ଫ୍ରାନ୍ସ ସରକାର ଆଇଏସଆଇର ମୁଖ୍ୟଙ୍କ ଭଉଣୀଙ୍କ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି କି?

False Social

ଫ୍ରାନ୍ସରେ ଚାଲିଥିବା ବିବାଦିୟ ଘଟଣା କୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ  କିଛି ଦିନ ପୂର୍ବରୁ ଅନେକ ନ୍ୟୁଜ୍ ଏଜେନ୍ସି ଖବର ପ୍ରକାଶ କରିଥିଲେ ଯେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତବ୍ୟ ପରେ ଫ୍ରାନ୍ସ ଅନେକ ପାକିସ୍ତାନୀଙ୍କୁ ଦେଶରୁ ବିତାଡିତ କରିଛି ଏବଂ ତାଙ୍କ ପାସପୋର୍ଟକୁ ବାତିଲ କରିଦେଇଛି। ଦାବି କରାଯାଉଛି ଯେ, ଫ୍ରାନ୍ସରେ ଥିବା ପାକିସ୍ତାନ ନାଗରିକଙ୍କୁ ଦିଆଯାଇଥିବା 183 ଭିଜିଲାନ୍ସ ଭିସାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମାଲୋଚନା ପରେ ଫ୍ରାନ୍ସ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପଯୁକ୍ତ ଦଲିଲ ଥିବା 118 ନାଗରିକଙ୍କୁ ମଧ୍ୟ ବିତାଡ଼ିତ କରାଯାଇଛି। 

2 ନଭେମ୍ବରରେ Muktikanta Nayak ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଭାଇରାଲ ଖବର ପୋଷ୍ଟ କରିଛନ୍ତି । ପୋଷ୍ଟରେ ଲେଖାଯାଇଛି ଯେ, ଇସଲାମକୁ ନେଇ ବିତର୍କ ଚ‌ାଲିଥିବା ମଧ୍ୟରେ ଫ୍ରାନ୍ସ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି। ୧୮୩ଜଣ ପାକିସ୍ତାନୀ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ନେଇ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନେଇଛି ଫ୍ରାନ୍ସ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥଲ ସେୟାର ଲାଇକ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଆମେ ଓଡ଼ିଆ sambad ପେଜରେ ମଧ୍ୟ ଭାଇରାଲ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବରରେ ଲେଖା ଯାଇଛି ଯେ, ଆଇଏସଆଇର ମୁଖ୍ୟ ଶୁଜା ପାଶାଙ୍କ ଭଉଣୀଙ୍କ ସମେତ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କଲା ଫ୍ରାନ୍ସ।  ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- sambadArchive

ତେବେ କଣ ଫ୍ରାନ୍ସ ସରକାର ଆଇଏସଆଇର ମୁଖ୍ୟ ଶୁଜା ପାଶାଙ୍କ ଭଉଣୀଙ୍କ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏକ twitter ଆକାଉଣ୍ଟ ପାଇଲୁ , ଯେଉଁଥିରେ ଭାଇରାଲ ଖବର ମିଥ୍ୟା ବୋଲି ସ୍ପଷ୍ଟ କରାଯାଇଛିଲା। କନସୁଲେଟ୍ ଜେନେରାଲ୍ ଅଫ୍ ପାକିସ୍ଥାନ ଫ୍ରାନ୍ସ” ନାମକ ଏକ ଆକାଉଣ୍ଟ ଟ୍ୱିଟ୍ କରିଛି ଯେ, ଇମ୍ରାନ ଖାନ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କୁ ସମାଲୋଚନା କରିବା ପରେ ଫ୍ରାନ୍ସ ସରକାର 183 ପାକିସ୍ତାନୀ ନାଗରିକଙ୍କ ଭିସା ପ୍ରତ୍ୟାହାର କରି ନେଇଛନ୍ତି। ଉପଯୁକ୍ତ ଦଲିଲ ଥିବା ସତ୍ତ୍ୱେ 118 ନାଗରିକଙ୍କୁ ଜବରଦଖଲ କରାଯାଇଥିଲା। ନାଗରିକମାନଙ୍କୁ ଅସ୍ଥାୟୀ ରହିବାକୁ ଅନୁମତି ଦେବାକୁ ଆମେ ଫ୍ରାନ୍ସ ସରକାରଙ୍କୁ କହିଛୁ।  ପୁଣି ତଳେ ଏହି ଖବରକୁ ଫେକ ବୋଲି ଲେଖି ପୋଷ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- twitter  । Archive

ଏହା ପରେ ଆମେ ଫେକ ଲେଖାଯାଇଥିବା ଆକାଉଣ୍ଟରେ କ୍ଲିକ୍ କଲାପରେ ଦେଖିଲୁ Embassy of Pkistan, Paris, France ନାମକ ଟ୍ୱିଟରେ ଭାଇରାଲ ଖବରକୁ ମିଥ୍ୟା ପ୍ରମାଣିତ କରାଯାଇଛି।  ଟ୍ୱିଟରେ ଲେଖାଯାଇଛି ଯେ, ଫ୍ରାନ୍ସର ପ୍ୟାରିସରେ ଥିବା ଦୂତାବାସର କେବଳ ଗୋଟିଏ ଟ୍ୱିଟର ଆକାଉଣ୍ଟ ଅଛି@ ପାକ୍ ଇନ୍ ଫ୍ରାନ୍ସ। ଫ୍ରାନ୍ସର ଯେକୌଣସି ସ୍ଥାନରେ ଦୂତାବାସକୁ ପ୍ରତିନିଧିତ୍ୱ କରିବାକୁ ଦାବି କରୁଥିବା ଅନ୍ୟ ସମସ୍ତ    ଖାତା ନକଲି ଏବଂ ବିଭ୍ରାନ୍ତିକର ଅଟେ। ଆକାଉଣ୍ଟ ବିରୋଧରେ ରିପୋର୍ଟ କରାଯିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- twitter  । Archive

Danyal Gilani ପାକିସ୍ତାନୀ ଦୂତାବାସର ଗଣମାଧ୍ୟମ ପରାମର୍ଶଦାତା ମଧ୍ୟ ସ୍ପଷ୍ଟ କରିଛନ୍ତି  ଯେ ପ୍ୟାରିସରେ ଥିବା ପାକିସ୍ତାନୀ ଦୂତାବାସର ଏକମାତ୍ର ସରକାରୀ ଆକାଉଣ୍ଟ ହେଉଛି (@ ପାକଇନଫ୍ରେନ୍ସ)। ଫେକ ଆକାଉଣ୍ଟ୍ ର ଯାଞ୍ଚ ପ୍ରକ୍ରିୟା ଚାଲିଛି। ଖୁବ ଶୀଘ୍ର ଏହା ବନ୍ଦ କରାଯିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- twitter  । Archive

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଫ୍ରାନ୍ସ ସରକାର ଆଇଏସଆଇର ମୁଖ୍ୟ ଭଉଣୀଙ୍କ ସହ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଥିବା ଖବର ଏକ ଫେକ୍ ଆକାଉଣ୍ଟରୁ ଭାଇରାଲ କରାଯାଇଛି। ପାକିସ୍ତାନୀ ଦୂତାବାସର ଅଫିସିଆଲ୍ ଆକାଉଣ୍ଟରୁ ଭାଇରାଲ ଖବର ଫେକ୍ ବୋଲି ସ୍ପଷ୍ଟ କରାଯାଇଛି।

Avatar

Title:ଫ୍ରାନ୍ସ ସରକାର ଆଇଏସଆଇର ମୁଖ୍ୟଙ୍କ ଭଉଣୀଙ୍କ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *