ଗଣଦୁଷ୍କର୍ମ ପିଡ଼ିତାଙ୍କୁ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ହୋଇଥିବା ମିଥ୍ୟା ଦାବି କରି ନିର୍ବାଚନ ହିଂସା ରୂପ ଦିଆଯାଉଛି।

False Political

ପଶ୍ଚିମବଙ୍ଗରେ ମମତା ବାନର୍ଜି ନିର୍ବାଚନ ଜିତିଲାପରେ ବିଜେପି ସମର୍ଥକଙ୍କ ସହିତ ହୋଇଥିବା ହିଂସାକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ଏଥି ମଧ୍ୟରେ ପଶ୍ଟିମବଙ୍ଗରେ ଏକ ନାବାଳିକାର ଗଣଦୁଷ୍କର୍ମ ହୋଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବରରେ ଦାବି କରାଯାଉଛି ଯେ, ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ଲସ 2 ଛାତ୍ରୀ ସାମୃତୀଙ୍କୁ ରାତି ସାରା ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି।  ଟିଏମସି ଦଳ ସମର୍ଥକମାନେ ଏପରି କାମ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ। 

5 ମଇରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରାଛିନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ପଶ୍ଚିମ ବଙ୍ଗ ରେ ଏଭଳି ଭୀବତ୍ସ ଦୃଶ୍ୟଦେଖି  ଆମ ମାନଙ୍କୁ ରାତି ସାରା ନିଦ ହେଉ ନାହିଁ !ବିଜେପି ମହିଳା ମୋର୍ଚ୍ଚା  କାର୍ଯ୍ୟକର୍ତ୍ତା +2 ଛାତ୍ରୀ ସାସ୍ବତୀ ଙ୍କୁ ରାତି ସାରା  ଗଣଦୁଷ୍କର୍ମ କରି   ଯେମିତି  ହତ୍ୟା କରାଯାଇଛି !! ମନେ ହେଉଛି ଯେମିତି ବେଙ୍ଗଲ ଏବେ ପାକିସ୍ତାନ ସହ ମିଶିଯାଇଛି !ଆଉ କଣ କଣ ଦେଖିବାକୁ ବାକି ରହିଲା ଆଗକୁ ଆଉ କଣ  ଘଟିବ କିଏ କହିବ   ! ଯଦି ଯେ କୌଣସି ଦଳ ଜିତିଲା ପରେ ପ୍ରତିହିଂସା ପରାୟଣ ହୁଏ ଭାରତ ର ପରିସ୍ଥିତି କଣ ହେବ ଥରେ ଭାବି ଦେଖନ୍ତୁ !  ଓଡ଼ିଶାରେ ଯୋଉ ମାନେ ଗଣତନ୍ତ୍ର କଥା କହି ବଧେଇ ଜଣାଉଥିଲେ ମମତା  କୁ ଏବେ ସମସ୍ତଙ୍କ ପାଟି ବନ୍ଦ କାହିଁକି ? ବିଜେପି ଯେଉଁ ରାଜ୍ୟ ରେ ଶାସନ କରୁଛି ସେଠି କଣ ଏମିତି ସମ୍ଭବ ଥରେ ଭାବନ୍ତୁ 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1000ରୁ ଅଧିକ ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

Himanshu, Anushree Mohanty ଫେସବୁକ ୟୁଜର ମଧ୍ୟ ଭାଇରାଲ ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରିଛନ୍ତି। ଲିଙ୍କ ଦେଖନ୍ତୁ। 

ତେବେ କଣ ଶ୍ଚିମବଙ୍ଗରେ ଟିଏମସି ସମର୍ଥକ ବିଜେପି ମହିଳା ମୋର୍ଚ୍ଚା  କାର୍ଯ୍ୟକର୍ତ୍ତା +2 ଛାତ୍ରୀ ସହ ଗଣଦୁଷ୍ଟର୍ମ କରି ହତ୍ୟା କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ପଶ୍ଚିମବଙ୍ଗ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ତ୍ରିନାଥ କଂଗ୍ରେସ ଦଳ ବହୁମତ ହାସଲ କରି କ୍ଷମତା ବଜାୟ ରଖିଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିନାଥ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଉପରୋକ୍ତ ଫେସବୁକ୍ ସୂଚନା ଏବଂ ଫଟୋ ଭାଇରାଲ୍ ହୋଇଛି।

ଆମର ମାଲାୟାଲମ୍ ଏବଂ ପଶ୍ଚିମବଙ୍ଗ ୟୁନିଟ୍ ସ୍ପଷ୍ଟୀକରଣ ପାଇଁ ଖରାଗପୁର ଅଞ୍ଚଳର ASP ରାଣା ମୁଖାର୍ଜୀଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଛନ୍ତି ଯେ ଏହି ତଥ୍ୟ ଭୁଲ ଅଟେ ଏବଂ ବିସ୍ତୃତ ବ୍ୟାଖ୍ୟା ପ୍ରଦାନ କରାଯାଇଛି।

ତାହା ହେଉଛି, “ନିର୍ଦ୍ଦିଷ୍ଟ ଘଟଣା ବାସ୍ତବ ଅଟେ।  କିନ୍ତୁ ଯେଉଁ ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା ସେ କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି। ତାଙ୍କୁ ଅନ୍ୟାୟ କରିଥିବା ମାଓବାଦୀ  କୌଣସି ଦଳର ନୁହଁନ୍ତି। ଜାତି, ଧର୍ମ ଏବଂ ରାଜନୈତିକ କାରଣରୁ ଏହି ଘଟଣା ଘଟି ନଥିଲା। ମହିଳା ଯେଉଁଠାରେ ରହୁଥିଲେ ସେହି ଅଞ୍ଚଳ ପଶ୍ଚିମ ମିଡନାପୁର ଜିଲ୍ଲାର ପିଙ୍ଗାଲା ପୋଲିସ ଷ୍ଟେସନ ଅଧୀନରେ ଅଛି। ତାଙ୍କ ଘର ନିକଟରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଝଡଖଣ୍ଡର ନିର୍ମାଣ ଶ୍ରମିକ (2 ପୁରୁଷ ଏବଂ 1 ମହିଳା) ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ପ୍ରଥମେ ବଳାତ୍କାର ଏବଂ ପରେ ଏକ ଦଉଡିରେ ବାନ୍ଧିଥିଲେ।  ଏ ବିଷୟରେ ଝିଅର ପିତାମାତା ପୋଲିସ ନିକଟରେ ଅଭିଯୋଗ କରିବା ପରେ ଆମେ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲୁ। ଏଥିରେ ବଳାତ୍କାରର ଅପରାଧୀ ନିଶ୍ଚିତ ହୋଇଛି। କିନ୍ତୁ କୌଣସି ଦଳ କିମ୍ବା ରାଜନିତି ସହ ଏହାର ସମ୍ପର୍କ ନାହିଁ। malayalam.factcrescendo ସମ୍ପୁର୍ଣ୍ଣ ସୂଚନା ଦେଇଛନ୍ତି। ଅଧିକ ସୂଚନା ପାଇଁ  ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋରେଥିବା ଝିଅର ଗଣଦୁଷ୍କର୍ମ ହୋଇଥିବା ଖବର ସତ୍ୟ ଅଟେ, କିନ୍ତୁ ପିଡ଼ିତାର କୌଣସି ଦଳ ଏବଂ ରାଜନିତି ସହ ସମ୍ପର୍କ ନାହିଁ।

Avatar

Title:ଗଣଦୁଷ୍କର୍ମ ପିଡ଼ିତାଙ୍କୁ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ହୋଇଥିବା ମିଥ୍ୟା ଦାବି କରି ନିର୍ବାଚନ ହିଂସା ରୂପ ଦିଆଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *