ବାରବାଙ୍ଗୀର ମକଡ୍ରିଲ ଭିଡିଓକୁ ଦିଲ୍ଲୀରୁ ଫେରାର ହୋଇଥିବା କରୋନା ରୋଗିକୁ ଧରିବା ଦାବିରେ ଭାଇରାଲ କରାଯାଉଛି।

Coronavirus False Social

କୋରୋନା ଭାଇରସ ଆତଙ୍କ ଦେଶରୁ ସରିବାର ନାମ ନେଉ ନାହିଁ। ଏଥି ମଧ୍ୟରେ ଭିନ୍ନ ଭିନ୍ନ ଦାବି ସହିତ କରୋନାଭାଇରସ୍ ବିଷୟରେ ବିଭିନ୍ନ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଦାବି କରାଯାଉଛି ଯେ,  ଦିଲ୍ଲିରୁ କାର ଯୋଗେ  ଫେରାର ହେଉଥିବା କୋରୋନା ରୋଗୀକୁ ପୋଲିସ ରାସ୍ତାରେ ଧରିଲା।  ଭାଇରାଲ ଭିଡିଓରେ,କାରରୁ ବାହାରୁଥିବା ବ୍ୟକ୍ତି ଏକ କରୋନା ଭାଇରସ୍ ସଂକ୍ରମିତ ବୋଲି ଦାବି କରାଯାଇଛି। 29 ମାର୍ଚ୍ଚରେ Mu odia ନାମକ ଏକ ପେଜରେ ଏହି ଭିଡ଼ିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀରୁ ଆସୁଥିବା କୋରୋନା ରୋଗୀକୁ ପୋଲିସ ଧରିଲା। ରୋଗୀକୁ 107 ଜର ଥିଲା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏମିତି ଧାରା ପଡ଼ିଲା କରୋନା ରୋଗୀ ପୋଲିସ ହାତରେ । ଦିଲ୍ଲୀ ରୁ ଆସୁଥିଲା ୧୦୭ ଜର ଥିଲା ଦେଖନ୍ତୁ ପୁରା ଭିଡିଓ। ଆମ ଅନପସନ୍ଧାନ ପୂର୍ବରୁ ପୋଷ୍ଟକୁ ତିନି ହାଜାରରୁ ଅଧିକ ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 7 ହଜାରରୁ ଏଧିକ ଲାଇକ ମିଳିବା ସହ 5 ଲକ୍ଷ୍ୟରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଭାଇରାଲ ଭିଡ଼ିଓର Archive ଲିଙ୍କ ଦେଖନ୍ତୁ। ତେବେ ଭାଇରାଲ ଭିଡ଼ିଓରେ  ଦିଲ୍ଲୀରୁ ଫେରାର ହୋଇଥିବା କୋରୋନା ରୋଗୀକୁ ପୋଲିସ ବିଚ ରାସ୍ତାରେ ଧିରିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡ଼ରେ ପକାଇ ରିଭର୍ସ ଇମେଜ କରିଲୁ। ଏହା ପରେ ଆମକୁ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡ଼ିଓକୁ ନେଇ କିଛି ଲିଙ୍କ ମିଳିଲା। ବାରବାଙ୍କି ପୋଲିସ୍ 24 ମାର୍ଚ୍ଚ, 2020 ରେ ଭାଇରାଲ ଭିଡ଼ିଓକୁ ନେଇ ଏକ ଟ୍ୱିଟ୍ ପାଇଲୁ। ଟ୍ୱିଟ୍ ରେ ବାରବାଙ୍କି ପୋଲିସ ଭିଡିଓ ବିଷୟରେ କୁହିଛନ୍ତି ଯେ,  ବାରବାଙ୍କି ଡିଏମ ଏବଂ ଏସପିଙ୍କ ନିର୍ଦ୍ଦେଶରେ ଦେବ ତିରାହରେ କରୋନା ଜୀବାଣୁ ରୋକିବା ପାଇଁ ମକଡ୍ରିଲ ଆୟୋଜିତ ହୋଇଥିଲା। ଭାଇରଲା ଭିଡ଼ିଓ ହେଉଛି ସେହି ମକଡ୍ରିଲର ଅଟେ। ଭାଇରାଲ ହେଉଥିବା ଭିଡ଼ିଓରେ ଥିବା ବ୍ୟକ୍ତି କୋରୋନା ରୋଗୀ ନୁହଁନ୍ତି। କାରରୁ ବାହାରୁଥିବା ବ୍ୟକ୍ତି ମକଡ୍ରିଲ ଭିଡ଼ିଓରେ କୋରୋନା ରୋଗୀର ଅଭିନୟ କରୁଥିଲେ। ତଳେ ଟ୍ୱିଟର ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ Alive 24 newsର ୟୁଟ୍ୟୁବ ଚ୍ୟାନେଲରେ 27 ମାର୍ଚ୍ଚରେ ପ୍ରକାଶିତ ହୋଇଥିବାର ଭାଇରାଲ ଭିଡ଼ିଓ ପାଇଲୁ। ନ୍ୟୁଜ ପେଜରେ ସ୍ପଷ୍ଟ କରାଯାଇଛି ଯେ, ବାରବାଙ୍ଗି ପୋଲିସ ଦ୍ୱାରା ଆୟୋଜିତ କରାଯାଇଥିବା ଏକ ମକଡ୍ରିଲର ଭିଡ଼ିଓ ଅଟେ। ଏହି ଭିଡିଓକୁ ବାରବାଙ୍କି ଦେୱା କ୍ରସ୍ ରୋଡରେ ମକଡ୍ରିଲ କରି ପ୍ରସ୍ତୁତ ଯାଇଥିଲା। ବାରବାଙ୍କି ପୋଲିସ ଦ୍ୱାରା ଏହି ମକ୍ ଡ୍ରିଲ୍ କରାଯାଇଥିଲା | କୋରୋନା ସଂକ୍ରମିତ ରୋଗୀଙ୍କ ସହ କିପରି ସାବଧାନତା ବର୍ତ୍ତା ଜାଇପାରିବ ସେ ନେଇ ମକଡ୍ରିଲ ଆୟୋଜତ କରାୟାଇଥିଲା। ଏହି ମକ୍ ଡ୍ରିଲ୍ 24 ମାର୍ଚ୍ଚ 2020 ରେ କରାଯାଇଥିଲା।   ମକ୍ ଡ୍ରିଲରେ ସ୍ୱାସ୍ଥ୍ୟ ବିଭାଗ ସହିତ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଦଳ ମଧ୍ୟ ସାମିଲ ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

 ଶେଷକଥା-

ଆଣ ଅନୁସନ୍ଧାନରୁ ପାଇଲୁ ଯେ,   ଦିଲ୍ଲୀରୁ ଫେରାର ହୋଇଥିବା କୋରୋନା ରୋଗୀକୁ ପୋଲିସ ବିଚ ରାସ୍ତାରେ ଧିରିଥିବା ଦାବିରେ ଭାଇରାଲ କରାଯାଉଥିବା ଭିଡ଼ିଓ ପ୍ରକୃତରେ ଏକ ମକଡ୍ରିଲ ଭିଡ଼ିଓ ଅଟେ। କୋରୋନା ରୋଗୀଙ୍କ ସହ କିପରି ସାବଧାନତା ରକ୍ଷା କରାଯିବ ସେ ନେଇ ବାରବାଙ୍କି ପୋଲିସ ଏହି ମକଡ୍ରିଲ କରିଥିଲେ। ଭିଡିଓରେ ଥିବା ବ୍ୟକ୍ତିଙ୍କୁ କୋରୋନା ସଂକ୍ରମଣ ହୋଇ ନାହିଁ।

Avatar

Title:ବାରବାଙ୍ଗୀର ମକଡ୍ରିଲ ଭିଡିଓକୁ ଦିଲ୍ଲୀରୁ ଫେରାର ହୋଇଥିବା କରୋନା ରୋଗିକୁ ଧରିବା ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *