ଝାରଖଣ୍ଡରୁ ଏହି ବିଶାଳ କାୟ ଅଜଗରସାପକୁ ଉଧାର କରାଯାଇଛି କି ? ଜାଣନ୍ତୁ ସତ୍ୟତା।

False Social

18 ଅକ୍ଟୋବରରେ OdiaKhabar24 ନାମକ ଏକ ଓଡ଼ିଆ ଖବର ପେଜରେ ଭାଇରାଲ ଭିଡିଓ ଏବଂ ଖବର ପ୍ରକାଶିତ ହୋଇଥିବାର ଦେଖିଲୁ। ଯେଉଁଥିରେ ଲେଖାଯାଇଛି ଯେ- ଦାବି କରାଯାଇଛି ଯେ ଏତେ ବଡ଼ ସାପ ଝାରଖଣ୍ଡରୁ ବରାମଦ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 68ରୁ ଅଧିକଥର ସେୟାର କରାଯାଇଛି। ଏବଂ 1000ରୁ ଅଧିକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook  । Archive

 ଖବର ପେଜରେ ଲେଖାଯାଇଛି ଯେ, ଧନବାଦ, ଝାଡଖଣ୍ଡରୁ ଏକ ବିଶାଳ କାୟ ଅଜଗର ସାପକୁ ଉଧାର କରାଯାଇଛି ଯାହାର ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ଏହି ବିଶାଳ କାୟ ଅଜଗର ସାପକୁ ଉଧାର କରିବା ପାଇଁ ଜେସିବିର ଆବଶ୍ୟକତା ପଡିଥିଲା । ଧନବାଦ ଜିଲ୍ଲାର ଶିନ୍ଦରୀରେ ଏହି ବିଶାଳ କାୟ ଅଜଗରକୁ ଉଧାର କରାଯାଇଛି । ଯେତେବେଳେ ଲୋକ ମାନଙ୍କୁ ଏହି ଅଜଗର ବିଷୟରେ ଜଣା ପଡିଲା ସେତେବେଳେ ସେ ଜେସିବି ଡକାଇ ଥିଲେ କାରଣ ଏତେ ବଡ ସାପକୁ ଲୋକମାନେ ଉଧାର କରିପାରିବେ ନାହିଁ ।

ତେବେ କଣ ଝାରଖଣ୍ଡରୁ ଏହି ବିଶାଳ କାୟ ଅଜଗରସାପକୁ ଉଧାର କରାଯାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରରେ ପ୍ରକାଶିତ ହୋଇଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 22 ଅକ୍ଟୋବରରେ 2021ରେ mirror ପେଜରେ ଭାଇରାଲ ଭିଡିଓ ସମ୍ପର୍କରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଭାଇରାଲ ଭିଡିଓ ଡୋମିନିକା ରେନ୍ଫରେଷ୍ଟରେ ଏକ ସ୍ଥାନ ସଫା କରୁଥିବା ବେଳେ ଶ୍ରମିକମାନେ ଏହି ସାପଟିକୁ ପାଇଥିଲେ। ଏହି ଭିଡିଓ ଟିକଟୋକରେ @fakrulazwa ଦ୍ୱାରା ସେୟାର କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ 79 ଲକ୍ଷରୁ ଅଧିକ ଥର ଦେଖାଯାଇଛି। ସମାନ ଆକାଉଣ୍ଟରୁ ସେୟାର ହୋଇଥିବା ଅନ୍ୟ ଏକ ଭିଡିଓରେ ଲୋକମାନେ ଏକ କାର ଭିତରେ ସାପ ଫିଟ୍ କରିବାକୁ ସଂଘର୍ଷ କରୁଥିବା ଦେଖାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।  ଏହି ଖବର dailystar ପେଜରେ ମଧ୍ୟ ଦେଖିପାରିବେ। 

ଏଠାରେ ଲିଙ୍କ ଦେଖନ୍ତୁ- mirror । Archive

ଏହା ପରେ ଆମକୁ NBT Bihar ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ନବଭାରତ ଟାଇମ୍ସ ଧନବାଦ ପ୍ରଶାସନ ସହ ସମ୍ପର୍କ କରି ସ୍ପଷ୍ଟ କରିଛି ଯେ, ଏହି ଭିଡିଓ ଧନବାଦର ନୁହେଁ। ଧାନବାଦରେ ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି ଯେ ଜିଲ୍ଲାର କୌଣସି ଅଞ୍ଚଳରେ ଏଭଳି ସାପ ମିଳିନଥିଲା କିମ୍ବା ଜେସିବି ମେସିନ୍ ସାହାଯ୍ୟରେ ସାପ ଉଠାଇବାର କୌଣସି ମାମଲା ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

New York Post ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ, ଭାଇରାଲ୍ ଭିଡିଓରେ କେଉଁ ପ୍ରଜାତିର ସାପ ଦେଖା ଯାଉଛି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ବୋଇ କନଷ୍ଟ୍ରିକ୍ଟର ଏକ କାରିବିଆନ୍ ଦ୍ୱୀପପୁଞ୍ଜର ଏକ ପ୍ରଜାତି। ଏହି ସାପଗୁଡିକ 13 ଫୁଟ ପର୍ଯ୍ୟନ୍ତ ବଢ଼ିପାରେ। ଏଠାରେ ମଧ୍ୟ ଲେଖାଯାଇଛି ଯେ, ଡୋମିନିକା ରେନ୍ଫରେଷ୍ଟର କିଛି ଅଂଶ ସଫା କରୁଥିବା ବେଳେ ଶ୍ରମିକମାନେ ଏହି ବିରାଟ ସାପ ଦେଖିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

12 ଅକ୍ଟୋବରରେ merdeka ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଭାଇରାଲ ଭିଡିଓ  ପାଇଁ ଇଣ୍ଡୋନେସିଆର ଜଣେ ଇନଷ୍ଟାଗ୍ରାମ ୟୁଜର  @ fakta.indo କୁ କ୍ରେଡିଟ୍ ଦେଇଛି।  ଭାଇରାଲ ଭିଡିଓ Instagram ପେଜରେ ଅକ୍ଟୋବର 11 ରେ ଇଣ୍ଡୋନେସିଆର କ୍ୟାପସନ୍ ସହିତ ପୋଷ୍ଟ କରିଥିଲା ଯେଉଁଥିରେ ଏକ ଜଙ୍ଗଲରେ 10 ମିଟର ଲମ୍ବା ପାଇଥନ୍ ମିଳିଥିବାର ଦାବି କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Instagram । Archive

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, କ୍ରେନରେ ବିଶାଳ କାୟ ଅଜଗରସାପକୁ ଉଧାର କରାଯାଇଥିବା ଦାବିରେ ଭାଇରାଲ ଭିଡିଓ ଝାରଖଣ୍ଡର ନୁହେଁ ବଂର ଡୋମିନିକାର ଅଟେ। 

Avatar

Title:ଝାରଖଣ୍ଡରୁ ଏହି ବିଶାଳ କାୟ ଅଜଗରସାପକୁ ଉଧାର କରାଯାଇଛି କି ? ଜାଣନ୍ତୁ ସତ୍ୟତା।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *