No Islam, No Sharia, No Halal ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ?

False International Social

24 ଅକ୍ଟୋବରରେ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ଲେଖା ଯାଇଛି, No Islam, No Sharia, No Halal. ପୋଷ୍ଟରେ ଦାବି କରାଯାଇଛି ଏହି ଫଟୋ ଫ୍ରାନ୍ସ ପ୍ରଦର୍ଶନର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #ଫ୍ରନ୍ସ ର #ରାଷ୍ଟ୍ରପତି ନିକଟରେ #ଈସଲାମ_ସନ୍ତ୍ରାସ ଉପରେ ଯେପରି ସ୍ପଷ୍ଟ ଭାବରେ ମତାମତ ରଖିଲେ ଠିକ ସେହିପରି ଭାବେ ପ୍ରତ୍ଯେକ #ରାଷ୍ଟ୍ରଧକ୍ଷ୍ୟ ସେହିପରି ସ୍ପଷ୍ଟ ମତାମତ ରଖାବା ଆବଶ୍ୟକ , ତେବେ ହିଁ ବିଶ୍ବରେ ଶାନ୍ତୀ ସ୍ଥାପନ ହୋଇ ପାରିବ।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 22ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

No Islam, No Sharia, No Halal ଫଟୋ କଣ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ dailymail ପେଜରେ ପ୍ରକାଶିତ ହୋଇଥିବାର ପାଇଲୁ। ଭାଇରାଲ ଫଟୋ 20 ଜୁନ 2015ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଅଷ୍ଟ୍ରେଲିଆେ ସାଉଦି ଛାତ୍ରମାନେ ଇସଲାମ ଏବଂ ହଲାକୁ ବିରୋଧ କରି ପ୍ରଦର୍ଶନ କରିଥିଲେ। ଫଟୋର ଶିର୍ଷକରେ ଲେଖାଯାଇଛି ଯେ, ଅଷ୍ଟ୍ରେଲୀୟ ସରକାରଙ୍କୁ ପଠାଯାଇଥିବା ପରାନୋଇଡ୍ ଉପସ୍ଥାପନା ଅନୁଯାୟୀ, ହାଲ୍ ଖାଦ୍ୟ ପ୍ରମାଣପତ୍ର ଉଗ୍ରବାଦୀମାନଙ୍କୁ ଆମ ମୃତ୍ୟୁ ପାଇଁ  ପାଣ୍ଠି ଯୋଗାଇବା ସହ ସମାନ। 

ଏଠାରେ ଲିଙ୍କ ଦେଖନ୍ତୁ- dailymailArchive

19 ଜୁଲାଇ 2015ରେ Nigerianeye ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଇସଲାମ ବିରୋଧୀ ପାଇଁ ଅଷ୍ଟ୍ରେଲିଆରେ ଶତାଧିକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ବିରୋଧ ପ୍ରଦର୍ଶନରେ ଇସଲାମ ଏବଂ ପ୍ରଦର୍ଶନକାରିଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ପ୍ରଦର୍ଶନରେ ଅନେକ ପ୍ରଦର୍ଶନକାରିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-NigerianeyeArchive

deaf-angel ପେଜରେ ଆମକୁ ଭାଇରାଲ ଫଟୋର ଏକ ଖବର କାଗଜ ମିଳିଲା। ଯାହା 27 ଜୁନ 2015ରେ ପ୍ରକାଶିତ ହୋଇଥିବାର ପାଇଲୁ। ଫଟୋର ଶିର୍ଷକରେ ଲେଖାଯାଇଛି ଯେ, ସିଡନି ଏବଂ ଅଷ୍ଟ୍ରେଲିଆର ଆଣ୍ଟି ମୁସ୍ଲିମମାନେ ହଲାଲ ପ୍ରମାଣପତ୍ର କୁ ବିରୋଧ କରିଥିଲେ। ଏହାକୁ ନେଇ ଅନେକ ଦିନ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଲାଗିରହିଥିଲା। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-deaf-angelArchive

ଶେଷକଥା-

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ହେଉଥିବା ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ନୁହେଁ। 2015 ମସିହାରେ ଇସ୍ଲାମ ହଲାଲ ପ୍ରମାଣପତ୍ର କୁ ବିରୋଧକରି ଅଷ୍ଟ୍ରେଲିଆର ଆଣ୍ଟି ମୁସ୍ଲିମମାନେ କରିଥିବା ପ୍ରଦର୍ଶନର ଫଟୋ ଅଟେ।

Avatar

Title:No Islam, No Sharia, No Halal ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *