
ମୋଦିଙ୍କ ନାମରେ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି ପରି ଯୋଗର ବିଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ଜଣେ ବ୍ୟକ୍ତିଙ୍କ ବ୍ଲାକ ଏଣ୍ଡ ହ୍ୱାଇଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 8 ମିନିଟର ଲମ୍ବା ଭିଡିଓ ସହ ଦାବି କରାଯାଉଛି ଯେ, ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଆସନ ପ୍ରଦର୍ଶନ କରୁଥିବା ଏକ ବିରଳ ଦୃଶ୍ୟ ।
ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।
25 ନଭେମ୍ବରରେ Biswajit Sethi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ କରୁଛନ୍ତି। ପୋଷ୍ଟର ଶିର୍ଷକେ ଲେଖାଯାଇଛି ଯେ,
ପ୍ରଧାନମନ୍ତ୍ରୀ ଶ୍ରୀ #ନରେନ୍ଦ୍ର_ମୋଦୀ ଜୀଙ୍କ ଯୋଗୀ ରୂପ ଆଜି ପର୍ଯ୍ୟନ୍ତ ଆପଣମାନେ କେବେହେଲେ ଦେଖିନଥିବେ…#ମହା_ଯୋଗୀ #PMModiJi ଯୋଗ କରୁଥିବା ସମୟର ଏକ ବିରଳ ଭିଡିଓ ଟିକୁ ଦେଖନ୍ତୁ..👇🙏। ଆମ ଅନୁସନ୍ଧାନର 14 ଘଣ୍ଟା ମଧ୍ୟରେ ଭିଡିଓକୁ ସେୟାର କରାଯିବା ସହ ପୋଷ୍ଟକୁ 61 ଲୋକ ଦେଖିଛନ୍ତି ଏବଂ ଭିଡିଓକୁ ଲାଇକ କମେଣ୍ଟ ମଧ୍ୟ ମିଳିଛି। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଆସନ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଭିଡିଓକୁ ପ୍ରଥମେ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ Tom Martin ୟୁଟ୍ୟୁବ ପେଜରେ ଭାଇରାଲ ଭିଡିଓ ମିଳିଲା। ଯାହାକି 11 ବର୍ଷ ପୁରୁଣା ଭିଡିଓ ଅଟେ। ପୋଷ୍ଟରେ ଲେଖାଯାଇଛି ଯେ, (Krishnamacharya & B.K.S. Iyengar in 1938 with Yoga Sutras) 1938 ରେ କୃଷ୍ଣମାଚାର୍ଯ୍ୟ ଏବଂ ବି.କେ.ଏସ ଅୟଙ୍ଗରଙ୍କ ଯୋଗ ସୂତ୍ର । ତେବେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ବିକେଏସ ଅୟଙ୍ଗର ବୋଲି ସ୍ପଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।
Bks iyengar କିଏ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ତାଙ୍କର ଏକ ପେଜ ମିଳିଲା। ବିକେଏସ ଅୟଙ୍ଗର ଯୋଗ “Iyengar Yoga” ଶୈଳୀର ପ୍ରତିଷ୍ଠାତା ଅଟନ୍ତି। ତାଙ୍କର ସମ୍ପୁର୍ଣ୍ଣ ନାମ ହେଉଛି (Bellur Krishnamachar Sundararaja Iyengar) ବେଲୁର କୃଷ୍ଣମାଚନ୍ଦ୍ର ସୁନ୍ଦରରାଜ ଅୟେଙ୍ଗର। ସେ 18 ବର୍ଷ ବୟଷରୁ ଯୋଗ କରିବା ଏବଂ ଶିକ୍ଷାଇବା ଆମ୍ଭକରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Bks iyengar । Archive
Robert Walker ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଆମେ BKS Iyengarର ଏକ ଭିଡିଓ ପାଇଲୁ। ଯେଉଁଥିରେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ଏବଂ ଆମକୁ ମିଳିଥିବା ଭିଡିଓରେ ଥିବା ବ୍ୟକ୍ତି ସମାନ ଦେଖାଯାଉଛନ୍ତି। 12 ମିନିଟର ଏହି ଭିଡିଓ 1977 ମସିହାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
The atlantic ପେଜରେ ତାଙ୍କ ଶିକ୍ଷକ ଟି. କୃଷ୍ଣମାଚାର୍ଯ୍ୟଙ୍କ ସହ ଅୟେଙ୍ଗା ଯୋଗର 1938 ଭିଡିଓ କ୍ଲିପ୍ ପ୍ରକାଶିତ କରାଯାଇଛି। ଏହା ସହ ପଜେରେ ତାଙ୍କ ସମ୍ପର୍କରେ ଲେଖାଯାଇଛି। NDTV ପେଜରେ BKS Iyengarଙ୍କର ଏକ ଇଣ୍ଟରଭିୟୁ ପୋଷ୍ଟ କରାଯାଇଛି। ଯାହାକି 2008 ଏପ୍ରିଲରେ ପୋଷ୍ଚ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହଁନ୍ତି। ଭିଡିଓରେଥିବା ବ୍ୟକ୍ତି ବିକେଏସ ଅୟଙ୍ଗରଙ୍କର (BKS Iyengar) ଅଟେ।

Title:ବି.କେ.ଏସ ଅୟଙ୍ଗରଙ୍କ ଯୋଗ ଭିଡିଓ କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False