ସତରେ କ’ଣ ବନ୍ଦ ହୋଇଯିବ 2 ହଜାର ଟଙ୍କିଆ ନୋଟ୍?

False Social

8 ଡିସେମ୍ବରରେ odisha shakti tv ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟକରି 2000 ଟଙ୍କା ବନ୍ଦ ହୋଇଯିବାର ଦାବି କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, “ଏବେ ଏବେ ଆସିଲା ବଡ଼ ଖବର 2 ହଜାର ଟଙ୍କା ବନ୍ଦ ହବ, ସରକାର କଲେ ଘୋଷଣା”। ଏହା ସହିତ ଭିଡିଓରେ କୁହାଯାଇଛି ଯେ, ସରକାର ଅଜାଣତରେ କୌଣସି ଦିନ 2000 ଟଙ୍କା ବନ୍ଦ କରିଦେବେ। ଯେପରି ପୁରୁଣା 1000 ଏବଂ 500 ଟଙ୍କାକୁ ରାତା ରାତି ବନ୍ଦ କରିଦିଆ ଯାଇଥିଲା ସେହିପରି 2000 ଟଙ୍କା ମଧ୍ୟ ବନ୍ଦ କରିଦିଆ ଯିବ। ଏହା ମଧ୍ୟ କୁହାଯାଇଛି ଯେ, ସରକାର ଦେଶରୁ 2000 ଟଙ୍କା ବନ୍ଦ କରିବା ପାଇଁ ନିସ୍ପତି ନେଇଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ଏହି ପୋଷ୍ଟକୁ 2,135 ଲୋକ ଦେଖି ସାରିଥିଲେ।

ଏହି ଲିଙ୍କ୍ ରେ କ୍ଲିକ କରି ଭିଡିଓ ଦେଖନ୍ତୁ-

Archive

ଏହା ଛଡ଼ା ଏହି ଗୁଜବକୁ ଫେସବୁକ ଏବଂ ଟ୍ୱିଟରରେ ମଧ୍ୟ ଲୋକ ଅଧିକରୁ ଅଧିକ ସେୟାର କରିଛନ୍ତି। 25 ନଭେମ୍ବରରେ ପୋଷ୍ଟ କରାଯାଇଥିବା ଏହି ଟ୍ୱିଟ୍ ରେ ଲେଖା ଯାଇଛି ଯେ,ଆସନ୍ତା ଡିସେମ୍ବର 31 ପରଠୁ ଦେଶରେ 2 ହଜାର ଟଙ୍କିଆ ନୋଟ୍ ବନ୍ଦ ହେଇଯିବ। ଏଭଳି ଖବର ଶୁଣିବା ପରେ ଲୋକାମାନଙ୍କ ଛାତିରେ ପୁଣି ଛନକା ପଶିଛି। ଭାଇରାଲ ମେସେଜରେ କୁହାଯାଉଛି କି , ନୂଆ ବର୍ଷରୁ ଦେଶରେ 2 ହଜାର ଟଙ୍କିଆ ନୋଟ ବନ୍ଦ ହୋଇଯିବ ଏବଂ ତା ବଦଳରେ ନୂଆ 1 ହଜାର ଟଙ୍କିଆ ନୋଟ୍ ଚାଲୁ ହେବ। ତେବେ ଏହି ଖବରରେ କେତେ ଦୂର ସତ୍ୟତା ରହିଛି?

ଏଠାରେ ଲିଙ୍କ୍ ଦେଖନ୍ତୁ-TwitterArchive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନର ଆରମ୍ଭରେ ଆମେ ଗୁଗଲରେ ଏହି ସମ୍ପର୍କରେ ସର୍ଚ କରିଲୁ। କିନ୍ତୁ ସର୍ଚରୁ ଏପରି କୌଣସି ତଥ୍ୟ ସ୍ପଷ୍ଟ ମିଳି ନିଥିଲା। ଏହାପରେ ଆମେ RBI ର ଓଫିସିଆଲ ୱେବସାଇଟ୍ ରେ ଯାଇ ଏହି ବିଷୟରେ ସର୍ଚ କରିଲୁ। କିନ୍ତୁ RBI ୱେବସାଇଟ୍ ରେ ମଧ୍ୟ 2000 ନୋଟ ବନ୍ଧ ହେବାର କୌଣସି ସୂଚନା ଦିୟା ଯାଇ ନାହିଁ।

ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ କଥା ଯାଇ ଲୋକସଭାରେ ପଡ଼ିଲା। ଏହାର ଏକ ନ୍ୟୁଜ 10 ଡିସେମ୍ବରରେ NDTV ପେଜରେ ଲେଖା ଯାଇଛି। ନ୍ୟୁଜ ପେଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଲୋକସଭାରେ ଚର୍ଚ୍ଚା ଚାଲୁଥିବା ବେଳେ ଏହି ପ୍ରସଙ୍ଗକୁ ଉଠାଇଥିଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର। ରାଷ୍ଟ୍ରମନ୍ତ୍ରୀ ଏହି ଖବରକୁ ଏକ ଗୁଜବ ବୋଲି କହିଛନ୍ତି। 2 ହଜାର ଟଙ୍କା ନୋଟ୍ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ କୌଣସି ବିଚାର ନାହିଁ ବୋଲି ସେ କହିଛନ୍ତି। ଅନୁରାଗ ଠାକୁର କହିଛନ୍ତି , “ବଜାରରେ ବର୍ତ୍ତମାନ 2 ହଜାର ଟଙ୍କା ଯେମିତି ଚାଲୁଛି ଆଗକୁ ମଧ୍ୟ ସେମିତି ଚାଲିବ। ଏହାକୁ ବନ୍ଦ କରିବାର କୌଣସି ବାଚିର ନାହିଁ “ ବେଲି ସେ କହିଛନ୍ତି।

ଏଠାରେ ଲିଙ୍କ୍ ଦେଖନ୍ତୁ- NDTVArchive

ଏହା ଛଡ଼ା ଆମେ AJTAK ର ଏକ ପୋଷ୍ଟ ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, 2000 ଟଙ୍କା ନୋଟ ବନ୍ଧ ହେବା ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଆଜତକର ପୁରା ଭିଡିଓ ଦେଖନ୍ତୁ।

ଶେଷକଥା-

ଅନୁସନ୍ଧାନରୁ ଆମେ ପାଇଲୁ ଯେ, 2000 ଟଙ୍କା ନୋଟ୍ ବନ୍ଦ ହେବାର ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ। କେନ୍ଦ୍ର ସରକାର ଠାରୁ ଏପରି କୌଣସି ଘୋଷଣା କରାଯାଇ ନାହିଁ। ଏହା ଛଡ଼ା RBI ମଧ୍ୟ ଏପରି କୌଣସି ସୂଚନା ଦେଇ ନାହିଁ।

Avatar

Title:ସତରେ କ’ଣ ବନ୍ଦ ହୋଇଯିବ 2 ହଜାର ଟଙ୍କିଆ ନୋଟ୍?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *