
ସୋସିଆଲ ମିଡିଆରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ହେଉଛନ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି। ଆମ ଅନୁସନ୍ଧାୱରେ ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ବାସ୍ତବରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଛିଡା ହୋଇଛନ୍ତି। ଭାଇରାଲ ଫଟୋ 1996 ସମୟର ଅଟେ।
ଆମକୁ ଭାଇରାଲ ପୋଷ୍ଟ ହ୍ୱାଟ୍ସଅପରେ ସେୟାର କରାଯାଇଥିଲା। ଭଇରାଲ ପୋଷ୍ଟକୁ ଅନେକ ଗ୍ରୁପରେ ମଧ୍ୟ ସେୟାର କରାଯାଇଥିବାର ଦେଖାଯାଇଛି।ପୋଷ୍ଟରେ ଲେଖାଯାଇଛି, ଫଟୋରେ ରାହୁଲ ଖାନ ନୁହଁନ୍ତି, ଏହା ତାଙ୍କ କ୍ୟାବରେଟ୍ ନୃତ୍ୟଶିଳ୍ପୀ ମା’ର ଘନିଷ୍ଠ ବନ୍ଧୁ ଅଟ୍ଟାଭିଓ କ୍ୱାତ୍ରୋଚି, ଏହା ଉପରେ ଆଉ କିଛି କହିବାର ଆବଶ୍ୟକତା ନାହିଁ…’ ତଳେ ପୋଷ୍ଟର ଦେଖନ୍ତୁ।

ତେବେ କଣ ଭାଇରାଲ ଫଟୋରେ ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ହେଉଛନ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ yahoo ପେଜରେ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ରାହୁଲ ଗାନ୍ଧୀଙ୍କ 50ତମ ଜନ୍ମ ଦୀନରେ 30 ଅଲଗା ଅଲଗା ଫଟୋ। ଯାହାକି ବହୁତ କମ୍ ଲୋକ ଦେଖିଛିନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- yahoo । Archive
new indian express ପେଜରେ ମଧ୍ୟ ଭାଇରାଲ ଫଟୋ ପ୍ରକାଶିତ କରାଯାଇଛି। ଏହି ଫଟୋର କ୍ୟାପସନରୁ ଆମେ ଜାଣିବାକୁ ପାଇଲୁ ଯେ ତତ୍କାଳୀନ କଂଗ୍ରେସ ସଭାପତି ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କ ସହ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି ଫଟୋ 8 ଏପ୍ରିଲ 1996ରେ ନିଆ ଯାଇଥିଲା। ଏହାକୁ ଏକ PTI ଫଟୋଗ୍ରାଫର ନେଇଥିଲେ। ଅଧିକ ସୀଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- new indian express । Archive
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେଥିବା ବ୍ୟକ୍ତି ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି ନୁହେଁ ବରଂ ରାହୁଲ ଗାନ୍ଧୀ ଅଟନ୍ତି।

Title:ସୋନିଆ ଗାନ୍ଧୀଙ୍କ ପଛରେ ଠିଆ ହୋଇଥିବା ବ୍ୟକ୍ତି ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି ?
Fact Check By: Saritadevi SamalResult: False
