
ସୋସିଆଲ ମିଡିଆରେ 16 ପେଜର ପିଡିଏଫ ଭାଇରାଲ ହେଉଛି। ଏହି ପିଡିଏଫରେ ଦାବି କରାଯାଇଛି ଯେ, ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଘ (RSS) ଦ୍ୱାରା ଭାରତର ନୂଆ ସମ୍ବିଧାନ ପ୍ରକାଶିତ କରିଛି। 16 ଜାନୁଆରିରେ Biswajeet Tandi ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଏହି 16 ପେଜର ପିଡିଏଫକୁ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆର.ଏସ.ଏସ ଭାରତର ନୂଆ ସମ୍ବିଧାନ ପ୍ରସ୍ତୁତ କରିଛି। ଏହା ଛଡ଼ା 16 ପେଜର ପିଡିଏଫରେ ଲେଖା ଯାଇଛି ଯେ, ଭାରତର ନୂଆ ସମ୍ବିଧାନ 21 ଜାନୁଆରି 2020ରୁ ଲାଗୁ ହବ। ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ। କ’ଣ ଆରଏସଏସ ଭାରତର ନୂଆ ସମ୍ବିଧାନ ପ୍ରସ୍ତୁତ କରିଛି।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆରମ୍ଭରେ ଆମକୁ ପ୍ରଥମେ ଆରଏସଏସ ଅଖିଳ ଭାରତିୟ ସାହ ପ୍ରଚାର ପ୍ରମୁଖ NARENDRA KUMAR 16 ଜାନୁଆରିରେ ଏହି ସମ୍ବନ୍ଧରେ ଏକ ଟ୍ୱିଟ କିରିଥିବାର ପାଇଲୁ। ନରେନ୍ଦ୍ର କୁମାର ନିଜ ଟ୍ୱିଟରେ ଭାଇରାଲ ହେଉଥିବା ନୂଆ ସମ୍ବିନ୍ଧାନର 16 ପେଜର ପିଡିଏଫ ପୋଷ୍ଟ ମିଥ୍ୟା ବାଲି କହିଛନ୍ତି। ଟ୍ୱିଟରେ ଲେଖା ଯାଇଛି ଯେ, ଆରଏସଏସକୁ ବଦନାମ କରିବା ପାଇଁ ମିଥ୍ୟା ପ୍ରଚାର କରୁଥିବା ଲୋକମାନେ ଅସଫଳ ହେଲା ପରେ ଏମାନେ ଏକ ନୂଆ ଚକ୍ରାନ୍ତ କରି ଆରଏସଏସକୁ ବଦନାମ କରିବା ପାଇଁ ପ୍ରୟାସ କରୁଛନ୍ତି। ଆରଏସଏସର ସଞ୍ଚାଳକ ଡ. ମୋହନ ଭାଗବତଙ୍କ ନାମରେ ଏକ 16 ପେଜର ପୁସ୍ତିକା ପ୍ରକାଶିତ କରାଯାଉଛି,ଯାହାକି ସମ୍ପୁର୍ଣ୍ଣ ଭୁଲ ଅଟେ। ଆରଏସଏସ ସଙ୍ଘ କିମ୍ବା ଆରଏସଏସର ସଞ୍ଚାଳକ ଏପରି କୌଣସି ପୁସ୍ତିକା ପ୍ରକାଶିତ କରିନଥିବାର ଟ୍ୱିଟ କରାଯାଇଛି।
ଏହା ପରେ ଆମକୁ ANI UP ନ୍ୟୁଜର ଅନ୍ୟ ଏକ ଟ୍ୱିଟ ମିଳିଲା। ଯେଉଁଥିରେ ଲେଖା ଯାଇଛି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଇଥିବା 16 ପେଜ ପିଡିଏଫର ଭାରତର ନୂଆ ସମ୍ବିଧାନ ବିରୋଧରେ ଆରଏସଏସ ସଙ୍ଘ ନାଗପୁର କୋଟୱାଲି ପୋଲିସ ଥାନାରେ ଏତଲା ଦେଇଛନ୍ତି। ଏହା ପରେ ଆରଏସଏସ ବିରୋଧରେ 16 ପେଜର ଏହି ପିଡିଏଫକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତି ନାମରେ ମଧ୍ୟ କୁରଜା ପୋଲିସ ଥାନାରେ ମଧ୍ୟ ଏକ ମାମଲା ରଜୁ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter
ଏହା ଛଡ଼ା ଆମେ ଆରଏସଏସର ୱେବ ସାଇରେ ଜାଇ ସର୍ଚ କରିଲୁ ଯେ, ଆରଏସଏସ ତରଫରୁ ଭାରତର ନୂଆ ସମ୍ବିଧାନ ବାନାଇବାର କୌଣସି ସୂଚନା ଦିଆ ଯାଇନାହିଁ।
ଶେଷକଥା–
ଆମ ଅନୁସନ୍ଧାନ ଆରମ୍ଭରେ ପାଇଲୁ ଯେ, ସୋସିଆଲ ମିଡିଆରେ ଆରଏସଏସ ଭାରତର ନୂଆ ସମ୍ବିଧାନ ବନାଇବାର ଦାବି ମିଥ୍ୟା ଅଟେ। ଏହା ସହିତ ଆରଏସଏସ 16 ପେଜର ପିଡିଏଫ ପୁସ୍ତକ ପ୍ରକାଶିତ କରିଥିବା ଦାବି ମଧ୍ୟ ମିଥ୍ୟା ଅଟେ। ଆରଏସଏସ ଏପରି କୌଣସି ପୁସ୍ତକ ପ୍ରସ୍ତୁତ କରିନଥିବା କଥା ଟ୍ୱିଟ କରି ସ୍ପଷ୍ଟ କରିଛି।

Title:RSS ଭାତର ନୂଆ ସମ୍ବିଧାନ ନିୟମର କୌଣସି 16 ପେଜର ପିଡିଏଫ ପୁସ୍ତକ ପ୍ରକାଶିତ କରିନିହିଁ।
Fact Check By: Saritadevi SamalResult: False