
ମହାରାଷ୍ଟ୍ର ପାଲଘରରେ ଦୁଇ ସାଧୁ ସହ ତାଙ୍କ ଡ୍ରାଇଭରର ହତ୍ୟା ମାମଲା ପରେ ଏବେ ଅନ୍ୟ ଏକ ସାଧୁ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। ପଞ୍ଜାବରେ ଜଣେ ସାଧୁ ଉପରେ କିଛି ଲୋକ ଆକ୍ରମଣ କରିଥିବାର ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି। ସୋସିଆଲ ମିଡ଼ିଆରେ ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଉଛି। 25 ଏପ୍ରିଲରେ Biswajit sethi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ପଞ୍ଜାବ ସାଧୁ ବାବାଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲିଖିଛନ୍ତି ଯେ, ମହାରାଷ୍ଟ୍ର ପରେ ଏଥର #ପଞ୍ଜାବ ରେ ପୁଣି ଆଉ ଜଣେ ସାଧୁ #ପୁଷ୍ପେନ୍ଦ୍ର_ସ୍ୱରୂପ ଜୀ #ମହାରାଜଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। ପଞ୍ଜାବର #ହୋସିୟାରପୁର ଆଶ୍ରମରେ ସେ ଏକା ଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କ ଉପରେ ଘାତକ ଅସ୍ତ୍ର ଦ୍ଵାରା ଆକ୍ରମଣ କରିଛନ୍ତି। ଗୁରୁତର ଆହତ ହୋଇଥିବା ସନ୍ଥ ଜଣଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।#ପାଲଘର ର ନରରାକ୍ଷସ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବାର ପରିଣାମ ଏହା ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ Archive ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଆମକୁ The independence ନାମକ ପେଜରେ ମଧ୍ୟ ଏହି ଖବର 25 ଏପ୍ରିଲରେ ପ୍ରକାଶିତ ହୋଇଥିବାର ମିଳିଲା। ପୋଷ୍ଟରେ ଦାବି କରାଯାଇଛି ଯେ, କଂଗ୍ରେସ ଶାସିତ ରାଜ୍ୟରେ ସାଧୁଙ୍କ ଉପରେ ଆକ୍ରମଣ ହେଉଛି। ଖବରରେ ଲେଖା ଯାଇଛି ଯେ, ପାଲଘର ପରେ ଏବେ ପଂଜାବ। ଯେଉଁ କଂଗ୍ରେସ ଦଳ ଦିନେ କିଛି ହିନ୍ଦୁ ସାଧୁଙ୍କ ପ୍ରତି “ହିନ୍ଦୁ ଟେରର” ଶବ୍ଦର ବ୍ୟବହାର କରୁଥିଲା ସେହି କଂଗ୍ରସ ଦଳ ଦ୍ୱାରା ଶାସିତ ରାଜ୍ୟରେ କ୍ରମାଗତ ଭାବେ ହିନ୍ଦୁ ସାଧୁଙ୍କ ଉପରେ ଆକ୍ରମଣ ହେଉଛି। ପାଲଘରରେ ଯେପରି ଭାବେ ଦୁଇ ଜଣ ନିରିହ ସାଧୁଙ୍କର ହତ୍ୟା ପୋଲିସ ସାମନାରେ କରାଗଲା ତାହାର କିଛି ଦିନ ନଜାଉଣୁ ପୁଣି ପଂଜାବରେ ହିନ୍ଦୁ ସାଧୁଙ୍କୁ ଆକ୍ରମଣ କରାଯାଇଛି। ପଂଜାବର ହୋସିଆରପୁରରେ ଥିବା ତାଙ୍କର ଆଶ୍ରମରେ ରହୁଥିବା ସାଧୁ ସ୍ୱାମୀ ପୁଷ୍ପେନ୍ଦ୍ର ସ୍ୱରୁପଙ୍କୁ ଗତକାଲି କିଛି ଦୁବୁର୍ତ ରାତି ୧୦ଟାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସ୍ୱାମୀ ପୁଷ୍ପେନ୍ଦ ନିଜ ରାତ୍ରୀ ଭୋଜନ ସାରି ବିଶ୍ରାମ ନେଉଥିବାବେଳେ ତାଙ୍କ ଆଶ୍ରମରେ ପଶି ଆକ୍ରମଣ କରାଯାଇଛି । ଯାହା ଜଣାପଡୁଛି ଆକ୍ରମଣକାରି ପୁରା ଯୋଜନାବଦ୍ଧ ଭାବେ ଆସିକି ଆକ୍ରମଣ କରିଛନ୍ତି। ଗଭିର ଆହତ ସ୍ୱାମୀଜି ଏବେ ଚିକିସ୍ତ୍ରିତ ହେଉଛନ୍ତି । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-The independence । Archive
ଏହା ଛଡ଼ା ଏହି ଖବରକୁ ସୋସିଆଲ ମିଡ଼ିଆରେ ସାମ୍ପ୍ରଦାୟିକ ଦାବିରେ ଅନେକ ୟୁଜର ମଧ୍ୟ ସେୟାର କରିଛନ୍ତି। ତେଳେ ପୋଷ୍ଟ ଦେଖନ୍ତୁ। ତେବେ କଣ ପଞ୍ଜାବରେ ସାଧପଙ୍କ ଉପରେ ଆକ୍ରମଣ ଘଟଣା ସାମ୍ପ୍ରଦାୟିକ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ପଞ୍ଜାବର ହୋଶିଆରପୁର ପୋଲିସ ଷ୍ଟେସନର ଦାୟିତ୍ୱରେଥିବା ଗୋବିନ୍ଦ କୁମାରଙ୍କ ସହ ସମ୍ପର୍କ କରିଲୁ। ସେ ଆମକୁ ସ୍ପଷ୍ଟ କରାଇଲେ ଯେ, ପଞ୍ଜାବରେ ସାଧୁଙ୍କ ଉପରେ ହୋଇଥିବା ଆକ୍ରମଣ ଚୋରି ଏବଂ ଲୁଟ୍ର ମାମଲା ଅଟେ। ସାଧୁଙ୍କ ନାମ ହେଉଛି ସ୍ୱାମୀ ପୁଷ୍ପେନ୍ଦ୍ର ସ୍ୱରୂପ। ସେ ତାଙ୍କ ଆଶ୍ରମରେ ରୁହନ୍ତି। ଲୁଟ ଉଦ୍ଦେଶ୍ୟରେ ତାଙ୍କୁ ଦୁଇ ଜଣ ଲୁଟେରା ତାଙ୍କ ଉପରେ ଆକ୍ରମଣ କରିଥିଲେ। ଲୁଟେରାମାନେ ସ୍ୱାମୀଜୀଙ୍କ ଟଙ୍କା ଛଡ଼ାଇବାକୁ ଚେଷ୍ଟା କରିଥିଲେ ଏହି ସମୟରେ ସ୍ୱାମୀଜୀ ଆହତ ହୋଇଥିଲେ। ସ୍ୱମୀଜୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ପରେ ସେହି ଦିନ ଘରକୁ ପଠାଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଘଟଣାରେ ହୋଶିଆରପୁର ପୋଲିସ ଏକ ଅଭିଯୋଗ ଦାଖଲ କରିଛି ଏବଂ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ସାମ୍ପ୍ରଦାୟିକତାର କୌଣସି ସମ୍ପର୍କ ନାହିଁ ବୋଲି ହୋଶିଆରପୁର ପୋଲିସ କର୍ମି ସ୍ପଷ୍ଟ କରିଛନ୍ତି। ଏଥିସହ ଯେଉଁମାନେ ଏହି ଘଟଣାକୁ ସାମ୍ପ୍ରଦାୟିକ ରୁପରେ ଏହି ଖବର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କହିଛନ୍ତି।
ହୋଶିଆରପୁର ପୋଲିସ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ଟୁଇଟ୍ ଜାରି କରିଛି। ଏହି ଟୁଇଟରେ ସ୍ୱାମୀ ପୁଷ୍ପେନ୍ଦ୍ର ସ୍ୱରୂପଙ୍କ ଏକ ଭିଡିଓ ପୋଷ୍ଟ କରିଛି। ଭିଡିଓରେ ସ୍ୱାମୀଜୀ କହୁଛନ୍ତି ଯେ, ମୁଁ ସ୍ୱମୀ ପୁଷ୍ପେନ୍ଦ୍ର ସ୍ୱରୂପ। ଆପଣ ସମସ୍ତେ ଜାଣନ୍ତି ଯେ ମୋ ଉପରେ ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ଆକ୍ରମଣ କରାଯାଇଥିଲା। କିଛି ଲୁଟେରାମାନେ ଏହି ଆକ୍ରମଣ କରିଛନ୍ତି। ମୁଁ ତାଙ୍କ ମାସ୍କ ହଟାଇବାକୁ ଚେଷ୍ଟା କରୁଥିବାରୁ ମୋତେ ଆକ୍ରମଣ କରାଯାଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଥିଲା ଯେ ସେମାନେ ନିଶ୍ଚୟ ମୋ ଉପରେ ଆକ୍ରମଣ କରିଛନ୍ତି। ତେବେ ଏହି ଆକ୍ରମଣ କୌଣସି ପ୍ରକାରର ରାଜନୀତି ସହ ଜଡିତ ନୁହେଁ କାରଣ ଏଠାରେ ରାଜନୈତିକ କୋଣ ଅନୁକୋଣ ହେବାର ସମ୍ଭାବନା ନାହିଁ। ସେମାନେ ଦୁଇ ପୁଅ ଥିଲେ ଏବଂ ସେମାନେ ଟଙ୍କା ମାଗୁଥିଲେ ଏବଂ ଟଙ୍କା ନ ଦେଇ ସେମାନେ ଜବରଦସ୍ତ ଟଙ୍କା ଛଡ଼ାଇ ନେଇ ପଳାଇ ଯାଇଥିଲେ। ପୋଲିସ ମୋତେ ବହୁତ ସମର୍ଥନ କରୁଛି, ସେମାନେ ଏହି ମାମଲାର ସଠିକ୍ ଜାଞ୍ଚ କରୁଛନ୍ତି ଏବଂ ମୁଁ ସନ୍ତୁଷ୍ଟ। ଶାନ୍ତି ବଜାୟ ରଖିବା ଏବଂ ପୋଲିସ ସହ ସହଯୋଗ କରିବାକୁ ମୁଁ ଆପଣଙ୍କୁ ନିବେଦନ କରୁଛି। ଏହି ଟ୍ୱିଟକୁ ପଞ୍ଜାବ ପୋଲିସ ଏହାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ରିଟ୍ୱିଟ କରିଛି। ଅଧିକ ସୂଚନା ପାଇଁ ତଳେ ଟ୍ୱିଟର ଲିଙ୍କ ଦେଖନ୍ତୁ।
Swami Pushpendra of Hoshiarpur's video message, explaining what happened the day before. It was a case of robbery for which we have already filed a FIR and are already investigating to book the culprits. Urge all to act responsibly and not engage in rumours. @PunjabPoliceInd pic.twitter.com/DKd9SMqEQY
— Hoshiarpur Police (@PP_Hoshiarpur) April 25, 2020
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ପଞ୍ଜାବରେ ସାଧୁ ଉପରେ ହୋଇଥିବା ଆକ୍ରମଣ ଚୋରି ଏବଂ ଲୁଟ୍ର ମାମଲାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଉଛଇ।

Title:ପଞ୍ଜାବରେ ସାଧୁ ଉପରେ ହୋଇଥିବା ଆକ୍ରମଣ ଚୋରି ଏବଂ ଲୁଟ୍ର ମାମଲାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଉଛଇ।
Fact Check By: Saritadevi SamalResult: False