କ’ଣ ନବୀନ ସରକାର କେନ୍ଦୁ ପତ୍ର ଉପରେ ୧୮% ଜିଏସଟି (GST) ଲାଗୁ କରିଛନ୍ତି? ଜାଣନ୍ତୁ ସତ୍ୟ।

False Political

କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ ହେଇଥିବା ନେଇ ବର୍ତ୍ତମାନ ରାଜ୍ୟରେ ଖୁବ ବିରୋଧ ଚାଲିଛି। ଏହା ମଧ୍ୟରେ ସୋସିଆଲ ମିଡିଆରେ କିଛି ପୋଷ୍ଟ ଦେଖିବାକୁ ମିଳୁଛି ଯେଉଁଥିରେ ଲୋକେ ନବୀନ ସରକାରଙ୍କ ଉପରେ କେନ୍ଦୁପାତ୍ର ଉପରେ ଜିଏସଟି ଲାଗୁ କରିବା ନେଇ ଅଭିଯୋଗ ଲଗାଇଛନ୍ତି ଏବଂ ଏହି ପଦକ୍ଷେପକୁ ନିନ୍ଦା କରୁଛନ୍ତି। 

ଦାବି ଅନୁଯାୟୀ ନବୀନ ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସଟି ଲାଗୁ କରିଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କେନ୍ଦୁପତ୍ର ଉପରେ ୧୮% ଜିଏସଟି କେନ୍ଦ୍ର ସରକାର ଲାଗୁ କରିଥିବାରୁ ନବୀନ ସରକାର କେନ୍ଦ୍ରକୁ ଜିଏସଟି ହଟାଇବା ପାଇଁ ଦାବି କରିଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସିଏମଓ ଅଫିସରେ ଯୋଗାଯୋଗ କରିଲୁ। ସେଠାରୁ ଆମକୁ ସୂଚନା ମିଳିଲା ଯେ କେନ୍ଦୁପାତ୍ର ଉପରେ ଜିଏସଟି ନେଇ  ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି ଯାହା ସରକାରର ଅଫିସିଆଲ ଟୁଇଟର ହେଣ୍ଡେଲରେ ଉପଲବ୍ଧ ଅଛି। 

ଏହା ପରେ ଆମେ ଟୁଇଟର ରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗର ଟୁଇଟର ହେଣ୍ଡେଲରେ ଗୋଟିଏ ନୋଟିସ୍ ପ୍ରକାଶିତ ହେଇଥିବା ମିଳିଲା। 

୨୫ ନଭେମ୍ବର ୨୦୨୨ ରେ ଜାରି କରା ଯାଇଥିବା ଏହି ଟୁଇଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଲା ଶିଠାରମାନଙ୍କୁ ଗୋଟିଏ ଅଫିସିଆଲ ଚିଠି ପଠା ଯାଇଛି। ଏହି ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରକୁ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଦାବି କରିଛନ୍ତି। 

ଚିଠିରେ ଉଲ୍ଲେଖ କରା ଯାଇଛି ଯେ କେନ୍ଦୁପତ୍ର ବ୍ୟାବାପର ଓଡ଼ିଶାରେ ୮ ଲକ୍ଷ ଆଦିବାସୀ ଏବଂ ଗରିବ ଲୋକଙ୍କର ଅର୍ଥ ମେରୁଦଣ୍ଡ ଅଟେ। ଜଙ୍ଗଲବାସୀ ଆଇନ ୨୦୦୬ ଅନ୍ତର୍ଗତ ତାଙ୍କୁ କେନ୍ଦୁପତ୍ର ବ୍ୟାପାର କରିବା ପାଇଁ ସମ୍ପୂର୍ଣ ଅଧକାର ଅଛି। କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ ହେବାରୁ ତାଙ୍କ ବ୍ୟାପାର ଉପରେ ପ୍ରଭାବ ପଡିଛି। 

Archive

ସମାନ ଖବର CMO ଓଡ଼ିଶାର ଅଫିସିଆଲ ଟୁଇଟର ହେଣ୍ଡେଲରେ ମଧ୍ୟ ପ୍ରକାଶିତ ହେଇଛି। 

୨୭ ନଭେମ୍ବର ୨୦୨୨ ର ହିନ୍ଦୁସ୍ତାନ ଟାଇମ୍ସ ପତ୍ରିକା ୱେବସାଇଟ ରିପୋର୍ଟ ଅନୁଯାୟୀ, ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଲା ସିଥାରମନଙ୍କୁ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ପାଇଁ ଅନୁରୋଧ କରିଛନ୍ତି। ଜିଏସଟି ହେତୁ କେନ୍ଦୁପତ୍ର ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କ ବାଣିଜ୍ୟ ଏବଂ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। 

ଜିଏସ୍ଟି ଲାଗୁ ହେବା ପୂର୍ବରୁ ଓଡ଼ିଶା କେନ୍ଦୁପତ୍ର ଉପରେ ୫% ଭ୍ୟାଟ୍ ଲାଗୁ କରିଥିଲା। ଜୁଲାଇ 2017 ରେ ଜିଏସ୍ଟି ଲାଗୁ ହେବା ପରେ କେନ୍ଦୁ leaves ର ପତ୍ରରେ 18% ଜିଏସ୍ଟି ଆଦାୟ କରାଯାଉଛି ଯେଉଁଥିରେ 9% କେନ୍ଦ୍ରୀୟ ଜିଏସ୍ଟି ଏବଂ 9% ରାଜ୍ୟ ଜିଏସ୍ଟି ଅନ୍ତର୍ଭୁକ୍ତ। ଟିକସ ଅଧିକ ଥିବାରୁ କେନ୍ଦୁ ପତ୍ର ସଂଗ୍ରହ କରିବା ପାଇଁ ଓଡିଶା ବନ ବିକାଶ ନିଗମରୁ ଟେଣ୍ଡର ପାଇଥିବା ବ୍ୟବସାୟୀମାନେ ପତ୍ର ସଂଗ୍ରହ କରୁଥିବା ଆଦିବାସୀମାନଙ୍କୁ ମଧ୍ୟ କମ୍ ଅର୍ଥ ଦେଉଛନ୍ତି।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନବୀନ ସରକାର କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ କରି ନାହିଁ। ଏହି ଜିଏସଟି କେନ୍ଦ୍ର ସରକାର ଦ୍ଵାରା ଲାଗୁ କରା ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିର୍ମଲା ସିଥାରମନଙ୍କୁ କେନ୍ଦୁପତ୍ର ଉପରେ ଜିଏସଟି ହଟାଇବାକୁ ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି।

Avatar

Title:କ’ଣ ନବୀନ ସରକାର କେନ୍ଦୁ ପତ୍ର ଉପରେ ୧୮% ଜିଏସଟି (GST) ଲାଗୁ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *