ଜାପାନର ଅଟାମି ସହରର ଭୂସ୍ଖଳନ ଭିଡିଓକୁ ହିମାଚଳ ପ୍ରଦେଶ ଦାବିରେ ଭାଇରାଲ ହେଉଛି।

False Social

ହିମାଚଳପ୍ରଦେଶରେ ପାହାଡ଼ରୁ ପଥର ଖସିବା କିମ୍ବା ବର୍ଷା ପାଇଁ ରାସ୍ତା ଭୁସୁଡ଼ିଥିବାର ଅନେକ ଖବର ପ୍ରକଶିତ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଘର ପାଣି ସହ ଭାସିଯାଉଥିବାର ଦେଖଆଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂସ୍ଖଳନ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

Manu Chaudhary ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଧର୍ମଶାଳା, ହିମାଚଳ ପ୍ରଦେଶ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରିଯାବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ  ବାତ୍ୟାରେ ଘର ବୋହି ଯାଉଥିବା ଏହି ଭାଇରାଲ ଭିଡିଓ ହିମାଚଳ ପ୍ରଦେଶର ଏକ ଧର୍ମାଶାଳାର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ- 

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। pinterest ପେଜରେ ଭାଇରାଲ ଭିଡିଓ ପୋଷ୍ଟ ହେଇଥିବାର ଦେଖାଯାଉଛି। ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଭିଡିଓ ଅଟାମି ସହରରେ କାଦୁଅ ପ୍ରବାହ ସହିତ ଏକ ଭୂସ୍ଖଳନ (ଜାପାନ, ଜୁଲାଇ 3, 2021)। ଭାଅରାଲ ଭିଡିଓ ଭାରତର ନୁହେଁ ବୋଲି ସ୍ପଷ୍ଟ ହେଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- pinterest । Archive

ଏହା ପରେ ଆମେ ମିଳିଥିବା ସୂଚନା ଅନୁସାରେ ଅଧିକ ଅନୁସନ୍ଧାନ କରିଲୁ। Hindustan Times ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପୋଇଲୁ। ଯାହାକି 5 ଜୁଲାଇ 2021ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ 3 ଜୁଲାଇ  ରେ, ଜାପାନର କେନ୍ଦ୍ରୀୟ ସହର ସିଜୁକୋରେ ପ୍ରବଳ ବର୍ଷା ସବ ଲ୍ୟାଣ୍ଡସ୍ଲାଇଡ୍ ହୋଇଥିଲା। ଏହି ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଥିଲେ । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

10 News First ଟ୍ୟୁଟର ଆକାଉଣ୍ଟରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଭିଡିଓଟି 3 ଜୁଲାଇର ଅଟେ। ଜାପାନର ଅଟାମି ସହରରେ ଭୂସ୍ଖଳନ ସମୟରେ ଭୟଭୀତ ଭିଜୁଆଲ୍ ଅଟେ। ଏହି ଭିଡିଓ ଅନେକ ସମ୍ବାଦ ୱେବସାଇଟ୍ ମଧ୍ୟ ପ୍ରକାଶ କରିଥିଲେ।। ଏହି ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ମଧ୍ୟ ଥିଲେ। ଏହି ଖବର timesofindia ପେଜରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ହିମାଚଳ ଭୂସ୍ଖଳନ ଦାବିରେ ଭାଇରାଲ ହେଉଥିବା ଭିଡିଓ ଜାପାନର ଅଟାମି ସହରର ଅଟେ।

Avatar

Title:ଜାପାନର ଅଟାମି ସହରର ଭୂସ୍ଖଳନ ଭିଡିଓକୁ ହିମାଚଳ ପ୍ରଦେଶ ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *