କ’ଣ ଭିଡିଓରେ ଜଣେ ମୁସ୍ଲିମ ଲୋକ ମିଠାରେ ପରିସ୍ରା କରୁଛି? ଜାଣନ୍ତୁ ସତ୍ୟ।

Communal False

ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଗୁଲାବ ଜାମୁନ ନିକଟରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦେଖିପାରିବେ। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ମିଠା ରେ ପରିସ୍ରା କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଭିଡିଓରେ ବ୍ୟକ୍ତି ମିଠାରେ ପରିସ୍ରା କରୁ ନାହାଁନ୍ତି, ବରଂ ବୋତଲରୁ ପାଣି ଢାଲୁଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଜଣେ ମୁସ୍ଲିମ ଲୋକ ମିଠାରେ ପରିସ୍ରା କରୁଛନ୍ତି।” ପୋଷ୍ଟରେ କୁହା ଯାଇଛି, “ଦେଖ ଭଲସେ ଆଖି ପୁରେଇ ପଠାଣ ଘୁଷୁରି ଛୁଆ ଖାଦ୍ୟରେ ପରିସ୍ରା କରିକି ଖାଇବାକୁ ଦେଉଛନ୍ତି ହିନ୍ଦୁ ମାନଙ୍କୁ। ଏହି ଦୃଶ୍ୟ ହେଉଛି ହିନ୍ଦୁ, ମୁସଲମାନ ଭାଇଚାରା ଏଥିରେ କହୁଛନ୍ତି ହିନ୍ଦୁ ମୁସଲମାନ ଭାଈ ଭାଈ। ଅପେକ୍ଷା କର ଚିକେନ ବିରିୟାନି ବଦଳରେ ଖାଇବାକୁ ଦେବେ ଗୋମାଂସ ବିରିୟାନି କଟୁଆ ମାନଙ୍କୁ ଭରଷା ନାହିଁ।

Facebook | Archive

ସମାନ ଭିଡିଓ ସେୟାରଚାଟ୍ ଏପ୍ ଏବଂ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। 

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ଆମେ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୩ ଡିସେମ୍ବର ରେ ଆଇଜାଜ ବିନ୍ ଇଶାକ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଟ୍ୱିଟ୍ ହୋଇଥିବା ସମାନ ଭିଡିଓ ପାଇଲୁ। 

ଉପଭୋକ୍ତା ଏକ ଟ୍ୱିଟର ଜବାବରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଏହି ଭିଡିଓର ଶେଷ ଭାଗରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ଗୁଲାବ ଜାମୁନରେ ଏକ ବୋତଲରୁ ପାଣି ଢାଲୁଛନ୍ତି ଯାହା ତାଙ୍କ ଦ୍ଵାରା ପରିସ୍ରା କରା ଯାଉଥିବା ପ୍ରତୀତ ହେଉଛି। ନିମ୍ନରେ ଆପଣ ମାନେ ଭିଡିଓଟିକୁ ଦେଖି ପାରିବେ। 

Archive

ଏଥିରୁ ଆମେ କହିପାରିବା ଯେ ଭାଇରାଲ୍ ଭିଡିଓ ଅସମ୍ପୂର୍ଣ୍ଣ ଅଂଶୀଦାର ହେଉଛି। ଆପଣ ନିମ୍ନରେ ଥିବା ତୁଳନାତ୍ମକ ଭିଡିଓରେ ଭାଇରାଲ୍ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ପାର୍ଥକ୍ୟ ଦେଖିପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସୋସିଆଲ ମିଡିଆରେ ମୂଳ ଭିଡିଓର ଏକ ଛୋଟ କ୍ଲିପ୍ ସେୟାର କରି ଗୁଜବ ସୃଷ୍ଟି କରା ଯାଉଛି। ମୂଳ ଭିଡିଓରେ ବ୍ୟକ୍ତି ମିଠା ଉପରେ ପରିସ୍ରା କରୁ ନାହାଁନ୍ତି ବରଂ ବୋତଲରୁ ପାଣି ଢାଲୁଛନ୍ତି।

Avatar

Title:କ’ଣ ଭିଡିଓରେ ଜଣେ ମୁସ୍ଲିମ ଲୋକ ମିଠାରେ ପରିସ୍ରା କରୁଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *