କ’ଣ ଭାଇରାଲ ଫୋଟୋରେଥିବା ବ୍ୟକ୍ତି କୋରୋନାକୁ ବେଖାତିର କରି ଲୋକଙ୍କୁ ସମୂହ ନମାଜ ପାଠ ପାଇଁ ଉତ୍ସାହିତ କରି ନିଜେ କୋରୋନା ରୋଗରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

Coronavirus False Social

କୋରୋନା ଭାଇରସକୁ ଦେଇ ବିଶ୍ୱରେ ଆତଙ୍କର ବାତାବରଣ ବଢ଼ିଚାଲିଥିବା ସମୟରେ କିଛି ଲୋକ ଲକଡାଉନ ଏବଂ କୋରୋନା ସଂକ୍ରମଣକୁ ଗମ୍ଭୀର ଭାବେ ନେଉ ନହାନ୍ତି। ଭାରତ ,ଆମେରିକା ,ଇଟାଲୀ ସମେତ ପାକିସ୍ତାନରେ ମଧ୍ୟ  କୋରୋନା ଭାଇରସ୍ ସହ ଲଢ଼ିବା ପାଇଁ ଲକଡାଉନ କରା ଯାଉଇଛି। କିନ୍ତୁ ଏଥି ମଧ୍ୟରେ କିଛ୍ ମୁସ୍ଲିମମାନେ ଲକଡାଉନର ନିୟମ ନ ମାନି ନମାଜ ପଢ଼ିବା ପାଇଁ ଏକତ୍ର ହେଉଛନ୍ତି। 26 ମାର୍ଚ୍ଚରେ କମଲ ବ୍ରହ୍ମା ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି ଏବଂ ପୋଷ୍ଟରେ ଦାବି କରାଛନ୍ତି ଫୋଟୋରେ ଥିବା ମୁସ୍ଲିମ ବ୍ୟକ୍ତିର ନାମ ମୁକ୍ତି ନଇମ ଅଟେ। କିଛି ଦିନ ତଳେ କୋରୋନା ଭୁତାଣୁକୁ ବେଖାତିର କରି ସମୁହ ନାମଜ ପଢ଼ିବା ପାଇଁ ଲୋକଙ୍କୁ ଉତ୍ସାହ କରୁଥିଲା। କିନ୍ତୁ ନିଜେ ଏବେ କୋରୋନା ସଂକ୍ରମଣରେ ପିଡ଼ିତ ହୋଇଛନ୍ତି। ପୋଷ୍ଟର ଶୀର୍ଷକରେ ଲେଖା ଯାଇଛି ଯେ, ଧ୍ୟାନ ର ସହ ଦେଖନ୍ତୁ ତଳେ ଦିଆଯାଇଥିବା ଫଟୋଟି ମୁକ୍ତି ନଈମ୍ ର ଯିଏ  କିଛିଦିନ ତଳେ ଲୋକଙ୍କୁ କୋରନା ଭୂତାଣୁକୁ  ବେଖାତିର୍ କରି ସମୂହ ନମାଜ୍ ପଢିବାକୁ ଉତ୍ସାହ କରୁଥିଲା ଏବେ ନିଜେ କୋରନା ସଂକ୍ରମଣ ର  ଶିକାର ହୋଇ ଭୋଗୁଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 50 ଥର ସେୟାର କରାଯାଇଛି । ଏହା ସହ ପୋଷ୍ଟକୁ 101 ଲାଇକ ଏବଂ 40 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତବେ କଣ ଫୋଟୋରେଥିବା ମୁସ୍ଲିମ ବ୍ୟକ୍ତି ଜଣକ କୋରୋନା ସଂକ୍ରମଣକୁ ଖାତିର ନ କରି ମୁସ୍ଲିମ ମାନଙ୍କୁ ସମୁହ  ନମାଜ ପଢ଼ିବା ପାଇଁ ଉତ୍ସାହ କରିଥିଲେ ଏବଂ ପରେ ବ୍ୟକ୍ତି ଜଣକୁ କୋରୋନା ହୋଇଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପାକଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ପାଇଲୁ। newsin.asia ଅନୁସାରେ ଭାଇରାଲ ଫୋଟୋରେଥିବା ବ୍ୟକ୍ତି ନାଁ ହେଉଛି ମୁଫତି ମହମ୍ମଦ ନାଇନ୍। ସେ  ପାକିସ୍ତାନର ସିନ୍ଧ ସ୍ଥିତ କରାଚିରେ ଥିବା ଏକ ଆନ୍ତର୍ଜାତୀୟ ଦେଓବାଣ୍ଡି ଇସଲାମିକ ଶିକ୍ଷାନୁଷ୍ଠାନ ଜାମିଆ ବିନୋରିଆର ସହ-ପ୍ରତିଷ୍ଠାତା ଅଟନ୍ତି। ତାଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ  Wikipedia ଲିଙ୍କ ଦେଖନ୍ତୁ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-newsin.asiaArchive

ଏହା ପରେ ଆମେ ଗୁଗୁଲରେ Mufti Naeem Infected with Coronavirus? ଲେଖି ସର୍ଚ କରିଲୁ। ଆମକୁ ମୁଫତି ମହମ୍ମଦର ଫୋସବୁକ ଆକାଉଣ୍ଟ ମିଳିଲା। ଯେଉଁଥିରେ ସେ ସ୍ପଷ୍ କରିଛନ୍ତି ଯେ, ତାଙ୍କ ନାମରେ କୋରୋନା ସଂକ୍ରମଣ ହେଉଥିବାର ମିଥ୍ୟା ଗୁଜବ ପ୍ରଚାର କରାଯାଉଛି। ସେ କିଛି ଦିନ ତଳେ ହସ୍ପିଟାଲରେ ଆଡମିଟ୍ ଥିଲେ କିନ୍ତୁ କୋରୋନା ସଂକ୍ରମଣ ପାଇଁ ନୁହଁ ବରଂ ତାଙ୍କ ହୃଦଘାତ ହୋଇଥିବାରୁ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ସର୍ଚରେ ଆମକୁ ଏକ Twitter ଆକାଉଣ୍ଟର ଲିଙ୍କ ମିଳିଲା। ଯେଉଁଥିରେ ପାକିସ୍ତାନୀ ଇସଲାମ ପଣ୍ଡିତ ମୁଫତି ମହମ୍ମଦ ନାଏମ କରୋନାଭାଇରସ ସଂକ୍ରମଣ ନ ହୋଇଥିବା କଥା ସ୍ପଷ୍ଟ କରାଯାଇଛି। ଖବର ଅନୁସାରେ ହୃଦଘାତ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାକିସ୍ତାନରୁ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ ସେ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଖବରରେ ତାଙ୍କ କରୋନାଭାଇରସ୍ ସଂକ୍ରମଣ ବିଷୟରେ ଗୁଜବ ସ୍ପଷ୍ଟ କରୁଥିବା ଏକ ସମ୍ବାଦ ରିପୋର୍ଟ ଦିଆଯାଇଛି। 

ଏହା ଛଡ଼ା ଏହାର ଏକ ଖବର ମଧ୍ୟ ପାକିସ୍ତାନି ନ୍ୟୁଜରେ ପ୍ରକାଶିତ କରାଯାଇଛି। 

ଏହା ପରେ ଆମେ ଦ୍ୱିତିୟ ଦାବି ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଲୁ ଯେ, କଣ  ମୁଫତି ମହମ୍ମଦ କୋରୋନା ଭାଇରସ ଆତଙ୍କ ମଧ୍ୟରେ ଲୋକଙ୍କୁ ଏକତ୍ର ନମାଜ ପାଠ କରିବା ପାଇଁ ଉତ୍ସାହ କରୁଥିଲେ। ଆମକୁ RS news ପେଜରେ ପ୍ରକାଶିତ ହୋଇଥିବାଏକ ଖବର ମିଳିଲା। ଯେଉଁଥିରେ ମୁଫତି ମହମ୍ମଦ ନଇନ୍ କୋରୋନା ଭାଇରସ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ସରକାରକୁ ସମର୍ଥନ କରିଛନ୍ତି। ଏହି କଠିନ ପରିସ୍ଥିତିରେ ସରକାରଙ୍କର ଲକଡାଉନ  ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, 50 ବର୍ଷରୁ ଅଧିକ ବୟସର ଲୋକମାନେ ଶୁକ୍ରବାର ଦିନ ଘରେ ପ୍ରାର୍ଥନା କରିବା ଉଚିତ୍ ।  ଏହା ମଧ୍ୟ ନିଷ୍ପତ୍ତ ନିଆଯାଇଛି ଯେ ସମସ୍ତ ଇମାମ ମସଜିଦ ସରକାରୀ ନିଷ୍ପତ୍ତି ଅନୁସରଣ କରିବେ ଏବଂ ଶୁକ୍ରବାରର ପ୍ରାର୍ଥନା ସମସ୍ତେ ନିଜ ନିଜ ଘରେ ଶେଷ ହେବା ଉଚିତ୍। ସରକାରଙ୍କ ନିୟମ ଅନୁସାରେ ଲୋକମାନେ ଭିଡ଼ ଅଥବା ଜନଗହଳି ନ ଯିବା ଉଚିତ୍। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-RS news । Archive

28 ମାର୍ଚ୍ଚରେ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ BOL NEWS ରେ ପୋଷ୍ଟ ହୋଇଥିବା  ଏକ ଭିଡିଓ ମିଳିଲା। ଯେଉଁଥିରେ ମୁଫତି ମହମ୍ମଦ ମିଡ଼ିଆ ସହ କୋରୋନା ସଂକ୍ରମଣ ଏବଂ ସରକାର କରିଥିବା ଲକଡାଉନ ସମ୍ପର୍କରେ ଚର୍ଚ୍ଚା କରୁଥିବାର ଦେଖା ଯାଉଛନ୍ତି। ସେ କହୁଛନ୍ତି ଯେ, ଏହି ସମୟରେ ଡାକ୍ତରମାନଙ୍କର ପରାମର୍ଶ ଶୁଣିବା ଇସ୍ଲାମ ବିରୋଧି ନୁହେଁ। ଏହା ସହ ସେ କହିଛନ୍ତି ଯେ, ଏହି ସମୟରେ ନିଜ ମନରେ ଥିବା ପଶୁକୁ ମାରି ଆହ୍ଲାଙ୍କ ଉପରେ ଭରସା ରଖିବା ଦରକାର। ଏହା ଛଡ଼ା ସେ ସୋସିଆଲ ଡିସଟାନ୍ସ ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ। ତଳେ ଭିଡିଓ ଦେଖନ୍ତୁ। 

ଏଥିରୁ ସ୍ପଷ୍ଟ ହେଉଛି ଯେ, ମୁଫତି ମହମ୍ମଦ କୋରୋନା ସଂକ୍ରମଣ ପରିସ୍ଥିତିରେ ଲୋକମାନଙ୍କୁ ଏକତ୍ର ହୋଇ ନମାଜ ପାଠ କରିବା ପାଇଁ ଉତ୍ସାହ କରି ନାହାନ୍ତି।  ଏହା ଛଡ଼ା ସେ ସରକାର ନେଇଥିବା ମସଜିଦରେ ପ୍ରଥାନା ବନ୍ଦ ନିସ୍ପତିକୁ ବୋରୋଧ କରି ନାହାନ୍ତି।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ଥିବା ବ୍ୟକ୍ତିର ନାମ ମୁଫତି ମହମ୍ମଦ ନାଇନ୍ ଅଟେ। ସେ  ପାକିସ୍ତାନର ସିନ୍ଧ ସ୍ଥିତ କରାଚିରେ ଥିବା ଏକ ଆନ୍ତର୍ଜାତୀୟ ଦେଓବାଣ୍ଡି ଇସଲାମିକ ଶିକ୍ଷାନୁଷ୍ଠାନ ଜାମିଆ ବିନୋରିଆର ସହ-ପ୍ରତିଷ୍ଠାତା ଅଟନ୍ତି। ପାକିସ୍ତାନ ନ୍ୟୁଜରୁ ମିଳିଥିବା ଖବର ଅନୁସାରେ ସେ କୋରୋନା ଭାଇରସରେ ସଂକ୍ରମିତ ନାହାନ୍ତି କି ସେ କୋରୋନା ଭାଇରସକୁ ବେଖାତିର କରି ସମୁହ ନାମଜ ପାଠ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିନାହାନ୍ତି। 

Avatar

Title:କ’ଣ ଭାଇରାଲ ଫୋଟୋରେଥିବା ବ୍ୟକ୍ତି କୋରୋନାକୁ ବେଖାତିର କରି ଲୋକଙ୍କୁ ସମୂହ ନମାଜ ପାଠ ପାଇଁ ଉତ୍ସାହିତ କରି ନିଜେ କୋରୋନା ରୋଗରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *