ନବଜାତ ଜନ୍ମପରେ ମୃତ ମାଁକୁ ଦେଖି କାନ୍ଦୁଥିବା ଡାକ୍ତର ଫଟୋର ଜାଣନ୍ତୁ ସତ୍ୟ ।

False Social

8 ସେପ୍ଟେମ୍ବରରେ M.M Foundation ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋବାର ଦେଖି  ଡାକ୍ତର କାନ୍ଦୁଛନ୍ତି।

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହି ଫୋଟୋ ଦୁଇଟିକୁ ଦେଖନ୍ତୁ ! ଦୀର୍ଘ ୧୪ ବର୍ଷ ହେଲା କୋଳରେ ଛୁଆ ଟିଏ ପାଇବା ପାଇଁ ଠାକୁରଙ୍କୁ ଡାକୁଥିଲେ ! ଶେଷରେ ଭଗବାନ ଡାକ ଶୁଣିଲେ ,କିନ୍ତୁ ଅତି ଦୁଃଖର କଥା ଅଭାଗିନୀ ମା ଟି ନିଜ ପୁଅ ର ମୁହଁ ବି ଦେଖି ପରିଲାନି !!ଦ୍ଵିତୀୟ ଫଟରେ ଥିବା ଡାକ୍ତର ଯେତେ ଚେଷ୍ଟା କଲେ ବି ବଂଚାଇ ପାରିଲେ ନାହିଁ ମା କୁ ! ଡାକ୍ତର ଅତି ଦୁଃଖର ସହ କହିଛନ୍ତି ଯେ ନିଜ ଦୀର୍ଘ ଚାକିରୀ ଜୀବନରେ ବହୁତ୍ ଘଟଣା ଦେଖିଛି ! କିନ୍ତୁ ଆଜି ଏ ମା ଓ ପୁଅ ପାଇଁ କାନ୍ଦି ପକାଇଲି ! ମା ମାନେ କେତେ କଷ୍ଟ ସହି ନିଜ ସନ୍ତାନ ଙ୍କୁ ୯ ମାସ ଗର୍ଭ ରେ ଧରି ଜନ୍ମ ଦେଇ ଥାନ୍ତି ! ଅସହ୍ୟ ପ୍ରସବ ପୀଡ଼ା ସହି ନିଜ ସନ୍ତାନ କୁ ଏହି ଦୁନିଆ କୁ ଆଣେ ! ସାଙ୍ଗମାନେ ମା ଙ୍କୁ କେବେ ଦୁଃଖ ଦେବ ନାହିଁ !! {{ଯଦି ଏହି ପୋଷ୍ଟ ଟି ଆପଣଙ୍କ ହୃଦୟକୁ ଛୁଇଁ ଛି ଗୋଟେ ସେୟାର ନିଶ୍ଚୟ କରିବେ}}

ଆମ ଅନୁସନ୍ଧାନ ପୂର୍ବରୁ ଭାଇରାଲ ପୋଷ୍ଟ ଅଧିକରୁ ଅଧିକ ସେୟାର କରାଯାଇଥିଲା। ଏହା ଛଡ଼ା ପୋଷ୍ଟରେ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଭାଇରାଲ ପୋଷ୍ଟ Arun Kumar Mallik ନାମକ ଜଣେ ଫେସବୁକ ୟୁଜର ମଧ୍ୟ ପୋଷ୍ଟ କରିଛନ୍ତି। ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫଟୋରେଥିବା ଡାକ୍ତର ପ୍ରସବ ସମୟରେ ମହିଳାର ମୃତ୍ୟୁ ହୋଇଥିବା ଦେଖି କାନ୍ଦି ପକାଇଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ପାଇଲୁ। Merve Tiritoglu Sengunler Photography ପେଜରେ ଭାଇରାଲ ପ୍ରଥମ ଫଟୋ ପାଇଲୁ। ଯାହାକି 3 ଫେବୃଆରି 2016ରେ ପୋଷ୍ଟ କରାଯାଇଥିଲା।  ଭାଇରାଲ ଫୋଟୋ 14 ଡିସେମ୍ବର 2015ରେ ଫଟୋ ପୋଷ୍ଟ କରାଯାଇଥିଲା। ଏହା ଏକ ଫଟୋ ସୁଟ ପେଜ ଅଟେ। ଯେଉଁଥିରେ ନବଜାତ ଶିଶୁ ଏବଂ ତାଙ୍କ ମାଁର ଫଟୋ ଉଠାଯାଏ। ଭାଇରାଲ 2015 ମସିହାର ଅଟେ। ଫଟୋରେଥିବା ମହିଳା ଜିବିତ ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହା ଫୋଟୋ 2016ରେ ମଧ୍ୟ ସେୟାର କରାଯାଇଛି। 

ଏଠାରେ ଲିଙ୍କ ଦଖନ୍ତୁ- FacebookArchive

ଏହା ପରେ ଆମେ ଦ୍ୱିତିୟ ଫୋଟୋ ଗୁଗୁଲରେ ପକାଇ ସର୍ଚ୍ଚ କରିଲୁ। instagramରେ ଦ୍ୱିତିୟ ଫଟୋ ପାଇଲୁ। ଯାହାକି 2017 ସେପ୍ଟେମ୍ବରରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, କିଛି ବାପାମାନେ ଏହି ସମୟକୁ ବହୁତ ଭଲରେ ବଞ୍ଚିଥିନ୍ତି। ପୋଷ୍ଟରୁ ଜଣା ପଡ଼ୁଛି ଏହା Ozgemetin photography ପେଜର ଦ୍ୱାରା ଉଠାଯାଇଥିବା ଫଟୋ ଅଟେ। ପୋଷ୍ଟରେ ଦେଖା ଯାଉଥିବା ବ୍ୟକ୍ତି ଜଣକ କାନ୍ଦୁଛନ୍ତି କିନ୍ତୁ ସେ ଡାକ୍ତର ନୁହେଁନ୍ତି , ସେ ଜଣେ ପିତା ଅଟନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- instagramArchive

ଭାଇରାଲ ଫୋଟୋ ଦୁଇଟି ଅଲଗା ଅଲଗା ଫଟୋ ପେଜର ଅଟନ୍ତି। ଯେଉଁଥିରେ ସ୍ପଷ୍ଟ ହେଉଛି ଭାଇରାଲ ହେଉଥଇବା ଦୁଇଟି ଫୋଟୋ ଭିନ୍ନ ଅଟନ୍ତି। ନବଜାତ ଶିଶୁ ନାମରେ ଭାଇରାଲ ହେଉଥିବା ଅନ୍ୟ କିଛି ଫେକ ଖବର ଏଠାରେ ଦେଖନ୍ତୁ। ଗୋଟିଏ ପ୍ଲାଷ୍ଟିକ ଚାଦରରେ ଘେରି ରହିଥିବା କାରଣରୁ ଜନ୍ମ ନେଇଥିବା ଏହି ଶିଶୁ ଏପରି ଦିଶୁଥିବାର ଫେକ୍ ଖବର ମଧ୍ୟ ପଢ଼ନ୍ତୁ। 

ଶେଷକଥା-

ଆଣ ଅନୁସନ୍ଧାନରୁ ପାଇଲ ଯେ, ଡାକ୍ତର ପ୍ରସବ ସମୟରେ ମହିଳାର ମୃତ୍ୟୁ ହୋଇଥିବା ଦେଖି କାନ୍ଦୁଥିବା ଦାବିରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ଦୁଇଟି ଅଲଗା ଅଲଗା ଫୋଟୋ ଅଟେ। କାନ୍ଦୁଥିବା ବ୍ୟକ୍ତି ଡାକ୍ତର ନୁହଁନ୍ତି। ସେ ଜଣେ ନବଜାତ ଶିଶୁର ପିତା ଅଟନ୍ତି। 

Avatar

Title:ନବଜାତ ଜନ୍ମପରେ ମୃତ ମାଁକୁ ଦେଖି କାନ୍ଦୁଥିବା ଡାକ୍ତର ଫଟୋର ଜାଣନ୍ତୁ ସତ୍ୟ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *