କ’ଣ ଏହି ଭିଡିଓରେ ପାକିସ୍ତାନର ଜଣେ ପିତା ନିଜ ଝିଅ ସହିତ ବିବାହ କରି ତାକୁ ନିଜ ଚତୁର୍ଥ ସ୍ତ୍ରୀ କରିଛନ୍ତି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଜଣେ ଦମ୍ପତିଙ୍କ ଫୋଟୋ ସେୟାର କରି ଦାବି କରା ଯାଉହୀ ଯେ ଫୋଟୋରେ ଥିବା ମହିଳା ନିଜ ପିତାଙ୍କ ସହିଇଟ ବିବାହ କରିଛନ୍ତି। ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କ ବିଷୟରେ ଅପମାନଜନକ ଭାଷା କହୁଛନ୍ତି। 

ପୋଷ୍ଟ ହେଇଥିବା ଫୋଟୋରେ ଆମେ ଦେଖିଲୁ ଯେ ଏହାକୁ ଭାସ୍କର ୱେବସାଇଟରୁ ନିଆ ଯାଇଛି। ତେଣୁ ଆମେ ଭାସ୍କରର ଫେସବୁକ ପେଜରୁ ଏହି ଘଟଣାର ନ୍ୟୁଜ୍ ସର୍ଚ୍ଚ କରିଲୁ। ୧୨ ଜୁଲାଇରେ ଏହି ଘଟଣା ନେଇ ଗୋଟିଏ ଭିଡିଓ ଆମେ ପାଇଲୁ। 

ଭିଡିଓରେ କୁହା ଯାଇଛି ଯେ, ଅନେକ ଲୋକେ ଦାବି କରୁଛନ୍ତି ଯେ ଜଣେ ଯୁବତୀ ନିଜ ବାପାଙ୍କୁ ବାହା ହେଇଛନ୍ତି ଏବଂ ସେ ନିଜ ବାପାର ଚତୁର୍ଥ ସ୍ତ୍ରୀ ହୋଇଛନ୍ତି। ବାପାଏବଂ ଝିଅ ପରସ୍ପର ସହିତ ବିବାହ କରି ଖୁସି ଅଛନ୍ତି। ସେ ଜଣେ ସାମ୍ବାଦିକଙ୍କୁ କହୁଛନ୍ତି ଯେ ତାଙ୍କ ନାମ ହେଉଛି ରାବିଆ ଏବଂ ଆରବୀ ଭାଷାରେ ରାବିଆର ଅର୍ଥ ହେଉଛି ୪। ଯଦିଓ ସେ ନିଜ ବାପାଙ୍କ ଦ୍ଵିତୀୟ ସନ୍ତାନ ଶେଠୀ ପାଇଁ ସେ ବିବାହ କରି ଚତୁର୍ଥ ପତ୍ନୀ ହେଇଛନ୍ତି। ଅନେକ ଲୋକେ ଏହାକୁ ନାପସନ୍ଦ କରିଥିବା ବେଳେ କିଛି ଲୋକେ କହୁଛନ୍ତି ଯେ ଯୁବତୀଙ୍କ ଉତ୍ତରକୁ ଭୁଲ ଭାବରେ ଗ୍ରହଣ କରା ଯାଇଛି। ସେ ନିଜ ପିତାଙ୍କ ସହିତ ବିବାହ କରି ନାହାଁନ୍ତି। ତାଙ୍କ କହିବାର ଅର୍ଥ ହେଉଛି ଯେ ସେ ଦ୍ଵିତୀୟ ସନ୍ତାନ କିନ୍ତୁ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରି ତାଙ୍କ ଚତୁର୍ଥ ପତ୍ନୀ ହୋଇଛନ୍ତି। 

https://www.facebook.com/watch/?v=799675178554758

Archive

ସମାନ ଦାବି ସହିତ ଏହି ଘଟଣାର ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓକୁ ଆମେ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ ଏବଂ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଲୁ। ଫଳାଫଳରେ ଆମେ ସମାନ ଭିଡିଓ ନେଇ ଏକ ରିପୋର୍ଟ ୧ ଅଗଷ୍ଟ ୨୦୨୧ ମସିହାରେ ‘ଯେନ୍ ଟିଭି ବ୍ଲଗ୍’ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ପାଇଲୁ। 

ଏହି ଭିଡିଓରେ ବିବାହିତ ହେଇଥିବା ମହିଳା କହୁଛନ୍ତି ସେ ତାଙ୍କ ନାମ ରାବିଆ ଅଟେ ଯାହାର ଅର୍ଥ ହେଉଛି ଚତୁର୍ଥ ଶାନ୍ତ। କିନ୍ତୁ ସେ ନିଜ ବାପା-ମାଁଙ୍କର ଦ୍ଵିତୀୟ ସନ୍ତାନ। ସେ ଯଦିଓ ଚତୁର୍ଥ ସନ୍ତାନ ହେଇ ପାରି ନାହାଁନ୍ତି ସେ ନିଶ୍ଚିତ କରିଥିଲେ ଯେ ସେ ନିଜ ନାମ ଅନୁସାରେ ଜଣେ ଚତୁର୍ଥ ପତ୍ନୀ ହେବେ। ଏହା ପରେ ଦମ୍ପତି ନିଜ ବିବାହିତ ଜୀବନ ବିଷ୍ୟରେ ବର୍ଣନା କରୁଥିବା ଦେଖିବାକୁ ମିଳିଲା। କିନ୍ତୁ ଏହି ଭିଡିଓରେ ଦମ୍ପତି ବାପା-ଝିଅ ହେଇଥିବାର ଉଲ୍ଲେଖ ହୋଇନାହିଁ।

ପରବର୍ତ୍ତୀ ସନ୍ଧାନରେ ଆମେ ରାବିୟା ଆମୀରଙ୍କ ଦ୍ୱାରା ତାଙ୍କ ଅଫିସିଆଲ ଟ୍ୱିଟରରେ ପ୍ରକାଶିତ ଏକ ଭିଡିଓ ପାଇଲୁ। ଏହି ଭିଡିଓ ୨୮ ମଇ ୨୦୨୧ ରେ ପ୍ରକାଶିତ ହୋଇଥିଲା। ଭାଇରାଲ୍ ଭିଡିଓରେ ସମାନ ଦମ୍ପତି ନଜର ଆସିଛନ୍ତି ଯେଉଁଥିରେ ସ୍ୱାମୀଙ୍କ ନାମ ଆମୀର ଖାନ୍ ଏବଂ ପତ୍ନୀଙ୍କ ନାମ ରାବିଆ ଲିଆକତ୍ ଅଟେ ଏବଂ ଏହି ଭିଡିଓରେ ସେ କହିଛନ୍ତି ଯେ ରାବିଆ ତାଙ୍କର ଚତୁର୍ଥ ପତ୍ନୀ ଏବଂ ଏହାପୂର୍ବରୁ ସେ ତିନି ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି।

ଉପରୋକ୍ତ ଭିଡିଓରେ ଆମିର କହୁଛତି ଯେ ତାଙ୍କୁ ପାକିସ୍ତାନର ବିଭିନ୍ନ ସ୍ଥାନରୁ ଫୋନ୍ କରି ଜଣାଇଥିଲେ ଯେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକେ ତାଙ୍କ ନିନ୍ଦା କରୁଛନ୍ତି ଯେ ସେ ଜଣେ ମଫ୍ଟୀ ଅଟନ୍ତି। ସେ କହିଛନ୍ତି ଯେ ସେ ଜଣେ ମଫ୍ଟୀ ନୁହଁନ୍ତି କିନ୍ତୁ ସେ ଇସଲାମିକ୍ ଶିକ୍ଷା ଗ୍ରହଣ କରିଛନ୍ତି। 

ସେ ଏହା ମଧ୍ୟ କହିଛନ୍ତି ଯେ ଲୋକେ ଲୋକେ ତାଙ୍କୁ ଚତୁର୍ଥ ବିବାହ କରିବା ନେଇ ମଧ୍ୟ ନିନ୍ଦା କରିଛନ୍ତି କିନ୍ତୁ ସେ ବର୍ତ୍ତମାନ ନିଜ ପୂର୍ବ ୩ ପତ୍ନୀଙ୍କୁ ଛାଡପତ୍ର ଦେଇ ସାରିଛନ୍ତି। ଏହା ସତ୍ୟ ଯେ ରାବିଆ ତାଙ୍କ ଚତୁର୍ଥ ସ୍ତ୍ରୀ କିନ୍ତୁ ସେ ସମାନ ସମୟ ରେ ଅନେକ ସ୍ତ୍ରୀ ରଖିଥିବା ଦାବି ଭୁଲ। 

ଏଥିସହ, ଆମେ UrduPoint.com, ୨୪ ନ୍ୟୁଜ୍ ଏଚଡ଼ି ଏବଂ ନେଓ ନ୍ୟୁଜ୍ ପରି ଅନେକ ଯାଞ୍ଚ ହୋଇଥିବା ଚ୍ୟାନେଲରେ ସମାନ ବିବରଣୀ ପାଇଲୁ। UrduPoint.com ରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଆମୀରଙ୍କୁ ଶୁଣିବାକୁ ମିଳିଛି ଯେ ସେ ରାବିଆଙ୍କ କମ୍ପ୍ୟୁଟର ଶିକ୍ଷକ ଥିଲେ ଏବଂ ସେହି ସମୟରେ ସେ ତାଙ୍କ ସହିତ ବିବାହ କରିବାର ପ୍ରସ୍ତାବ ରଖିଥିଲେ। 

ଶେଷକଥା: 

ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବିକୁ ଫ୍ୟାକ୍ଟ କ୍ରିଶେଣ୍ଡୋ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଥିବା ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ବାପା-ଝିଅ ସମ୍ପର୍କ ଥିବା କଥା ମିଥ୍ୟା ଅଟେ। ଏହି ମହିଳା ତାଙ୍କ ସ୍ଵାମୀଙ୍କ କେବଳ ଚତୁର୍ଥ ପତ୍ନୀ, ତାଙ୍କ ଝିଅ ନୁହଁନ୍ତି। 

Avatar

Title:କ’ଣ ଏହି ଭିଡିଓରେ ପାକିସ୍ତାନର ଜଣେ ପିତା ନିଜ ଝିଅ ସହିତ ବିବାହ କରି ତାକୁ ନିଜ ଚତୁର୍ଥ ସ୍ତ୍ରୀ କରିଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *