
କୋରୋନା ପରେ ଦେଶରେ ଅନେକ ଅସାଧାରଣ ଜିନିଷ ଦେଖିବାକୁ ମିଳୁଛି। କେବେ ପଙ୍ଗପାଳ ତ କେବେ ଅନ୍ୟ କିଛି। ଏହାକୁ ଲୋକମାନେ ଅଶୁଭ ସଂଙ୍କେତ ଭାବେ ଗ୍ରହଣ କରୁଛନ୍ତି। ସେହି ପରି କିଛି ଦିନ ପୂର୍ବେ ମଧ୍ୟପ୍ରଦେଶରେ ହଳଦିଆ ବେଙ୍ଗ ଦେଖା ଯିବା ପରେ ଲୋକଙ୍କ ମନରେ ଭୟ ବିଢ଼ି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। 15 ଜୁଲାଇରେ Singh mukti ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ହଳଦିଆ ବେଙ୍ଗର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପଙ୍ଗପାଳ ପରେ ଏବେ ଭାରତରେ ହଳଦିଆ ବେଙ୍ଗ ଦେଖିବାକୁ ମିଳୁଛି। ଭାରତରେ ପ୍ରଥମଥର ଏପରି ବେଙ୍ଗ ଦେଖା ଯାଇଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 600ରୁ ଅଧିକ ଲୋକ ଦେଖି ସାରିଛନ୍ତି। ତେଳୋ ପୋଷ୍ଟ ଦେଖନ୍ତୁ।
ତେବେ କଣ ଭାରତରେ ପ୍ରଥମଥର ପାଇଁ ଏହି ହଳଦିଆ ବେଙ୍ଗ ଦେଖିବାକୁ ମିଳିଛି। ଏହା ଏକ ଅଶୁଭ ସଂକେତ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହି ହଳଦିଆ ବେଙ୍ଗ ସମ୍ପର୍କରେ ଅନେକ ସୂଚନା ମିଳିଲା। 23 ମେ 2016ରେ Reporter live ନାମକ ଏକ ୟୁଟେୟୁବ ଚ୍ୟାନେଲରେ ଭାଇରାଲ ପୋଷ୍ଟ ପରି ଏକ ଭିଡିଓ ଦେଖଲୁ। ଯେଉଁଥିରେ ଲେଖା ଯାଇଛି ଯେ, କରଳର ଅନ୍ଦୋର ଜିଲ୍ଲାରେ ଏପରି ହଳଦିଆ ବେଙ୍ଗ ଦେଖା ଯାଇଛି। ଏହାର ଅର୍ଥ ଏହି ହଳଦିଆ ବେଙ୍ଗ ଭାରତରେ ଆଗରୁ ମଧ୍ୟ ଦେଖା ଯାଇଛନ୍ତି। ଏହା କୌଣସି ଦୁର୍ଲଭ ପ୍ରଜାତିର ବେଙ୍ଗ ନୁହଁନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ସମ୍ପର୍କରେ ଆମେ ଅଧିକ ଜାଣିବା ପାଇଁ ସର୍ଚ୍ଚ କରିଲୁ। 21 ମେ 2018ରେ Deccanchronicle ନାମକ ଏକ ପେଜରେ ଏହି ହଳଦିଆ ବେଙ୍ଗ ସମ୍ପର୍କରେ ଲେଖା ଯାଇଛି। ଖବର ଅନୁସାରେ ଏହି ହଳଦିଆ ବେଙ୍ଗକୁ ଇଣ୍ଡିଆନ ବୁଲଫ୍ରୋଗ (Indian bullfrog) ନାମରେ ଜଣା ଯାଏ। ଏହା ସ୍ଥାନିୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥାଏ । ଲୋକମାନେ ହଳଦିଆ ବେଙ୍ଗକୁ ବିଶାକ୍ତ ଭାବି ଭୟରେ ବେଙ୍ଗମାନଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା ମଧ୍ୟ କରି ଦେଇଥାନ୍ତି। ବୈଜ୍ଞାନିକଙ୍କ ମତରେ ଏହି ହଳଦିଆ ବେଙ୍କ (ହପ୍ଲୋବାଟ୍ରାଚସ୍ ଟାଇଗେରିନସ୍) ରଙ୍ଗ ପରିବର୍ତ୍ତନ ଏକ ସାଧାରଣ କଥା।ଏହି ବେଙ୍ଗମାନେ ମିଳନ ଅବସ୍ଥାରେ ଅଲିଭ୍ ସବୁଜରୁ ହଳଦିଆ ରଙ୍ଗକୁ ପରିବର୍ତ୍ତନ କରନ୍ତି। ଏହି ବେଙ୍ଗ 2018ରେ କରଳରେ ମଧ୍ୟ ଦେଖା ଯାଇଥିଲା। ଅଧିକ ବର୍ଷା ହେଲେ ଏହି ବେଙ୍ଗ ନିଜ ରଙ୍ଗ ବଦଳାଇ ସାମ୍ନାକୁ ଆସନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Deccanchronicle । Archive
ଆମକୁ Felis creation tv ଚ୍ୟାନେଲରେ ଏକ ଭିଡିଓ ମିଳିଲା, ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଏହି ହଳଦିଆ ବେଙ୍ଗ ଭାରତ, ପାକିସ୍ତାନ, ବାଙ୍ଗଲାଦେଶରେ ଦେଖିବାକୁ ମିଳେ। ମୁଖ୍ୟତଃ ବର୍ଷା ଋତୁ ଆରମ୍ଭରେ ଏହି ବେଙ୍ଗମାନେ ନିଜ ରଙ୍ଗ ବଦଳାଇ ଥାନ୍ତି। ଏହି ବେଙ୍ଗ ଅଲଗା ଋତୁରେ ମାଟିଆ କିମ୍ବା ହାଲକା ମାଟିଆ ରଙ୍ଗର ଥାନ୍ତି। ଏହା ମୁଖ୍ୟତଃ ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହି ବେଙ୍ଗ ସମ୍ପର୍କରେ ଅଧିକ ସୂଚନା ପାଇଁ ଆପଣ The lallantop ପେଜରେ ଦେଖି ପାରିବେ। ଖବର ଅନୁସାରେ ଏହି ବେଙ୍ଗ ଭାରତରେ ମିଳିଥାଏ। ଏହି ବେଙ୍ଗ ବିଷାକ୍ତ ନୁହଁନ୍ତି। ଏବଂ ସମୁଦ୍ର ଅଞ୍ଚଳରେ ଦେଖା ଯାଆନ୍ତି। କେବଳ ସେତିକି ନୁହେଁ ଏହି ବେଙ୍ଗ କୃଷକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗି ଅଟନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ମଧ୍ୟପ୍ରଦେଶରେ ଦେଖା ଯାଉଥିବା ହଳଦିଆ ବେଙ୍ଗ ବିଷାକ୍ତ ନୁହଁନ୍ତି। ଏହା ସହ ଏହି ହଳଦିଆ ବେଙ୍ଗ ପ୍ରଥମଥର ପାଇଁ ଭାରତରେ ଦେଖା ଯାଇ ନାହିଁ। ଏହା ଅନେକଥର ଭାରତରେ ଦେଖା ଯାଇଥାଏ।
Title:କ’ଣ ଭାରତରେ ପ୍ରଥମଥର ପାଇଁ ଏହି ହଳଦିଆ ବେଙ୍ଗ ଦେଖା ଯାଇଛନ୍ତି ?କଣ ଏହା ବିଷାକ୍ତ ଅଟନ୍ତି ?
Fact Check By: Saritadevi SamalResult: False

