କ’ଣ ଭିଡିଓରେ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତି ଛତିଶଗଡ ରାଜ୍ୟର ରାୟଗଡର ରାଜ୍ୟପାଲ ଅଟନ୍ତି? ଜାଣନ୍ତୁ ସତ୍ୟ।

False Social

କରୋନା ନିଜ କାୟା ପୁଣି ବିସ୍ତାର କରିବା ଆରମ୍ଭ କରିଲାଣି। ଏହା ନି ଲୋକଙ୍କ ମନରେ ଡର ମଧ୍ୟ ଦେଖିବାକୁ ମିଳୁଛି। ସରକାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ଏହା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାରୁଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଭିଡିଓ ଛତିଶଗଡ ରାଜ୍ୟର ରାୟଗଡ ଜିଲ୍ଲାର ଭିଡିଓ ଅଟେ ଏବଂ ଭିଡିଓରେ ଲୋକଙ୍କୁ ମାରୁଥିବା ବ୍ୟକ୍ତି ସେଠିକାର ଜିଲ୍ଲାପାଳ ଅଟନ୍ତି। 

ଫେକ୍ଟ କୃଷୀଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୩ ଏପ୍ରିଲରେ ଜଣେ ଟୁଇଟର ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ 

Archive

ଆମ ଅନୁସନ୍ଧାନ: 

ଆମ ଅନୁସସନ୍ଧାନରେ ପ୍ରଥମ ଆମେ ଭାଇରାଲ ହେଉଥିବା ଭିଡିଓକୁ ଭଲସେ ଦେଖିଲୁ। ଆମେ ଦେଖିଲୁ ଯେ ଭିଡିଓରେ ଗୋତିୟ ଦୋକାନର ନାମ ବର୍ଦ୍ଧମାନ ଏଣ୍ଟର୍ପ୍ରାଇଜୀସ ବୋଲି ଲେଖା ଯାଇଅଛି ଏବଂ ଏହା ନଗଦା ଅଞ୍ଚଳରେ ସ୍ଥିତ ଅଛି। ଗୁଗୁଲରେ ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ନାଗଦା ମଧ୍ୟପ୍ରଦେଶରେ ଅଛି। 

nagda.png

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ୩୧ ମାର୍ଚରେ ଧର ନ୍ୟୁଜ ନାମକ ଗୋତିୟ ୟୁଟ୍ୟୁବ ଚ୍ୟାନାଲରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କଟଣା ଲଗାଇଛି। ଧାର ଜିଲ୍ଲାରେ ସଂକ୍ରମଣ ବଢିବା ସହିତ ମୃତ୍ୟୁ ହାର ମଧ୍ୟ ବଢି ଚାଲିଛି। ଲୋକଙ୍କ ଅସାବଧାନତା ନେଇ ବୁଧୁବାର ଦିନ ପ୍ରଶାସନର ଜୋର ଦେଖିବାକୁ ମିଳିଲା। ଏସଡିଏମ ବିରେନ୍ଦ୍ର କଟାରେଙ୍କ ନୀତୃତ୍ଵରେ ବଦ୍ନାୱାରର ନାଗଦା ଅଞ୍ଚଳରେ ମାସ୍କ ପିନ୍ଧିନଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିଲ। ରୋକୋ ଟୋକୋ ଅଭିଯାନ ଅନ୍ତର୍ଗତ ସେମାନେ ମାସ୍କ ପିନ୍ଧିନଥିବା ଲୋକଙ୍କର ଚାଲାନ ମମଧୀ କାଟିଲେ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହୀଉଥିବା ଭିଡିଓ ଛତିଶଗଡର ହେଇଥିବା ଦାବି ମିଥ୍ୟା ଅଟେ। ଏହି ଭିଡିଓ ମଧ୍ୟପ୍ରଦେଶର ବାଡଣାବର ଅଞ୍ଚଳର ଭିଡିଓ ଅଟେ ଏବଂ ଭିଡିଓରେ ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାରୁଥିବା ବ୍ୟକ୍ତି ଏସଡିଏମ ବିରେନ୍ଦ୍ର କଟାରେ ଅଟନ୍ତି।

Avatar

Title:କ’ଣ ଭିଡିଓରେ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତି ଛତିଶଗଡ ରାଜ୍ୟର ରାୟଗଡର ରାଜ୍ୟପାଲ ଅଟନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *