
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ପୁଣି ଥରେ ନିର୍ବାଚନରେ ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି ଦର୍ଶାଯାଇଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି |
ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ ପଡୁଛି। ଯଦି ଏ ମାନେ ୨୦୧୯ ରେ ଫେରି ଆସିବେ, ଯଦି ଅମିତ ଶାହା ଏବଂ ମୋଦୀ ୨୦୧୯ ନିର୍ବାଚନରେ ଫେରି ଆସୁଛନ୍ତି ତେବେ ସେମାନେ ପାକିସ୍ତାନକୁ ବରବାଦ କରି ଦେବେ, ନଷ୍ଟ କରି ଦେବେ।”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ଅସଲି ଭିଡିଓ ରେ ସେ କହିଛନ୍ତି ଯେ ଯଦି 2019 ରେ ପିଏମ ମୋଦୀ ଏବଂ ଅମିତ ଶାହା ଶାସନକୁ ଫେରି ଆସନ୍ତି ତେବେ ସେମାନେ ଦେଶକୁ ନଷ୍ଟ କରିଦେବେ।
ଆମ ଅନୁସନ୍ଧାନ:
ନିକଟରେ କେଜ୍ରିୱାଲ୍ ଏପରି କୌଣସି ଭାଷଣ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ହୋଇ ନାହିଁ। ଏହା ଦେଖି ଆମକୁ ଭାଇରାଲ ଭିଡିଓ ନକଲି ହୋଇଥିବାର ସନ୍ଦେହ ହେଲା।
ଭିଡିଓର ଫ୍ରେମ ଗୁଡିକୁ ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହାର ମୂଳ ଭିଡିଓ ଇଟିଭି ତେଲେଙ୍ଗାନା ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହୋଇଥିଲା।
ଏହି ଭିଡିଓରେ କେଜ୍ରିୱାଲ କହିଛନ୍ତି ଯେ ଯଦି 2019 ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ପୁନର୍ବାର କ୍ଷମତାକୁ ଆସନ୍ତି ତେବେ ସେମାନେ ପାକିସ୍ତାନ ବଦଳରେ ଭାରତକୁ ଧ୍ୱଂସ କରିଦେବେ।
ଭାଇରାଲ୍ ଭିଡିଓ 5 ମିନିଟ୍ 47 ସେକେଣ୍ଡରେ ଦେଖାଯାଇପାରିବ | କେଜ୍ରିୱାଲଙ୍କ ଏହି ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
୪.୫୧ ମିନିଟ୍ ପରେ କେଜ୍ରିୱାଲ କହୁଛନ୍ତି ଯେ ଗତ ୭୦ ବର୍ଷ ମଧ୍ୟରେ ପାକିସ୍ତାନ ଆମ ଦେଶକୁ ବିଭାଜନ କରିବାର ସ୍ୱପ୍ନ ଦେଖି ଆସୁଛି, ଗତ ୭୦ ବର୍ଷ ମଧ୍ୟରେ ପାକିସ୍ତାନ ଯାହା କରିପାରି ନାହିଁ ତାହା ମୋଦୀ ଏବଂ ଅମିତ ଶାହା କରିଛନ୍ତି। ସେମାନେ ଏହି ଦେଶର ଲୋକଙ୍କୁ ୫ ବର୍ଷ ମଧ୍ୟରେ ବିଷ ଦେଇଛନ୍ତି। ହିନ୍ଦୁ-ମୁସଲମାନ, ମୁସଲମାନ-ଖ୍ରୀଷ୍ଟିଆନ ମଧ୍ୟରେ ଝଗଡା ଆରମ୍ଭ କରିଛନ୍ତି। ୭୦ ବର୍ଷରେ ପାକିସ୍ତାନ ଯାହା କରି ପାରି ନାହିଁ, ୫ ବର୍ଷରେ ତାହା ମୋଦୀ ଏବଂ ଅମିତ ଶାହା କରିଛନ୍ତି। ବନ୍ଧୁଗଣ, ଏହି ଦୁଇଜଣ ଏହି ଦେଶକୁ ନଷ୍ଟ କରିଦେବେ। ମୁଁ ଯେତେ ଅଧିକ ଚିନ୍ତା କରେ, ମୋ ଦେହ ଅଧିକ କମ୍ପିତ ହୁଏ। ଯଦି ୨୦୧୯ ରେ ଉଭୟ କ୍ଷମତାକୁ ଆସନ୍ତି… ମୋଦୀ ଏବଂ ଅମିତ ଶାହା ୨୦୧୯ ରେ ପୁନର୍ବାର କ୍ଷମତାକୁ ଆସନ୍ତି… ବନ୍ଧୁଗଣ, ତେବେ ଏହି ଦେଶ (ଭାରତ) ବଞ୍ଚିବ ନାହିଁ। ସେମାନେ ଏହି ଦେଶକୁ ଧ୍ୱଂସ କରିବେ।
ଏହାର ଲାଇଭ୍ ଭିଡିଓ ୟୁନାଇଟେଡ୍ ଇଣ୍ଡିଆ ରାଲିର ଫେସବୁକ୍ ପେଜରେ ଉପଲବ୍ଧ ଅଛି| ଦିଆଯାଇଥିବା ସୂଚନା ଅନୁଯାୟୀ, ଭାଇରାଲ ଭିଡିଓ କୋଲକାତାରେ ଆୟୋଜିତ ଏକ ଟିଏମସି ରାଲିର ଅଟେ।
ଏହା ପରେ ଆମେ ଭାଇରାଲ ଭିଡିଓ ଏବନ ମୂଳ ଭିଡିଓ ମଧ୍ୟରେ ତୁଳନା କରି ଦେଖିଲୁ। ଆପଣ ମାନେ ସେହି ଭିଡିଓ ନିମ୍ନରେ ଦେଖି ପାରିବେ।
ଶେଷକଥା:
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରା ଯାଇଛି। ଅସଲି ଭିଡିଓ ରେ ସେ କହିଛନ୍ତି ଯେ ଯଦି ୨୦୧୯ ରେ ପିଏମ ମୋଦୀ ଏବଂ ଅମିତ ଶାହା ଶାସନକୁ ଫେରି ଆସନ୍ତି ତେବେ ସେମାନେ ଭାରତକୁ ନଷ୍ଟ କରିଦେବେ।

Title:କ’ଣ ଏହି ଭିଡିଓରେ କେଜ୍ରିୱାଲ ପାକିସ୍ତାନ ସମର୍ଥନରେ ଭାଷଣ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Altered
