
କୋରୋନା ମହାମାରି ସମୟରେ ଦେଶ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଏଥି ମଧ୍ୟରେ ଭାରତ ଚାଇନା ବିବାଦ ହେଉ କିମ୍ବା ଆମେରିକା ଏବଂ ଇରାନ ବିବାଦ ହେଉ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଆମେରିକା ଓ ଇସ୍ରାଏଲ ମିଶି ଇରାନରେ ବୋମା ବିସ୍ଫୋରଣ କରିଛନ୍ତି। ଏବଂ ଏହି ବିସ୍ଫୋରଣରେ ଇରାନର ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ ହୋଇଯାଇଛି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଆମେରିକା ଓ ଇସ୍ରାଏଲ ମିଶି ଇରାନରେ ବୋମା ବିସ୍ଫୋରଣ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏହି ବିସ୍ଫୋରଣ ପରେ ଇରାନ୍ ତା ପକ୍ଷରୁ ଏହାର ଜବାବ ଦିଆଯିବ ବୋଲି ଘୋଷଣା କରିଛି। ବିସ୍ଫୋରଣ ହେବା ଦ୍ବାରା ଇରାନର ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ ହୋଇଯାଇଛି। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ଭାବୁଥିବା ଇରାନ୍ ଏହାର ପରିଣାମ ଭୋଗ କରିବାକୁ ଆମେରିକା ଓ ଇସ୍ରାଏଲକୁ ଚେତାବନୀ ଦେଇଛି। କେବଳ ବୋମା ବିସ୍ଫୋରଣ ନୁହେଁ ଇସ୍ରାଏଲ ପରମାଣୁ କେନ୍ଦ୍ର ଉପରେ ସାଇବର ଆଟାକ୍ ମଧ୍ୟ କରିଛି। ହଠାତ୍ ଏ ସବୁ କାର୍ଯ୍ୟକଳାପକୁ ଇରାନ୍ ନିନ୍ଦା କରିବା ସହିତ ଆମେରିକା ଓ ଇସ୍ରାଏଲର କୂଟନୀତି ସମ୍ପର୍କରେ ସେ ଅବଗତ ବୋଲି କହିଛି। ସାଇବର ଆଟାକ୍ କରି ତଥ୍ୟ ହାସଲ କରିବା ପରେ ଇସ୍ରାଏଲ ପ୍ରମାଣ ନଷ୍ଟ କରିବାପାଇଁ ବୋମାମାଡ କରିଥିବା ସନ୍ଦେହ କରୁଛି ଇରାନ୍। କିଛି ବର୍ଷ ପୂର୍ବେ ଏହିଭଳି ଆକ୍ରମଣ ସିରିଆ ଉପରେ କରିଥିଲା ଇସ୍ରାଏଲ। କମ୍ ଉଚ୍ଚତାରେ ଉଡ଼ି ଅନ୍ୟ ଦେଶର ରାଡାର୍ରେ ନ ଆସିବା ଇସ୍ରାଏଲର ଯୁଦ୍ଧ କୈାଶଳରେ ନିପୂଣତା ପ୍ରମାଣିତ କରିଛି।
ଆଣ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ପୋଷ୍ଟ କରାଯାଇଥିବା ଫୋଟୋ ଆମେରିକା ଓ ଇସ୍ରାଏଲ ମିଶି ଇରାନରେ ବୋମା ବିସ୍ଫୋରଣ କରି ଇରାନର ପରମାଣୁ ପରୀକ୍ଷଣ କେନ୍ଦ୍ର ନଷ୍ଟ କରି ଦେଇଥିବା ଫୋଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। 26 ମାର୍ଚ୍ଚ 2019ରେ foxnewsରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭାଇରାଲ ଫୋଟୋ ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ କରିଥିବା ଆକ୍ରମଣର ଫୋଟୋ ଅଟେ। ଏହି ବିଷ୍ଫୋରଣରେ ହାମାସ ନେତା ଇସମାଇଲ ହାନିଆଙ୍କ କାର୍ଯ୍ୟାଳୟ ନଷ୍ଟ ହୋଇଯାଇଛି। ଭାଇରାଲ ଫୋଟୋ ସେହି ଆକ୍ରମଣର ଅଟେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ବର୍ଷେ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଆମେ ଇସ୍ରାଏଲ ଏବଂ ଗଜା ଷ୍ଟ୍ରିପ କେଉଁଠି ଅଛି ତାହା ଦେଖିବା ପାଇଁ ଗୁଗୁଲ Mapରେ ସର୍ଚ୍ଚ କରିଲୁ। ଆମେ ସ୍ପଷ୍ଟ ହେବା ପାଇଁ ଚାହିଁଲୁ ଯେ, ଗାଜା ଷ୍ଟ୍ରିପ ଇରାନରେ ଅଛି କି। ଆମେ ଗୁଗୁଲ ମାପରୁ ସ୍ପଷ୍ଟ ହେଲୁ ଯେ, ଗାଜା ଷ୍ଟ୍ରିପ ଇସ୍ରାଏଲ ପାଖ ଅର୍ଥାତ୍ ଇଜିପ୍ଟରେ ଅଛି। ଯେବେକି ଇରାନ ଗାଜା ଠାରୁ ଅନେକ ଦୂରରେ ଅଛି। ତଳେ ଗୁଗୁଲର ମାପ ଫୋଟୋର ଲିଙ୍କ ଦେଖନ୍ତୁ।


26 ମାର୍ଚ୍ଚ 2019ରେ BBC ନ୍ୟୁଜ ପେଜରେ ମଧ୍ୟ ଆମେ ଭାଇରାଲ ଫୋଟୋ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ରକେଟ ଆକ୍ରମଣର ପ୍ରତିଶୋଧ ନେଇ ଇସ୍ରାଏଲ୍ ଗାଜା ଷ୍ଟ୍ରିପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣରେ ସାତ ଜଣ ଆହତ ହୋଇଥିଲେ। ଇସ୍ରାଏଲ ସେନାର ଏକ ଟୁଇଟରେ କୁହାଯାଇଛି ଯେ ଏହି ଆକ୍ରମଣରେ ହାମାସ ନେତା ଇସମାଇଲ ହାନିଆଙ୍କ କାର୍ଯ୍ୟାଳୟ ନଷ୍ଟ ହୋଇଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ 2019 ମସିହାର ଅଟେ। ଏବଂ ଏହା ଇସ୍ରାଏଲ ଗଜା ଉପେ ଆକ୍ରମଣ କରିଥିବା ଫୋଟୋ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- BBC । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ 4 ଜୁଲାଇରେ ଇସ୍ରାଏଲ ଇରାନ ଉପରେ କରିଥିବା ବିସ୍ଫୋରଣରେ ପରମାଣୁ କାରଖାନା ନଷ୍ଟ କରିଥିବାର ଫୋଟୋ ନୁହେଁ। ଏହା ବର୍ଷେ ପୂରୁଣା ଫୋଟୋ ଅଟେ।

Title:ଇରାନର ପରମାଣୁ ପରୀକ୍ଷଣ ସ୍ଥାନ ଉପରେ ଇସ୍ରାଏଲ୍ ଆକ୍ରମଣ ସମୟରେ ଏହି ଚିତ୍ର ନିଆଯାଇଛି କି?
Fact Check By: Saritadevi SamalResult: False