
ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେମାନେ ମୁସ୍ଲିମମାନଙ୍କର ଟୋପି ପିନ୍ଧିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହି ଫୋଟୋର ତୁଳନା କାମିୟା ଜାଣିଙ୍କ ବୁର୍ଖା ପିନ୍ଧିବା ସହିତ ତୁଳନା କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଫୋଟୋକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଅସଲି ଫୋଟୋ\କୁ ଏଡିଟ୍ମ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କୁ ମୁସ୍ଲିମ ଟୋପି ପିନ୍ଧିଥିବା ଦେଖା ଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମାଜ ପଢ଼ିଲେ ହିନ୍ଦୁ। କାମିଆ ଜାନି ମୁସଲମାନଙ୍କ କପଡ଼ା ପିନ୍ଧି YouTube ରେ କଲେ ମୁସଲମାନ। ଭାରତୀୟ ଯାତ୍ରା ପାର୍ଟି ,ଭାରତୀୟ ନମାଜ ପାର୍ଟି“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୮ ଅଗଷ୍ଟ ୨୦୧୯ ରେ ନ୍ୟୁଜ୍ ୧୮ ର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। କିନ୍ତୁ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ କୌଣସି ଟୋପି ପିନ୍ଧି ନାହାଁନ୍ତି।
ରିପୋର୍ଟ ଅନୁଯାୟୀ, ୨୪ ଅଗଷ୍ଟ ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଵର୍ଗତ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଜେଟଲୀଙ୍କ ବାସଭବନକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଆମେ ଆମ ପାଠକ ମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଜେ ଅରୁଣ ଜେଟଲୀ ଅସୁସ୍ଥ ହେଇଥିବାରୁ ଚିକିତ୍ସା AIIMS ଦିଲ୍ଲୀରେ ଚିକିତ୍ସା ଚାଲୁଥିଲା କିନ୍ତୁ ୨୪ ଅଗଷ୍ଟ ୨୦୧୯ ରେ ତାଙ୍କ ମୃତ୍ୟୁ ହୋଇଥିଲା।
ଉପରୋକ୍ତ ୱେବସାଇଟରେ ପ୍ରକାଶିତ ହେଇଥିବା ୯ ନମ୍ବର ଫୋଟୋରେ ଆମେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କୁ ସମାନ ସ୍ଥିତିରେ ଛିଡା ହୋଇଥିବା ପାଇଲୁ ଯେଉଁପରି ସେମାନେ ଭାଇରାଲ ଫୋଟୋର ଅଛନ୍ତି। ସୂଚନା ଅନୁଯାୟୀ, ଏହି ଫୋଟୋ ସେହି ସମୟରେ ନିଆ ଯାଇଥିଲା ଯେତେବେଳେ ଦୁହେଁ ସମବେଦନା ଜଣାଇ ଅରୁଣ ଜେଟଲୀଙ୍କ ଘରୁ ବାହାରିଥିଲେ।

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ନ୍ୟୁଜ୍ ୧୮ ୱେବସାଇଟରେ ପ୍ରକାଶିତ ହେଇଥିବା ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଅରୁଣ ଜେଟଲୀଙ୍କ ମୃତ୍ୟୁ ପରେ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ନିମ୍ନରେ ଏହି ଘଟଣାର ଫୁଟେଜ୍ ମଧ୍ୟ ଆପଣ ମାନେ ଦେଖିପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସଲି ଫୋଟୋକୁ ଏଡିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କୁ ମୁସ୍ଲିମ ଟୋପି ପିନ୍ଧିଥିବା ଦର୍ଶାଅଯାଇଛି। ଅସଲି ଫୋଟୋରେ ସେମାନେ କୌଣସି ଟୋପି ପିନ୍ଧି ନାହାଁନ୍ତି।

Title:କ’ଣ ପ୍ରକୃତରେ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମୁସ୍ଲିମ ଟୋପି ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Altered
