କେରଳରେ ମୁସ୍ଲିମ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି?

False Social

କେରଳରେ ବିଧାନସଭା ନିର୍ବାଚନ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ ହେଉଥିବାର ଦେଖାଯାଉଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆରଏସଏସ ୟୁନିଫର୍ମରେ ଦୁଇଜଣ ବ୍ୟକ୍ତିଙ୍କୁ ବାନ୍ଧୀ ଏକ ମୁସ୍ଲିମ ଗୋଷ୍ଠୀ ନେଇ ଯାଉଥିବାର ଦେଖାଯାଉଛନ୍ତି।  ଦାବି କରାଯାଉଛି ଯେ, “କେରଳରେ, ପିଏଫଆଇ ଆତଙ୍କବାଦୀ ସଂଗଠନ ବିଶ୍ୱର ସର୍ବବୃହତ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ହାତ ବନ୍ଧି ବଜାରରେ ବୁଲାଉଛନ୍ତି, ବର୍ତ୍ତମାନ ସୁଦ୍ଧା ଜଣେ ବାମପନ୍ଥୀ ଏହା ବିରୁଦ୍ଧରେ କହିବେ ନାହିଁ!  

20 ଫେବୃଆରୀରେ Abinash Samantaray ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେରଳରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି ଆଉ କିଛି ଦିନ ପରେ ସମଗ୍ର ଭାରତ ବର୍ଷରେ ହିନ୍ଦୁ ମାନଙ୍କ ଅଵସ୍ଥା ଏଇଭଳି ଦୃଶ୍ୟମାନ ହେବ । ହିନ୍ଦୁ ମାନେ ସମୟ ଥାଉ ଥାଉ ଏକାଠି ହୁଅ 🙏 ଜୟ ହିନ୍ଦୁତ୍ୱ 🚩🚩 ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 88ଥର ସେୟାର କରାଯିବା ସହ ଅଧିକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଭାଇରାଲ ଭିଡିଓ Bijaya Kumar Sahoo Kumarରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଭିଡିଓରେ କେରଳରେ ମୁସ୍ଲିମମାନେ ଆରଏସଏସ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Capital Tv ପେଜରେ ଆମେ ଭାଇରାଲ ଭିଡିଓ ପାଇଲୁ। ଯାହାକି 21 ଫେବୃଆରେ 2021ରେ ପୋଷ୍ଟ କରାଯାଇଛି। ଖବରରେ ଅନୁସାରେ , ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) କେରଳର ମାଲାପୁରାମରେ ଏକ ପଦଯାତ୍ରା କରିଥିଲେ, ଯେଉଁଠାରେ ପିଏଫ୍ଆଇର ସଦସ୍ୟ ରାଷ୍ଟ୍ରିୟ ସ୍ୱୟଂମସେବାକ ସଂଗଠନର (ଆରଏସଏସ) ସଦସ୍ୟ ଭୂମିକା ନିର୍ବାହ କରୁଥିବା ଦର୍ଶାଯାଇଛି। ଯେଉଁଥିରେ ପିଏଫଆଇ ସଂଗଠନ ତାଙ୍କୁ ବାନ୍ଧି ନେଉଥିବାର ଦେଖାଯାଉଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ Times Now ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, କେରଳ: ମାଲାପୁରମରେ ପିଏଫ୍ଆଇ ଏକ ନିନ୍ଦନୀୟ ରାଲି କାଢ଼ିଥିଲା।  ଯେଉଁଥିରେ ଆରଏସଏସ ୟୁନିଫର୍ମ ପିନ୍ଧିଥିବା ଲୋକମାନେ ପ୍ୟାରେଡ କରୁଥିବା ଦେଖିବାକୁ ମିଳିଥିଲା। ମାଲାପୁରମ୍ ଜିଲ୍ଲାରେ ଏହି ରାଲିର ଆୟୋଜନ କରାଯାଇଥିଲା। ଭିଡିଓରେ ସହରର ମୁଖ୍ୟ ବାଣିଜ୍ୟିକ କେନ୍ଦ୍ର ଦେଇ ଏକ ଶୋଭାଯାତ୍ରା ଦେଖାଯାଇଥିଲା। ଏହି ଭିଡିଓରେ ଦର୍ଶାଯାଇଛି ଯେ ଲୋକମାନେ କିପରି ବ୍ରିଟିଶ ଅଧିକାରୀଙ୍କ ପରିଧାନ କରିଥିଲେ ଏବଂ ଦଉଡିରେ ବନ୍ଧା ହୋଇଥିଲେ। ଏହି ଭିଡିଓକୁ ବିଜେପି ଏବଂ ଆରଏସଏସ ଆପତ୍ତି ଉଠାଇଛନ୍ତି ଏବଂ ଘୃଣା ବିସ୍ତାର କରିଥିବାରୁ ଏହି ପ୍ୟାରେଡରମାନଙ୍କୁ ଦଣ୍ଡିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ, ବିପକ୍ଷ ସରକାର ପ୍ୟାରେଡରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି। ଏହି ରାଲିର ନେତୃତ୍ୱ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ହୋଇଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଫ୍ୟାକ୍ଟ କ୍ରିସକେଣ୍ଡୋ Hindi ଏହାକୁ ନେଇ ମାଲାପୁରାମର ଏସପି ସୁଜିତଦାସଙ୍କ ସହ ଯୋଗାଯୋଗ କରି ଭାଇରାଲ ହେଉଥିବା ଦାବି ଉପରେ ସ୍ପଷ୍ଟୀକରଣ କରିଥିଲେ।  ଏସପି ସୁଜିତଦାସ କହିଥିଲେ ଯେ, ଭାଇରାଲ ହେଉଥିବା ଭିଡିଓରେ କରାଯାଉଥିବା ଦାବି  ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଏହି ପ୍ୟାରେଡରେ କୌଣସି ଆରଏସଏସ କର୍ମୀ ହ୍ୟାଣ୍ଡକଫ ପିନ୍ଧି ରାଲିରେ ଉପସ୍ଥିତ ନଥିଲେ। ପିଏଫ୍ଆଇ ଦ୍ୱାରା ଆୟୋଜିତ ରାଲିରେ ପିଏଫ୍ଆଇ  କର୍ମିମାନେ ଆରଏସଏସର ପ୍ରତୀକାତ୍ମକ ଭାବରେ ପ୍ରତିନିଧିତ୍ୱ କରିଥିଲେ।

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ହେଉଥିବା ଭିଡିଓ କେରଳର ମାଲାପୁରମରେ ଏକ ସାଙ୍କେତିକ ରାଲିର ଅଟେ। ଯାହାକି  PFI ଦ୍ୱାରା ଆୟୋଜିତ ହୋଇଥିଲା। ଭିଡିଓରେ ଆରଏସଏସ କର୍ମି ଭାବରେ ଦେଖାଯାଉଥିବା ବ୍ୟକ୍ତି ପିଏଫ୍ଆଇ କର୍ମୀ ଅଟନ୍ତି। ଯେକି ଆରଏସଏସ କର୍ମିର ଅଭିନୟ କରୁଥିଲେ।

Avatar

Title:କେରଳରେ ମୁସ୍ଲିମ ସଂଗଠନ ଆରଏସଏସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *