ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ଅଛନ୍ତି ?

False Social

ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇର୍ମାନ ଖାନଙ୍କ ସ୍ତ୍ରୀକୁ କୋରୋନା ହୋଇଥିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ହୋଇଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି  ମିଥ୍ୟା ପ୍ରମାଣିତ ହେଲା। 

18 ମାର୍ଚ୍ଚରେ Kaliash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇମରାନ ଖାଁ ବିବିକୁ କରୋନା ପୋଜେଟିଭ..ତାଙ୍କ ଡ୍ରାଇଭରକୁ ମଧ୍ୟ କୋରୋନା ପଜେଟିଭ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପତ୍ନ କୋରୋନା ପଜେଟିଭ ଅଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନକରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ  ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଆମକୁ ଇନଡିଆ ଟୁଡେ ଡାଇରେକ୍ଚଟର Rahul kanawalଙ୍କ ଟ୍ୱିଟର ଆକାଉଣ୍ଟେର ଭଇରାଲ ପୋଷ୍ଟ ମିଳିଲା। ଯାହାକି 11 ଏପ୍ରିଲ 2020ରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ସେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାଙ୍କ ପତ୍ନୀଙ୍କୁ କୋରୋନା ହେବାନେଇ ଭାଇରାଲ  ହେଉଥିବା ପୋଷ୍ଟ ମିଥ୍ୟା ଅଟେ।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମେ ଭାଇରାଲ ହେଉଥିବା ପୋଷ୍ଟକୁ ଭଲରେ ଅନୁସନ୍ଧାନ କରିଲୁ। ଯେଉଁଥିରେ ଭାଇରାଲ ପୋଷ୍ଟ ଏଡିଟ୍ ହୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଆଜତକର ଲୋଗୋ ଅଲଗା ପ୍ରକାର ଲେଖାଯାଇଥିବା ବେଳେ ପୋଷ୍ଟରେ ଅନେକ ଶବ୍ଦ ଭୁଲ ଲେଖାଯାଇଥିବାର ଦେଖାଯାଉଛି। ଆମେ ଆଜକ ଏବଂ ଭାଇରାଲ ପୋଷ୍ଟକୁ ବିଶ୍ଳେଷଣ କରିଲୁ। ତଳେ ବିଶ୍ଳେଷଣ ଦେଖନ୍ତୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ପୋଷ୍ଟ ଏଡିଟିଙ୍କ କରାଯାଇଛି। ତଳେ ପୋଷ୍ଟର ବିଶ୍ଲେଷଣ ଦେଖନ୍ତୁ।

ଇମ୍ରାନ ଖାନଙ୍କ କରୋନାଭାଇରସ ପଜିଟିଭ ହେବାର ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିନ୍ତୁ ପାକିସ୍ତାନ ତେହେରିକ-ଇ-ଇନସାଫର ସିନେଟର ଫୈସଲ ଜାଭେଦ ଖାନ ଇମ୍ରାନ ଖାନଙ୍କ କରୋନାଭାଇରସ ସଂକ୍ରମଣ ଖବର ନକଲି ବୋଲି ନିଶ୍ଚିତ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭଥିବା ଖବର ମିଥ୍ୟା ଅଟେ।

Avatar

Title:ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ଅଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *