
ତାଲିବାନ ଆଫଗାନିସ୍ତାନ ଦଖଲ କରିବାପେର ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ବର୍ତ୍ତମାନ ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦରରେ ଦୁଇଟି ବିସ୍ଫୋରଣ ଘଟିଥିବାର ଖବର ଆସିଛି। ସୋସିଆଲ ମିଡିଆରେରେ ଏହି ବିଷୟରେ ଏକ ଭିଡିଓ ସେୟାର କରାଯାଉଛି। ସେହି ଭିଡିଓରେ ଆପଣ ରାତିରେ ବିସ୍ଫୋରଣ ଘଟୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ଭିଡିଓ ବର୍ତ୍ତମାନ କାବୁଲ ବିମାନବନ୍ଦରରେ ବିସ୍ଫୋରଣ ହୋଇଥିବାର ଦୃଶ୍ୟ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
28 ଅଗଷ୍ଟରେ OTV ନ୍ୟୁଜ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି –କାବୁଲ_ଏୟାରପୋର୍ଟ_ଆକାଶରେ_ନିଆଁ_ହୁଳା ସିରିଜି ବିସ୍ଫୋରଣରେ ଥରହର ଆଫଗାନିସ୍ତାନ। ଗତକାଲି କାବୁଲ ଏୟାରପୋର୍ଟରେ ISIS ଖୁରାସନ କରିଥିବା ବିସ୍ଫୋରଣ କେତେ ଭୟଙ୍କର ଥିଲା ଦେଖନ୍ତୁ (ଏଭଳି ଭିଡିଓ ଆପଣଙ୍କୁ ବିଚଳିତ କରିପାରେ। ଆମେ ଏମିତି କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇନଥାଉ) #Afghanistan #Taliban #KabulAirport। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 10ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ନ୍ୟୁଜ ଚ୍ୟାନେଲରେ ଦେଖାଯାଉଥିବା ଭିଜୁଆଲ୍ କାବୁଲ ବିମାନବନ୍ଦରରେ ବିସ୍ଫୋରଣର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧଆନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Aurora Intel ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ପାଇଲୁ । ଯାହାକି 22 ଅଗଷ୍ଟ 2021 ରେ ଭିଡିଓ ଅନଲାଇନରେ ପୋଷ୍ଟ କରାଯାଇଛି। ଭିଡିଓକୁ ଏକ କ୍ୟାପସନରେ ଟ୍ୱିଟ୍ କରି ଲେଖିଛନ୍ତି -ଏହା ପୂର୍ବରୁ କେନ୍ଦ୍ରୀୟ ଗାଜା ହାମାସ୍ ଆରିନ୍ ସାଇଟ୍ ଟାର୍ଗେଟରୁ ଫୁଟେଜ୍। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ମିଳିଥିବା ଭିଡିଓର କି ଶବ୍ଦକୁ ନେଇ ଆମେ ଅଧିକ ସର୍ଚ୍ଚ କିରଲୁ। A Haber ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। 22 ଅଗଷ୍ଟ 2021ରେ ଖବର ପ୍ରକାଶିତ କରାଯାଇଛି। ଭିଡିଓର 0.54 ସେକେଣ୍ଡରେ ଭାଇରଲ ଭିଡିଓ ଦେଖିପାରିବେ। ଭିଡିଓର ଶିର୍ଷକରେ ଲେଖାଯାଇଛି- İsrail Gazze’ye hava saldırısı düzenledi, ( ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରିଛି )। ଖବର ଅନୁସାରେ 1969 ମସିହାରେ ଗାଜା ଷ୍ଟ୍ରିପ ସୀମାରେ ଜଣେ ପ୍ରଶଂସକ ଯିହୁଦୀଙ୍କ ଦ୍ୱାରା ମସଜିଦ ଅଲ-ଆକସା ଜଳିବାର 52 ତମ ବାର୍ଷିକୀ ପାଳନ ଅବସରରେ 41 ଜଣ ପାଲେଷ୍ଟାଇନ ଏବଂ ଜଣେ ଇସ୍ରାଏଲ ସୈନିକ ଆହତ ହୋଇଥିଲେ। ଚଳିତ ବର୍ଷ 19 ଅଗଷ୍ଟରେ, ଇସ୍ରାଏଲ୍ ସେନା ଗାଜା ସୀମାରେ ନିଜର ସୈନ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲୀୟ ଜନ୍ମିତ ଡେନିସ୍ ମାଇକେଲ ରୋହନ ଅଗଷ୍ଟ 21, 1969 ରେ ଅଲ-ଆକସା ମସଜିଦରେ ପ୍ରବେଶ କରି କିବଲା ମସଜିଦ ଏବଂ 1000 ବର୍ଷ ପୁରୁଣା ସାଲାଡିନ ପଲପିଟର ବେଦୀ ପୋଡି ଦେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
22 ଅଗଷ୍ଟ 2021ରେ Timesofisrael ପେଜରେ ଭାଇରାଲ ଭିଡିଓର ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଏହି ଭିଡିଓରେ ଗାଜା ଷ୍ଟ୍ରିପରେ ହାମାସ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ଯେ, ସୀମାରେ ଗୁଳି ବିନିମୟରେ ଜଣେ ସୈନ୍ୟ ଆହତ ହୋଇଛନ୍ତି। ହାମାସ ଆତଙ୍କବାଦୀ ଗୋଷ୍ଠୀ ଏବଂ ଅନ୍ୟ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନ ସମୟରେ ବଡ଼ ଧରଣର ସଂଘର୍ଷ ପରେ ଏହି ଆକ୍ରମଣ ହୋଇଥିଲା। ଇସ୍ରାଏଲର ସୀମା ସୁରକ୍ଷା କର୍ମୀଙ୍କ ମୁଣ୍ଡରେ ଗୁଳି ବାଜିଛି। 21 ଅଗଷ୍ଟରେ ଦିନ ଚାଳିଶ ଜଣ ପାଲେଷ୍ଟାଇନୀୟ ମଧ୍ୟ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ଇସ୍ରାଏଲର ଗୁଳି ଓ ଦଙ୍ଗା ଅସ୍ତ୍ରରେ ଗୁରୁତର ଆହତ ହୋଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। Aleph א ପେଜରେ ଭାଇରାଲ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
haberler.com ପେଜେର ମଧ୍ୟ ଭାଇରାଲ ଭିଡିଓର ଖବର ପାଇଲୁ। ଖବରରେ ଲେଖାଯାଇଛି ଯେ, ଇସ୍ରାଏଲର ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପ୍ ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଥିଲା। ଆର୍ଟିକିଲ ଅନୁଯାୟୀ, ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନ ପ୍ରତିରୋଧ ଗୋଷ୍ଠୀର ଟାର୍ଗେଟରେ ଇସ୍ରାଏଲର ଯୁଦ୍ଧ ବିମାନ ଆକ୍ରମଣ କରିଥିଲା। ଏହି ସମୟରେ 41 ଜଣ ପାଲେଷ୍ଟାଇନୀୟ ଆହତ ହୋଇଥିଲେ,ସେଥିମଧ୍ୟରୁ 2 ଜଣ ଗୁରୁତର ଆହତ ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଗାଜା ଷ୍ଟ୍ରିପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଭିଡିଓକୁ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ଦୃଶ୍ୟ ଦାବିରେ ଭାଇରାଲ ହେଉଛି।

Title:ଗାଜାରେ ଇସ୍ରାଏଲର କରିଥିବା ଏୟାର ଷ୍ଟ୍ରାଇକ୍ ଭିଡିଓକୁ କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ଦୃଶ୍ୟ ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
