2017 କମେଡ଼ି ଭିଡିଓକୁ ନିର୍ବାଚନରେ ହାରିଲା ପରେ ଟ୍ରମ୍ପ ନିଜ ଅଫିସର ଜିନିସ ଭାଙ୍ଗୁଥିବା ଦାବିରେ ଭାଇରାଲ କରାଯାଉଛି।

Satire Social

 ନିର୍ବାଚନ ପରେ ଆମେରିକାର ନୁଆ ରାଷ୍ଟ୍ରପତି  ଜୋ ବାଇଡେନ (Joe Biden) ବନିଲେ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମଙ୍କୁ ପରାସ୍ତ କରି ଆମେରିକୀୟଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ଜୋ ବାଇଡେନ । ସେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ପରାସ୍ତକୁ ନେଇ ଅନେକ ଥଟା ପରିହାସ କରାଯାଉଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଆମେରିକା ପତାକା ଲାଗିଥିବା ଏକ ଅଫିସରେ ଟ୍ରମ୍ପ ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ଅଫିସର ସମସ୍ତ ଜିନିଷ ଭାଙ୍ଗୁଥିବାର ଦେଖାଯାଉଛନ୍ତି। ଭିଡିଓ ସହ ଦାବି କରାଯାଉଛି ଯେ, ନିର୍ବାଚନରୁ ପରାସ୍ତ ହେଲାପରେ ଟ୍ରମ୍ପଙ୍କର ଏପରି ଅବସ୍ଥା ହୋଇଛି। ସେ ରାଗରେ ତାଙ୍କ ଅଫିସର ସମସ୍ତ ଜିନିଷ ଭାଙ୍ଗିବାରେ ଲାଗିଛନ୍ତି।

ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ଏକ ବ୍ୟଙ୍ଗାତ୍ମକ କମେଡି ଭିଡିଓ ଅଟେ। ଯାହାକୁ ପରିହାସ କରି ପୋଷ୍ଟ କରାଯାଇଛି।

8 ନଭେମ୍ବରରେ Bikash Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ,  ନିର୍ବାଚନରେ ପରାସ୍ତ ହେଲା ପରେ  ଡୋନାଲ୍ଡ ଟ୍ରମ୍ପ ଏପରି ବ୍ୟବହାର କରୁଛନ୍ତି। ସେ ତାଙ୍କ ଅଫିସର ସମସ୍ତ ଜିନିଷ ଭାଙ୍ଗିବାରେ ଲାଗିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 50ଥର ସେୟାର କରାଯିବା ସହ ପୋଷ୍ଟକୁ 3000ରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ଭାଇରାଲ ଭିଡିଓ ନିର୍ବାଚରେ ପରାସ୍ତ ହେଲା ପରେ ଡୋନାଲ୍ଡ ଟ୍ରମ୍ପ ଜିନିଷ ଭାଙ୍ଗୁଥିବାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆଣ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ yandex ପଜେରେ ଭାଇରାଲ ଭିଡିଓ ଦେଖଲୁ। ଯେଉଁଥିରେ ଆମକୁ ଭିଡିଓର ୟୁଟ୍ୟୁବ ଚ୍ୟାନେଲ ମିଳିଲା। ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓ arief official ୟୁଟ୍ୟବ ଚ୍ୟାନେଲରେ ମିଳିଲା। ଯାହାକି 21 ଡିସେମ୍ବର 2017ରେ ପୋଷ୍ଟ କରାଯାଇଥିବାର ପାଇଲୁ। ତେବେ ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ ବୋଲି ସ୍ପଷ୍ଟ ହେଲୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏହା ପରେ ଆମେ ଭାଇରଲ ଭିଡିଓର ଅନ୍ୟ କିଛି ଭିଡିଓ ଖୋଜିବା କୁ ଚେଷ୍ଟା କରିଲୁ। ସର୍ଚ୍ଚରେ ଆମକୁ ଅନ୍ୟ ଏକ ଭିଡିଓ ମିଳିଲା। ଯେଉଁଥିରେ ଭିଡିଓରେଥିବା ବ୍ୟକ୍ତି ଟ୍ରମ୍ପ ନଥିବା ପରି ଜଣା ପଡ଼ୁଛି। ତଳେ Jire Dagaal ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଦେଖନ୍ତୁ। 

ଇଣ୍ଟରନେଟରେ “ଟ୍ରମ୍ପ ଅଫିସରେ  ଜିନିଷ ଭାଙ୍ଗୁଥିବା ” ର ଭିଡିଓ ପ୍ରକୃତରେ 2017 ରେ କମେଡି ସେଣ୍ଟ୍ରାଲ ଦ୍ୱାରା ନିର୍ମିତ ବ୍ୟଙ୍ଗାତ୍ମକ କମେଡି “ଦି ରାଷ୍ଟ୍ରପତି ଶୋ” ର ଏକ କ୍ଲିପ୍ ଅଟେ। Comedy Cental Uk ପେଜରେ ଭାଇରାଲ ଭିଡିଓର ପ୍ରକଡତ ଭିଡିଓ ଦେଖନ୍ତୁ। ଭାଇରାଲ ଭିଡିଓ 21 ଜୁଲାଇ 2017ରେ ପ୍ରକାଶିତ କରାଯାଇଛି। ଭିଡିଓରେ ହାସ୍ୟ ଅଭିନେତା ଆନ୍ଥୋନୀ ଆଟାମାନୁକ୍ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଅଫିସରେ ଜିନିଷ ଭାଙ୍ଗିବା ଅଭିନୟ କରୁଛନ୍ତି। 3:45ରେ ଭାଇରାଲ ଭିଡିଓର ଅଂଶ ଦେଖିପାରିବେ। ତଳେ ଭିଡିଓ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ନିର୍ବାଚନରେ ଟ୍ରମ୍ପ ହାରିଲା ପରେ ନିଜ ଅଫିସର ଜିନିସ ଭାଙ୍ଗୁଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ମିଥ୍ୟା ଅଟେ। ଭାଇରାଲ ଭିଡିଓ 2017ର ଅଟେ। ଯାହାକି କମେଡି ସେଣ୍ଟ୍ରାଲ ଦ୍ୱାରା ନିର୍ମିତ ବ୍ୟଙ୍ଗାତ୍ମକ କମେଡି “ଦି ରାଷ୍ଟ୍ରପତି ଶୋ” ର ଏକ କ୍ଲିପ୍ ଅଟେ। ଏହା ଏକ ବ୍ୟଙ୍ଗାତ୍ମକ ଭିଡିଓ ଅଟେ। 

Avatar

Title:2017 କମେଡ଼ି ଭିଡିଓକୁ ନିର୍ବାଚନରେ ହାରିଲା ପରେ ଟ୍ରମ୍ପ ନିଜ ଅଫିସର ଜିନିସ ଭାଙ୍ଗୁଥିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: Satire

Leave a Reply

Your email address will not be published. Required fields are marked *