
ସୋସିଆଲ ମିଡିଆରେ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ରାଷ୍ଟ୍ରପତି ଏକ ତ୍ରୀଷୁଳଧରି ଠିଆ ହୋଇଥିବାର ଦେଖାଯାଉଛନ୍ତି ଏବଂ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ବିସିଥିବାର ଦେଖାଯାଉଛନ୍ତି। ଭାଇରଲା ଫଟୋ ସହ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ଦେଶର ରାଷ୍ଟ୍ରପତିଙ୍କୁ ଚାକର ଭଳି ବ୍ୟବହାର କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
5 ଜାନୁଆରିରେ Haraprasad Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ରାଷ୍ଟ୍ରପତିକୁ ଚାକର ଭଳି ଖଟଉଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ କିପରି ଭବରେ ଦେଶର ରାଷ୍ଟ୍ରପତିଙ୍କୁ ନିଜ ଚାକର ଭଳି ବ୍ୟବହାର କରୁଛନ୍ତି,ଏହା ସମ୍ପୂର୍ଣ୍ଣ ଅଶୋଭନୀୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 57ଥର ସେୟାର କରାଯିବା ସହ 204ଥର ଲାଇକ ଏବଂ ଅନେକ କମେଣ୍ଟ ମିଳିଛି। ତଳେ ପୋଷ୍ଟ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ଦେଖର ରାଷ୍ଟ୍ରପତିଙ୍କୁ ଚାକର ପରି ବ୍ୟବହାର କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। news18 ନ୍ୟୁଜ ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଯାହାକି ଅକ୍ଟୋବର 2017ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଦିଲ୍ଲୀରେ ଦଶହରା ସମୟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଭାଇରାଲ ଫଟୋ ନିଆଯାଇଥିଲା। କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସମେତ ଅନେକ ମନ୍ତ୍ରୀ ଉପସ୍ଥିତଥିଲେ। ଭାଇରାଲ ଫଟୋରେ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ଗା ମାଁଙ୍କ ତ୍ରୀଶୁଳ ଶକ୍ତିର ପ୍ରତିକ ଭାବରେ ଦିଆଯାଇଛି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- news18 । Archive
ଏହା ପରେ ଆମକୁ ଭାଇରାଲ ଫଟୋରେ ହୋଇଥିବା କାର୍ଯ୍ୟକ୍ରମର ଭିଡିଓ Hmtv News ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଭିଡିଓର 1.50 ମିନିଟରେ କାର୍ଯ୍ୟକ୍ରମର ସଂଚାଳକ ରାଷ୍ଟ୍ରପତିଙ୍କୁ ତ୍ରୀଶୁଳ ଶକ୍ତି ହିସାବରେ ଉପହାର ସ୍ୱରୁପ ଦେଉଛନ୍ତି। ପରେ ମାଁ ଦୁର୍ଗାଙ୍କୁ ଅନ୍ୟ କିଛି ଅସ୍ତ୍ର ଦେଶର ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନପେନ୍ଦ୍ର ମୋଦିଙ୍କୁ ଦିଆଯାଉଥିବାର ଦେଖାଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ ଦେଶର ରାଷ୍ଟ୍ରପତିଙ୍କୁ ଚାକର ପରି ବ୍ୟବହାର କରୁଥିବା ଦାବି ମିଥ୍ୟା ଅଟେ। 2017ରେ ଦିଲ୍ଲୀରେ ଦଶହରା କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ମାଁ ଦୁର୍ଗାଙ୍କ ଶକ୍ତି ରୂପରେ ତ୍ରୀଶୁଳ ଉପହାର ଦିଆଯାଉଥିବାର ଫଟୋ ଅଟେ।

Title:କ’ଣ ପ୍ରଧାନମନ୍ତ୍ରୀ ଦେଶର ରାଷ୍ଟ୍ରପତିଙ୍କୁ ଚାକର ପରି ବ୍ୟବହାର କରପଛନ୍ତି ? ?
Fact Check By: Saritadevi SamalResult: False