
ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ଶାଢି ପିନ୍ଧାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଶାଢି ପିଢାଉଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁସ୍ଲିମ ଯିଏ ଗୋଟିଏ ହିନ୍ଦୁ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ବ୍ୟକ୍ତି ମୁସ୍ଲିମ ନୁହଁନ୍ତି ଏବଂ ଏହା କୌଣସି ହିନ୍ଦୁ ବିବାହ ଅବସରର ଭିଡିଓ ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଆଗରୁ ମୁସଲମାନମାନେ ବିବାହରେ ପଗଡି ବାନ୍ଧୁଥିଲେ , କିନ୍ତୁ ବର୍ତ୍ତମାନ ରାଫିକ୍ ନାମକ ଜଣେ ମୁସଲମାନ ବାଳକ ହିନ୍ଦୁ ମହିଳାମାନଙ୍କୁ ବିବାହରେ ଶାଢି ପିନ୍ଧିବା ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି। ତେବେ ଅନ୍ୟମାନଙ୍କୁ କାହିଁକି ଦୋଷ ଦେବା…. ଆମେ ହିଁ ଆମର ଘରର ଇଜ୍ଜତ ସଂସ୍କୃତି କୁ ନିଲାମ କରିଦେଇଛେ”
ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ସେଥିରେ ଶୁଣିବାକୁ ପାଇଲୁ ଯେ ଭିଡିଓ ନେଉଥିବା ବେଳେ ଜଣେ ମହିଳା କହୁଛନ୍ତି, “ମୁଁ ଏହି ଭିଡିଓ ଅପ୍ଲୋଡ କରିବି ଯେ କେଉଁପରି ୧୦ମିନିଟରେ ସଠିକ୍ ଭାବରେ ଶାଢୀ ପିନ୍ଧା ଯାଏ ଯେଉଁପରି ରାକେଶ ପିନ୍ଧାଉଛନ୍ତି।”
ଏହା ଦ୍ଵାରା ଆମକୁ ଭିଡିଓରେ ଥିବା ବ୍ୟକ୍ତି ଜଣେ ମୁସ୍ଲିମ ହେଇଥିବା ଦାବି ଉପରେ ସନ୍ଦେହ ହେଲା।
ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୩ ଜୁଲାଇ ୨୦୧୯ ରେ ଭିଭି ଟିଭି ନାମକ ୟୁଟ୍ୟୁବ ଚ୍ୟାନାଲରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓର ଶୀର୍ଷକ ହେଉଛି, “ଏକ ଶାଢୀକୁ କିପରି ସରଲ ଭାବରେ ପିନ୍ଧି ପାରିବେ?”
ଭିଡିଓର ବର୍ଣ୍ଣନାରେ କୁହା ଯାଇଛି ଯେ ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ହେଉଛି ଜୋସେଫ୍ ଜେରୀ ଯିଏ ମାଲାଏସିଆର ଜଣେ ପ୍ରସିଦ୍ଧ ଶାଢୀ ବାଲା। ସେ ୩ ମିନିଟ ମଧ୍ୟରେ ଜଣେ ମହିଳାଙ୍କୁ ଶାଢୀ ପିନ୍ଧେଇ ପାରନ୍ତି।

ଆମେ ସେହି ସମାନ ବ୍ୟକ୍ତିର ଆଉ ଏକ ଭିଡିଓ ପାଇଲୁ ଯେଉଁଥିରେ ସେ ସମାନ ପୋଷାକ ପିନ୍ଧି ଅନ୍ୟ ଜଣେ ମହିଳାଙ୍କୁ ଏକ ଶାଢୀ ପିନ୍ଧାଉଥିଲେ। ଭିଡିଓର ବର୍ଣ୍ଣନାରେ କୁହାଯାଇଛି, “ଜୋବା ଫ୍ୟାଶନ ସୋ’ରେ ଜଣେ ମଡେଲ ପାଇଁ ମାଲେସିଆର ଜୋସେଫ ଜେରୀଙ୍କୁ ମୁଁ ୩ ମିନିଟ ମଧ୍ୟରେ ବିନା ପରିଶ୍ରମରେ ସାରୀକୁ ପିଢେଇବାର ଦେଖିଥିଲି।
ଆମେ ଆମ ପାଠକଙ୍କୁ ଜଣାଇ ଦେଉଛୁ ଯେ ଜୋସେଫ୍ ଜେରୀ, ଦି ସାରି ମେନ୍ ନାମରେ ପ୍ରସିଦ୍ଧ ଅଟନ୍ତି।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଜୋସେଫ୍ ଜେରୀଙ୍କର ଫେସବୁକ ପ୍ରୋଫାଇଲ୍ ମିଳିଲା। ସେଥିରେ ଆମେ ଅନେକ ମହିଳା ମାନଙ୍କର ଫୋଟୋ ଦେଖିବାକୁ ପାଇଲୁ ଯାହାକୁ ସେ ଶାଢୀ ପିନ୍ଧାଇଥିଲେ। ଏହି ପୋଷ୍ଟ ସହିତ ସେ ଉଲ୍ଲେଖ କରିଛନ୍ତି ଯେ ଯୋଭା କାଞ୍ଜିଭରମ ଫ୍ୟାଶନ ଷୋରେ ସେ ୧୯ ଟି ମଡେଲଙ୍କୁ ଶାଢୀ ପିନ୍ଧାଇଥିଲେ।
ଭାଇରାଲ ଭିଡିଓରେ ଜୋସେଫ୍ ଜେରୀ ଯେଉଁ ମହିଳାଙ୍କୁ ଶାଢୀ ପିନ୍ଧାଉଥିଲେ ତାଙ୍କର ଆମେ ଏକ ଫ୍ୟାଶନ ଶୋ ରେମ୍ପ୍ ୱାକ୍ କରୁଥିବାର ଫୋଟୋ ଦେଖିବାକୁ ପାଇଲୁ। ଏହି ଫୋଟୋ ୨୦୧୯ ରେ ମାଲେସିଆର ଟେକ୍ସଟାଇଲ୍ ଉତ୍ପାଦନକାରୀ କମ୍ପାନୀ ଜୋବା ଦ୍ୱାରା ପରିଚାଳିତ ଏକ ଫ୍ୟାଶନ୍ ସୋର ଅଟେ।

ମଲୟ ମେଲ୍ ୱେବସାଇଟରେ ଜୋସେଫଙ୍କ ଜୀବନ ବିଷୟରେ ୨୦୧୩ ରେ ଏକ ରିପୋର୍ଟ ପ୍ରକାଶିତ ହେଇଥିଲା। ରିପୋର୍ଟ ଅନୁଯାୟୀ ଜୋସେଫ୍ ଜେରୀଙ୍କ ନାମ ରାକେଶ ଜୋସେଫ୍ ଅଟେ। ତାଙ୍କ ନାମରେ ଏକ ରେକର୍ଡ ରହିଛି ଯେ ସେ ୧ ଘଣ୍ଟା ସମୟରେ ୧୦ ଜଣ ମଡେଲ୍ କୁ ଶାଢୀ ପିନ୍ଧାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପ୍ରକୃ ନାମ ରାକେଶ ଅଟେ ଏବଂ ଲାଇକ ତାଙ୍କୁ ରାକେଶ ଜୋସେଫ୍ ନାମରେ ଜାଣନ୍ତି। ସେ ୨୨ ବର୍ଷରୁ ଉର୍ଦ୍ଧ ସମୟ ଧରି ଶାଢୀ ପିନ୍ଧାଇବାର କାରବାର କରି ଆସିଛନ୍ତି। ତାଙ୍କ ପରିବାର ମାଲେସିଆରେ ଅବସ୍ଥିତ ଏବଂ ସେ ମଧ୍ୟ ସେଠାରେ ଜନ୍ମ ନେଇ ବଢିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭିଡିଓରେ ଶାଢୀ ପିନ୍ଧାଉଥିବା ବ୍ୟକ୍ତିଙ୍କ ନାମ ରଫିକ୍ ନୁହେଁ। ତାଙ୍କ ଅସଲି ନାମ ରାକେଶ ଜୋସେଫ୍ ଅଟେ ଏବଂ ସେ ମାଲେସିଆର ବାସିନ୍ଦା। ଭାଇରାଲ ଭିଡିଓରେ ସେ ଗୋଟିଏ ଫ୍ୟାଶନ ଶୋ ର ମଡେଲଙ୍କୁ ଶାଢୀ ପିନ୍ଧାଉଛନ୍ତି। ଏହା କୌଣସି ହିନ୍ଦୁ ବିବାହର ଅବସର ନୁହେଁ।

Title:କ’ଣ ଏହି ଭିଡିଓରେ ଜଣେ ମୁସଲିମ ବ୍ୟକ୍ତି ଏକ ବିବାହ ସମୟରେ ମହିଳାଙ୍କୁ ଶାଢି ପିନ୍ଧାଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
