କ’ଣ ଅସଞ୍ଜିତ ଅବସ୍ତାରେ ଥିବା ଶିକ୍ଷକଙ୍କ ଭାଇରାଲ ହେଇଥିବା ଭିଡିଓ ଉତ୍ତର ପ୍ରଦେଶ ରାଜ୍ୟର? ଜାଣନ୍ତୁ ସତ।

False Social

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଗୋଟେ ସ୍କୁଲ ର ପ୍ରଧାନ ଶିକ୍ଷକ ନିଜ ସ୍କୁଲର ଦୁଇଜଣ ଶିକ୍ଷୟତ୍ରୀଙ୍କ ସହ ଅଶ୍ଳୀଳ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ଏକ ଘଟଣା ପାଇଁ ସଂପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେଉଛି । କିନ୍ତୁ ଶିକ୍ଷା ବିଭାଗରେ ଏଭଳି କିଛି ଘଟଣା ନେଇ କୌଣସି ଅଭିଯୋଗ ଆସିନହି ବୋଲି ସୂଚନା ମିଳିଛି । ଯଦି ସେହି ଭିଡିଓ ମିଳେ ତେବେ ତା ଉପରେ ନିଶ୍ଚୟ ତଦନ୍ତ ହେବ ଏବଂ ଦୋଷୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି ଶିକ୍ଷା ବିଭାଗର ମୁଖ୍ୟ। ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଏହି ଘଟଣା ଉତ୍ତର ପ୍ରଦେଶରେ ଘଟିଛି। ତେବେ ସେହି ଘଟଣା ସମ୍ପର୍କରେ ଜାଣିବା ପରେ ସେହି ଗାଁ ର ସରପଞ୍ଚ ସେହି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ହେବା ପାଇଁ ଦାବି କରିଛନ୍ତି।

source.jpg

Odia Dunia | Archive

ଏହି ଭିଡିଓ ବର୍ତମାନ ସମୟରେ ଫେସବୁକରେ ମଧ୍ୟ ଭାଇରାଲ ହେଉଛି। ଗତ କାଲି ଫେସବୁକର ଓଡ଼ିଆ ଦୁନିଆ ପେଜରେ ଏହି ପୋଷ୍ଟଟି କୁ ଭାଇରାଲ କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ: 

୨୭ ଅଗଷ୍ଟ ୨୦୧୯ ମସିହାରେ ଓଡ଼ିଆ ନ୍ୟୁଜ ପେପର ପ୍ରେମୟରେ ଏହି ବିଷୟରେ ଗୋଟିଏ ଅନୁଛେଦ ଛପି ଅଛି। ପ୍ରେମୟ ନ୍ୟୁଜ ଅନୁଯାୟୀ ପଞ୍ଜାବର ହୋସିଆରପୁର ଜିଲ୍ଲାର ତଳଓ୍ବାଡା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ସେହି ସ୍କୁଲର  ୨ ଜଣ ଶିକ୍ଷୟତ୍ରୀଙ୍କ ସହିତ ଆପତ୍ତିଜନକ ସେକ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଆସିବା ପରେ ଏହା ସମଗ୍ର ଶିକ୍ଷା ବିଭାଗ ପାଇଁ ଖୁବ୍ ଲଜ୍ୟାଜନକ ଘଟଣା।  ଏହି ମାମଲା ହୋସିଆରପୁର ସ୍କୁଲର ହୋଇଥିବା ବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଦୁଇଟି ଭିଡିଓ କ୍ଲିପ ଭାଇରାଲ ହୋଇଛି ସୋସିଆଲ ମିଡିଆରେ। ଦୁଇଟି ଭିଡିଓ ଅଲଗା ଅଲଗା ଦିନର ବୋଲି ଜଣାପଡିଛି। ଭିଡିଓ କ୍ଲିପରେ ପ୍ରିନ୍ସପାଲ ଦୁଇଜଣ ଅଲଗା ଅଲଗା ଶିକ୍ଷୟତ୍ରୀଙ୍କ ସହିତ ଅଶ୍ଲୀଳ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବାପରେ ସମ୍ପୂର୍ଣ୍ଣ ଶିକ୍ଷା ବିଭାଗ ବଦନାମ ହେବାରେ ଲାଗିଛି। ହେଲେ  ଶିକ୍ଷା ବିଭାଗର କହୁଛି ତାଙ୍କ ପାଖକୁ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ବିଧିବଦ୍ଧ ଅଭିଯୋଗ ଆସିନାହିଁ। ଭିଡିଓ ହସ୍ତଗତ ହେଲେ ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ  ତୁରନ୍ତ ପ୍ରଧାନ ଶିକ୍ଷକ ଓ ସଂପୃକ୍ତ ଦୁଇ ଶିକ୍ଷୟତ୍ରୀଙ୍କୁ ବଦଳି କରିବାକୁ ଦାବୀ କରିଥିଲେ।

prameya.jpg

Pramey | Archive

୨୪ ଅଗଷ୍ଟ ୨୦୧୯: ଡେଲିହନ୍ତ ପତ୍ରିକାରେ ଏହା ଲେଖା ଯାଇଅଛି ଯେ ପଞ୍ଜାବର ଅଟିଏ ସରକାରୀ ସ୍କୁଲରେ ପୃନ୍ସିପାଲଙ୍କ ମହିଳା ଶିକ୍ଷକଙ୍କ ସହିତ ଅସଳିଳ ବ୍ୟବହାର ଟି ଶିକ୍ଷା ବିବାଘକୁ ଲଜ୍ଜିତ କରିଅଛି। ଏହି ଭିଡିଓରେ ସ୍କୁଲ ପୃନ୍ସିପାଳ ମହିଳା ଶିକ୍ଷକ ସହିତ ଦୁର୍ବ୍ୟବହାର କରିବା ଦେଖା ଯାଉଅଛି। ଏପରି ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଅଛି। ଗୋଟିଏ ଭିଡିଓରେ ଜଣେ ଶିକ୍ଷକ ପୃନ୍ସିପାଳଙ୍କ ଅଫିସ ଭିତରକୁ ଆସିବା ଦେଖା ଯାଉଛି। ଦୁର୍ବ୍ୟବହାର କରିବା ପରେ ଶିକ୍ଷକ ପୃଙ୍କିପାଳଙ୍କ ଗୋଡ଼ ଛୁଇଁବା ମଧ୍ୟ ଦେଖା ଯାଇଅଛି। ଏହା ପରେ ଦୁଇ ଜଣ ଅଲଗା ହେଇ କିଛି କଥା ଲାଗୁଛନ୍ତି। ପୃନ୍ସିପାଳ ପୁଣି ଶିକ୍ଷକଙ୍କ ସହିତ ଦୁର୍ବ୍ୟବହାର କରିବା ଆରମ୍ଭ କରି ଥିଲେ। ଏହା ମଧ୍ୟ ଶୁଣିବାକୁ ମିଳି ଅଛି ଯେ ସ୍କୁଲର କିଛି କର୍ମଚାରୀ ପୃନ୍ସିପାଳଙ୍କ ଏହି ସବୁ ବ୍ୟବହାର ରୁ ହଇରାଣ ହେଇ ତାଙ୍କ ବିରୁଦ୍ଧରେ ପ୍ରମାଣ ଜମା କରିବା ପାଇଁ ଅଫିସରେ କେମେରା ଲଗାଇ ଥିଲେ। 

daily hunt.jpg

Dailyhunt | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଏହି ଘଟଣା ଉତ୍ତର ପ୍ରଦେଶର ବୋଲି କରା ଯାଇଥିବା ଦାବି  ମିଥ୍ୟା ଅଟେ। ପ୍ରକୃତର ରେ ଏହି ଘଟଣା ପଞ୍ଜାବର ହୋସିଆରପୁର ଜିଲାର ତଲ୍ବାଡା ଅଞ୍ଚଳରେ ଘଟିଛି। ଏହି ପୋଷ୍ଟର ଉତ୍ତର ପ୍ରଦେଶ ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଅସଞ୍ଜିତ ଅବସ୍ତାରେ ଥିବା ଶିକ୍ଷକଙ୍କ ଭାଇରାଲ ହେଇଥିବା ଭିଡିଓ ଉତ୍ତର ପ୍ରଦେଶ ରାଜ୍ୟର? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *