଛାଡ଼ି ଗଲାଣି ଏମାନଙ୍କୁ । ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ରାହୁଲ ଗାନ୍ଧୀ ତାଙ୍କ ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇ ପବରେ ମଜା କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କିରଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Rahul Kanawal ପେଜରେ ଭାଇରାଲ ଫଟୋ ପୋଷ୍ଟ କରିଥିବାର ଦେଖିଲୁ। ଭାଇରାଲ ଫଟୋ 22 ଏପ୍ରିଲ 2017ରେ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀଙ୍କ ଏହି ଫଟୋ ଭାଇରାଲ ହେଉଛି, ଏବଂ ଏହି ଫଟୋ କାଂଗ୍ରେସ ଲିଡର ବରର୍ଖା ସୁକ୍ଲା ଦ୍ୱାରା ପୋଷ୍ଟ କରାଯାଇଥିଲା। ବରର୍ଖା ସୁକ୍ଲା ପରେ ବିଜେପିରେ ଯୋଗ ଦେଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
Hindi.Kolkata ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଯାହାକି 2017 ମସିହାର ଅଟେ। ଖବରରେ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀଙ୍କ ଏହି ଫଟୋକୁ ଭାଇରାଲ କରାଯାଉଛି। ଖବର ଅନୁସାରେ ବାରଖା ଶୁକ୍ଲା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଠାରେ ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବରଖା ଶୁକ୍ଲା ରାହୁଲ ଗାନ୍ଧୀଙ୍କ ଫଟୋ ପ୍ରକାଶ କରିଛନ୍ତି। କଂଗ୍ରେସ ୧ ବର୍ଷ ଧରି ବରଖାଙ୍କୁ ଦଳରୁ ବହିଷ୍କାର କରିଥିସା। ଫଟୋ ସମ୍ପର୍କରେ ଏବିପି ନ୍ୟୁଜ୍ କଂଗ୍ରେସ ସୂତ୍ରରୁ ଜାଣିବାକୁ ପାଇଲା ଯେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଟୋ 14 ଏପ୍ରିଲ 2017 ଅଟେ। ରାହୁଲ ଗାନ୍ଧୀ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଉପସ୍ଥିତ ଥିଲେ ଏବଂ ସେ ଏକ ଇଟାଲୀ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିଥିଲେ।
କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀଙ୍କ ସହ ଫଟୋରେ ଦେଖାଯାଇଥିବା ଲୋକମାନେ ତାଙ୍କ ମାତା ସୋନିଆ ଗାନ୍ଧୀଙ୍କ ଇଟାଲୀର ପରିବାର ବନ୍ଧୁ। ଯେଉଁମାନେ ଭାରତକୁ ବାରମ୍ବାର ଆସନ୍ତି। ଏବଂ ସେମାନେ ମଧ୍ୟ ଏହି ଇଟାଲୀ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Hindi.Kolkata । Archive
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, 2017ର ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:ରାହୁଲ ଗାନ୍ଧୀଙ୍କ 2017 ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False