
ଉତ୍ତରପ୍ରଦେଶର ହାଥରସରେ ଜଣେ 19 ବର୍ଷର ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି। ଏହି ଖବର ଗଣମାଧ୍ୟମରେ ଚର୍ଚ୍ଚା ଏବଂ ଆଲୋଚନାର ବିଷୟ ହୋଇଥଇବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟକୁ ହାଥରସ୍ ଘଟଣା ସହ ଜୋଡ଼ା ଯାଉଛି। ଏହି ପରେ ହାଥରସ୍ ଘଟଣାର ଅପରାଧିର ପିତା ନାମରେ ଜଣେ ବ୍ୟକ୍ତିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। ଭାଇରାଲ ଫଟୋରେ ବ୍ୟକ୍ତି ଜଣକ ବିଜୋପି ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସହ ଦେଖା ଯାଉଛନ୍ତି।
ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ଭୁଲ ପ୍ରମାଣିତ ହେଲା।
Mardaraj Debabrata MD Lipu ନାମକ ଜଣେ ଫେସବୁକ ୟୁଜର 2 ଅକ୍ଟୋବରରେ Naveen Odisha ନାମକ ପେଜରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ବ୍ୟକ୍ତି ଜଣକର 4ଟି ଫଟୋ ଦିଆଯାଇଛି ଏବଂ ଦାବି କରାଯାଇଛି ଯେ, ଫଟୋରେଥିବା ବ୍ୟକ୍ତି ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଦୁଷ୍କର୍ମ ଘଟଣାର ଅପରାଧି ସନ୍ଦୀପ ଠାକୁର ବାପା. ସେଥିପାଇଁ ରାତିଅଧରେ ଝିଅଟିର ଶବ ସଂସ୍କାର କରି ଦିଆଗଲା।
ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଉତ୍ତରପ୍ରଦେଶ ର ହାଥରସ ରେ ଘଟିଥିବା ବଳାତ୍କାର ଘଟଣା ର ଆସାମୀ ସନ୍ଦୀପ ଠାକୁର ର ବାପା….ସେଥିପାଇଁ ତ ରାତିଅଧିଆ ଶବ ସଂସ୍କାର କରା ଦିଆ ଗଲା. ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 448ଥ ସେୟାର କରାଯିବା ସହ ପୋଷ୍ଟକୁ 483 ଲାଇକ ଏବଂ 77 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- FaceBook । Archive
ତେବେ କ’ଣ ଭାଇରାଲ ଫଟୋରେଥିବା ବ୍ୟକ୍ତି ହାଥରସ ଦୁଷ୍କର୍ମ ଘଟଣାର ଅପରାଧି ସନ୍ଦୀପ ଠାକୁର ବାପା? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ସର୍ଚ୍ଚରେ ଆମେ ଭାଇରାଲ ପୋଷ୍ଟରେଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। 16 ସେପ୍ଟେମ୍ବରରେ boltahindustan ଖବର ପେଜରେ ଆମେ ଭାଇରାଲ ଫଟୋର ଲିଙ୍କ ପାଇଲୁ । ଖବର ଅନୁସାରେ ଉତ୍ତର ପ୍ରଦେଶ ପ୍ରାଗ ରାଜରେ ବିଜେପି ଯୁବା ମୋର୍ଚ୍ଚା ସଭାପତି ଡଃ ଶ୍ୟାମ ପ୍ରକାଶ ଦ୍ୱିବେଦିଙ୍କ ନାମରେ ଦୁଷ୍କର୍ମ ମାମଲା ରଜୁ କରାଯାଇଛି। ବର୍ଷେ ତଳେ ଏକ ଝିଅ ତାଙ୍କ ନାମରେ ଦୁର୍ଷ୍କର୍ମ ଆରୋପ ଲଗାଇଥିଲେ। ଜାହାମ ମାମଲା ରଜୁ ଉତ୍ତର ପ୍ରଦେଶ ପୁଲିସ 2020 ସେପ୍ଟେମ୍ବରରେ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- boltahindustan । Archive
ପରେ ଆମକୁ 27 ସେପ୍ଟେମ୍ବରରେ Jansatta ପେଜରେ ପ୍ରକାଶିତ ହୋଇଥିବା ଏକ ଖବର ମିଳିଲା। ଖବର ଅନୁସାରେ ଉତ୍ତ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଦୁଷ୍କର୍ମକରିଙ୍କୁ ଅପମାନ କରିବା ପାଇଁ ଦୁଷ୍କର୍ମକାରିଙ୍କ ଫଟୋ ରାସ୍ତା ଏବଂ କାନ୍ଥରେ ଲଗାଇବା ପାଇଁ ନିର୍ଦ୍ଦେଷ ଦେଇଥିଲା। ଏଥିରେ ବିଜେପି ଯୁବା ମୋର୍ଚ୍ଚା ସଭାପତି ଶ୍ୟାମ ପ୍ରକାଶ ଦ୍ୱିବେଦିଙ୍କ ଫଟୋ ମଧ୍ୟ ଲଗାଯାଇଥିଲା। ପରେ ପୋଷ୍ଟରକୁ ହଟାଇ ଦିଆଯାଇଥିଲା। ପୁଲିସ ଶ୍ୟାମ ପ୍ରକାଶ ଦ୍ୱିବେଦିଙ୍କ ନାମରେ ଗଣଦୁଷ୍କର୍ମ ଅପରାଧରେ ମାମଲା ରଜୁକରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Jansatta। Archive
Patrika ପ୍ରକାଶିତ ହୋଇଥିବା ଏକ ଖବର ଅନୁାସରେ ବିଜେପି ନେତା ଶ୍ୟାମ ଦ୍ୱିବେଦି MIMIM ପ୍ରମୁଖ ସାଂସଦ ଅସଦୁହୀନ ଓବେସୀଙ୍କ ଜିଭ କାଟୀବା ପାଇଁ 1 କୋଟି ଟଙ୍କାର ପୁରଷ୍କାର ଦେବା ପାଇଁ ଘୋଷଣା କରିଥିଲେ। ଏବା ପରେ ବିଜେପି ସରକାରରୁ ଶ୍ୟାମ ଦ୍ୱିବେଦିଙ୍କୁ ବହିଷ୍କୃତ କରାଯାଇଥିଲା। କିନ୍ତୁ ପରେ ପୁଣି ତାଙ୍କୁ ଦଳରେ ସାମିଲ କରାଯାଇଥିଲା।
ତେବେ ଶ୍ୟାମ ଦ୍ୱିବେଦି ହାଥରସ ଦୁଷ୍କର୍ମ ଘଟଣାର ଅପରାଧି ସନ୍ଦିପ ଠାକୁର ବାପା ନା ନାହିଁ ତାହା ଜାଣିବା ପାଇଁ ସର୍ଚ୍ଚ କରିଲୁ। 30 ସେପ୍ଟେମ୍ବରରେ India Today ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ହାଥରସ ଦୁଷ୍କର୍ମ ଅପରାଧି ସନ୍ଦିପ ଠାକୁରର ବାପାଙ୍କ ନାମ ନରେନ୍ଦ୍ର ଅଟେ। କିନ୍ତୁ ଭାଇରାଲ ଫଚେରେଥିବା ବ୍ୟକ୍ତିର ନାମ ଶ୍ୟାମ ଦ୍ୱିବେଦି ଅଟେ। ଅପରାଧି ସନ୍ଦିପ ଠାକୁରର ବାପା ନରେନ୍ଦ୍ରଙ୍କ ଉପରେ ମଧ୍ୟ ଆରୋପ ଲାଗିଛି ଯେ, 2001ରେ ହାଥରସ ପିଡ଼ିତାଙ୍କ ଜେଜେବାପାଙ୍କ ସହ ଝଗଡ଼ା କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- India Today। Archive
ଏହା ପରେ ଆମକୁ News24 ଫେସବୁକ ପେଜରେ ଆମକୁ 11 ମିନିଟର ଏକ ନ୍ୟୁଜ ଭିଡିଓ ମିଳିଲା। ଯେଉଁଥିରେ ହାଥରସ ଦୁଷ୍କର୍ମ ଘଟଣାର ଅପରାଧିମାନଙ୍କ ପିରବାରଲୋକ ତାଙ୍କ ପୁଅଙ୍କ ଉପରେ ଲାଗିଥିବା ଆରୋପକୁ ଖଣ୍ଡନ କରୁଥିବାର ଦେଖାଯାଉଛନ୍ତି। ଖବରରେ ସନ୍ଦିପ ଠାକୁରର ପିତାଙ୍କୁ ମଧ୍ୟ ପ୍ରଶ୍ନ ପଚାରା ଯାଇଛି। ଯେଉଁଥିରେ ସେ କହିଛନ୍ତି ତାଙ୍କ ପୁଅ ସନ୍ଦିପ ନିର୍ଦ୍ଦୋଷ ଅଛନ୍ତି। ଭିଡିଓରେ ଅପରାଧି ସନ୍ଦିପଙ୍କ ବାପା ଏବଂ ଭାଇରାଲ ହେଉଥିବା ଫଟୋ ଦୁଇ ଜଣ ଅଲଗା ବ୍ୟକ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଆମକୁ ମିଳିଥିବା ଫଟୋ ଏବଂ ଭାଇରାଲ ହେଉଥିବା ଫଟୋକୁ ବିଶ୍ଳେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଭାଇରାଲ ଫଟୋରେଥିବା ବ୍ୟକ୍ତି ଏବଂ ଆମକୁ ମିଳିଥିବା ଫୋଟୋ ଦୁଇଟି ଭିନ୍ନ। ଅପରାଧି ସନ୍ଦିପଙ୍କ ପିତାଙ୍କ ନାମ ନରେନ୍ଦ୍ର ଅଟେ, ଏବଂ ଭାଇରାଲ ଫଟୋରେଥିବା ବ୍ୟକ୍ତି ବିଜେପି ଯୁବ ମୋର୍ଚ୍ଚାର ସଭାପତି ଡଃ ଶ୍ୟାମ ପ୍ରକାଶ ଦ୍ୱିବେଦି ଅଟେ। ତଳେ ବିଶ୍ଳେଷଣ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋରେଥିବା ବ୍ୟକ୍ତି ହୋଥରସ ଦୁଷ୍କର୍ମ ଘଟମାର ଅପରାଧି ସନ୍ଦିପ ଠାକରେଙ୍କ ପିତା ନୁହଁନ୍ତି। ସନ୍ଦିପ ଠାକରେଙ୍କ ପିତାଙ୍କ ନାମ ନରେନ୍ଦ୍ର ଅଟେ। ତେବେ ଭାଇରାଲ ଫଟୋରେଥିବା ବ୍ୟକ୍ତି ପ୍ରୟାଗରାଜ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଡଃ ଶ୍ୟାମ ପ୍ରକାଶ ଦ୍ୱିବେଦି ଅଟେ ।

Title:ବିଜେପି ଯୁବ ସଭାପତି ଶ୍ୟାମ ଦ୍ୱିବେଦିଙ୍କ ଫଟୋକୁ ହାଥରସ୍ ଅପରାଧି ସନ୍ଦିପ ଠାକୁରଙ୍କ ପିତା ନାମରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False