
ମହାରାଷ୍ଟ୍ର ସରକାର କଙ୍ଗନା ରଣାୱତର ଘର ଭାଙ୍ଗିବା ଘଟଣାପରେ ଏବେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଇଛି।, ଯେଉଁଥିରେ ଦାବି କରାଯାଇଛି ଯେ, ମୁମ୍ବାଇରେ ପ୍ରାୟ 200 ଅବୈଧ ମସଜିଦ ଓ ଅସଂଖ୍ୟ ମଜାର ରାସ୍ତା ଉପରେ ଅଛି। କ୍ନିତୁ ମହାରାଷ୍ଟ୍ର ସରକାର ତାହା ହଟଉ ନାହିଁ। ଭାଇରାଲ ଫୋଚୋ ମୁମ୍ବାଇର ବୋଲି ଦାବି କରାଯାଇଛି।
9 ସେପ୍ଟେମ୍ବରରେ Arun tripathy ଏବଂ Bikashram gopi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ଏବଂ ଦାବି ପୋଷ୍ଟ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ମୁମ୍ବାଇରେ ପ୍ରାୟ ୨୦୦ ଅବୈଧ ମସଜିଦ ଓ ଅସଂଖ୍ଯ ମଜାର ସବୁ ରାସ୍ତା ଉପରେ ଅଛି। ହେଲେ BMC କୁ କେବଳ କଙ୍ଗନାର ଅଫିସ ଅବୈଧ ନିର୍ମାଣ ହେଈଛି ବୋଲି ଅନୁଭବ ହେଲା।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ରାସ୍ତା ମଝିରେ ମସଜିଦଥିବାର ଭାଇରାଲ ଫୋଟୋ ମୁମ୍ବାଇର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋ Jobsvacancy ପେଜରେ ମିଳିଲା। ଯେଉଁଥିରେ କୋରୋନା ମହାମାରି ପାଇଁ ହୋଇଥିବା ଲକଡାଉନ ପରେ କଟାର ନାମକ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଖବର ଅନୁସାରେ ରାଖି ପୂର୍ଣ୍ଣିମା ଏବଂ ଇଦ ପାଇଁ ଲୋକ କିଣାକିଣି କରିବା ପାଇଁ ସରକାର କୋରୋନା ଲକଡାଉନ କୋହଳ କରିଥିଲେ। ଭାଇରାଲ ଫୋଟୋ କଟାର ବଜାରର ବୋଲି ଆମେ ଜାଣିବାକୁ ପାଇଲୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Jobsvacancy । Archive
ଏହାପରେ ଆମକୁ bhaskar ପେଜରେ ମଧ୍ୟ ଭାଇରାଲ ଫୋଟୋ ମିଳିଲା। ଏଠାରେ ପେଜର Archive ଲିଙ୍କ ଦେଖନ୍ତୁ। ଯେଉଁଥିରେ ଲେଖା ଯାଇଛି ଯେ, ଶୁକ୍ରବାର ସନ୍ଧାରେ କଟାରା ମାର୍କେଟରେ କିଣାକିଣି ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଠାରେ ମଧ୍ୟ ଆମେ ସ୍ପଷ୍ଟ ହେଲୁ ଭାଇରାଲ ଫୋଟୋ କଟାରା ବଜାରର ଅଟେ। ତେବେ ଏହି କଟାରା ବଜାର ମୁମ୍ବାଇର ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। Avinash Sharma ୟୁଟ୍ୟୁବ ଚ୍ୟାନେଲରେ କଟରା ବଜାରର ଏକ ଭିଡିଓ ପାଇଲୁ। ଯେଉଁଥିରେ ଲେଖା ଯାଇଥିଲା କଟାରା ଚୌକ,ଜିମା ମସଜିଦ, ମଧ୍ୟପ୍ରଦେଶ। ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ହେଉଥିବା ଫୋଟୋ ମୁମ୍ବାଇର ନୁହେଁ ମଧ୍ୟ ପ୍ରଦେଶର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏଠାରେ କଟରା ବଜାରର google location ଦେଖିପାରିବେ, ଯାହାକି ମଧ୍ୟପ୍ରଦେଶର ଅଟେ।
ମୁମ୍ବାଇ ନାମରେ ଭାଇରାଲ ହେଉଥିବା ଅନ୍ୟ କିଛି ଫେକ ପୋଷ୍ଟ ଦେଖନ୍ତୁ। ଯାହାକି ରାଜସ୍ଥାନର ମସଜିଦ ଭିଡିଓକୁ ମୁମ୍ବାଇର କହି ଭାଇରାଲ କରାଯାଇଛି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ମୁମ୍ବାଇର ନୁହେଁ ମଧ୍ୟ ପ୍ରଦେଶ କଟାର ବଜାରର ଅଟେ। ଫୋଟୋ ସହ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ।

Title:ମୁମ୍ବାଇ ରାସ୍ତା ଉପରେ ଅବୈଧ ମସଜିଦଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମଧ୍ୟ ପ୍ରଦେଶ କଟରା ବଜାରର ଅଟେ।
Fact Check By: Saritadevi SamalResult: False