ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ କାର୍ ଜିତିବାର ସୁଯୋଗ ଦେଉଥିବା ମେସେଜ୍ ମିଥ୍ୟା ଅଟେ।

False Social

ସୋସିଆଲ ମିଡିଆରେ ଟାଟା ସ୍ଟିଲ କମ୍ପାନିର 150 ତମ ବାର୍ଷିକୀ ଉତ୍ସବକୁ ନେଇ ଏକ ମେଜେର ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ଏକ ପ୍ରତିଯୋଗିତାର ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣକାରୀମାନେ ଏକ କାର୍ ଜିତିବାର ସୁଯୋଗ ପାଇ ପାରିବେ। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା। 

ଏହି ପୋଷ୍ଟର ଏକ ସ୍ରିକନ ସୋଟ୍ ତଳେ ପୋଷ୍ଚ କରାଯାଇଛି। ଯେଇଁଥିରେ ଲେଖାଯାଇଛି ଯେ, ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ଏକ ପ୍ରତିଯୋଗିତାର ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣକାରୀମାନେ ଏକ କାର୍ ଜିତିବାର ସୁଯୋଗ ପାଇ ପାରିବେ। ଏବଂ ଏହି ପୋଷ୍ଟ ହ୍ୱାଟ୍ସଅପରେ ସେୟାର କରାଯାଇଥିଲା। ତଳେ ପୋଷ୍ଟ ଦେଖନ୍ତୁ। 

ତେବେ କଣ  ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ  କାର୍ ଜିତିବାର ସୁଯୋଗ ଦେଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ବରେ ଆମେ ଭାଇରାଲ ଖବରକୁ ନେଇ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳାଲ। 1 ଅକ୍ଟୋବରରେ Tata Group ତାର ଓଫିସିଆଲ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଟ୍ୱିଟ କରିଛନ୍ତି। ଏବଂ ଭାଇରାଲ ପୋଷ୍ଟକୁ ମିଥ୍ୟା ବୋଲି ସ୍ପଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଏହି ପ୍ରୋତ୍ସାହନମୂଳକ କାର୍ଯ୍ୟକଳାପ ପାଇଁ ଟାଟା ଗ୍ରୁପ୍ କିମ୍ବା ଏହାର କମ୍ପାନୀଗୁଡିକ ଦାୟୀ ନୁହଁନ୍ତି। ଦୟାକରି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ଏବଂ / କିମ୍ବା ଏହାକୁ ଅନ୍ୟମାନଙ୍କୁ ପଠାନ୍ତୁ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ Tata Group ଟ୍ନିଟର ଆକାଉଣ୍ଟରେ ଅନ୍ୟ ଅନ୍ୟ ଏକ ଟ୍ୱିଟ ମିଳିଲା। ଟ୍ୱିଟରେ  ପ୍ରକାଶିତ କରାଯାଇଥିବା ଭିଡିଓ ମେସେଜରେ ଏହିପରି ଜାଲିଆତି ଲିଙ୍କ କ୍ଲିକ୍ କରିବା ଏବଂ ଅନ୍ୟମାନଙ୍କୁ ପଠାଇବା ବିଷୟରେ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଅଫିସିଆଲ୍ ଟାଟା ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସମାନ ବାର୍ତ୍ତା ଯାଞ୍ଚ କରିବା ପାଇଁ ଭିଡିଓ ବାର୍ତ୍ତା ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଉଛି ଯେ, ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ  କାର୍ ଜିତିବାର ସୁଯୋଗ ଦେଉଥିବା ମେସେଜ୍ ମିଥ୍ୟା ଅଟେ।

Avatar

Title:ଟାଟା ଗ୍ରୁପ ତାର 150 ତମ ବାର୍ଷିକୀ ଉତ୍ସବରେ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ କାର୍ ଜିତିବାର ସୁଯୋଗ ଦେଉଥିବା ମେସେଜ୍ ମିଥ୍ୟା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *