କ’ଣ ସିଏଏ ବିରୋଦ୍ଧ କରୁଥିବା ଏହି ଝିଅ ଜଣେ ମୁସ୍ଲିମ ଝିଅ? ଜାଣନ୍ତୁ ସତ?

False Social

ବର୍ତମାନ ଦେଶ ସାରା ସିଏବି ବିରୁଦ୍ଧରେ ବିଦ୍ରୋହ ଚାଲି ଅଛି। ଏପରି ଗୋଟିଏ ଘଟଣା ବର୍ତମାନ ସୋସିଆଲ ମିଡିଆରେ ଏହା ଦାବି କରି ଭାଇରାଲ କରା ଯାଉଅଛି ଯେ ସ୍ଵାତି ନାମର ମହିଳା ପ୍ରକୃତରରେ ଜଣେ ମୁସ୍ଲିମ ମହିଳା ଊ ତାଙ୍କ ନାମ ସହିବା ଖାନ।   

୨୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ବିଜେପି ଓଡ଼ିଶା ନାମ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଅଛନ୍ତି ଯେଉଁଥିରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ସିଏବି ବିରୁଦ୍ଧରେ ଧାରଣା ଦେଉ ଥିବା ଏହି ଝିଅ କେବେ ହିନ୍ଦୁ ହେଇ ଯାନ୍ତି ତ କେବେ ମୁସ୍ଲିମ। ଫୋଟୋରେ ଏହି ମହିଳା ଫୋଟିଏ ପୋସ୍ଟର ଧରି ଛିଡା ହେଇଛନ୍ତି ଯେଉଁଥିରେ ଏହା ଲେଖା ଯାଇଅଛି ଯେ ତାଙ୍କ  ନାମ ସ୍ଵାତି ଓ ମୁଁ ଭାରତର ସମ୍ବିଧାନ ପକ୍ଷରେ ଅଛି। ଏହା ସେ ସିଏଏ ଓ ଏନ.ଆର.ସୀ ର ବିରୁଦ୍ଧରେ କହିଛନ୍ତି। ପୋଷ୍ଟରେ ଛାପି ଥିବା ଡାହାଣ ପଟ ଫୋଟୋ ରେ ଆଉ ଗୋଟିଏ ମହିଳାର ଫୋଟୋ ରାଖୀ ଏହା ଦାବି କରା ଯାଇଅଛି ଯେ ଏହି ମହିଳାର ନାମ ସାହିବା ଖାନ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ମହିଳା ପରିସ୍ଥିତି ଦେଖି କେବେ ହିନ୍ଦୁ ହେଇ ଯାଉଛନ୍ତି ଟ କେବେ ମୁସ୍ଲିମ। 

fb.png

Faceboook  |  Archive 

ଏହି ବିଷୟରେ ସତ୍ୟ ପଢିବା ପାଇଁ ଆମ ଆଉସନ୍ଧାନ ପଢନ୍ତୁ।

ଆମ ଅନନୁସନ୍ଧାନ:

ଏହି ବିଷୟରରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରୁ ଆସନ୍ତୁ ଆଗେ ଜାଣିବେ କି ଏହି ମହିଳା ସ୍ଵତି ପ୍ରକୃତରରେ କିଏ। ଫେକ୍ଟ କୃସେଣ୍ଡୋ ମାରାଠି ଟିମ ସ୍ଵାତି ସହିତ କଥା ହେଇଛନ୍ତି। ସ୍ଵାତି ଜଣେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଓକିଲାତି ପଢୁଥିବା ଜଣେ ଛାତ୍ରୀ। 

swati odia.jpg

ଆମ ସହିତ କଥା ଲାଗିବା ସମୟରେ ସେ ଏହି କହିଲେ ଯେ ତାଙ୍କ ବିଷୟରେ ସୋସିଆଲ ମିଡିଆରେ କରା ଯାଉଥିବା ଦାବି ମିଥ୍ୟା କଥା। ସେ ଏହା ମଧ୍ୟ କହିଛନ୍ତି ଯେ ସେ ମୁସ୍ଲିମ ନ୍ନୁହଣନ୍ତି ଓ ସେ ଜଣେ ହିନ୍ଦୁ ଓ ଗୋଟିଏ ପଞ୍ଜାବୀ ପରିବାରରେ ଜନ୍ମ ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଫୋଟୋଟି କୁ ସାହିବା ଖାନଙ୍କ ସହିତ ଭୁଲ ଭାବେ ଯୋଡା ଯାଇଅଛି ଓ ସେ ସହିବା ଖାନ ନୁହନ୍ତି। ଏହି ଦୁଇଟି ଫୋଟୋ ସମ୍ପୂର୍ଣ ଭାବେ ଅଲଗା। 

ଅକ୍ଟୋବର ମାସରେ ସ୍ଵାତି ଉତ୍ତର ପ୍ରଦେଶ ଓ କେନ୍ଦ୍ର ସରକାର ର ନିନ୍ଦା କରିଥିବା ଦେଖା ଯାଇଥିଲା। ଏହି ବିଷୟ ନେଇ ଗୋଟିଏ ଭିଡିଓ ମଧ୍ୟ ଅଛି ଯାହାକୁ ଆପଣ ତଳେ ଦେଖି ପାରିବେ। ଏହି ଭିଡିଓ ୟୁଟ୍ୟୁବର ଏଚ.ଏନ.ବି ନ୍ୟୁଜ ଛେନାଲରେ ଦେଖା ଯାଇଅଛି। 

ଜୁଲାଇ ମାସରେ ପ୍ରଥମ ଥର ପାଇଁ ସ୍ଵାତିଙ୍କ ନାମ ସାବିହା ଖାନଙ୍କ ନାମ ସହିତ ଯୋଡା ଯାଇ ଥିଲା। ଏହି ବିଷୟ ନେଇ ସ୍ଵାତି ଦିଲ୍ଲୀ ପୋଲିସ ପାଖରେ ମାମଲା ରୁଜୁ କରିଥିଲେ। ତଳେ ଏହି ପୋଲିସ କମ୍ପ୍ଲେନର ଗୋଟିଏ କପି ଫେକଟ କୃସେଣ୍ଡୋକୁ ଦିଆ ଯାଇଅଛି। ଏହି ସବୁ କଥାରୁ ଏହା ଜଣା ପଡୁଛି ଯେ ଏହି ମହିଳାଙ୍କ ନାମ ସ୍ଵାତି ଓ ସେ ମୁସ୍ଲିମ ନୁହନ୍ତି। 

police complaint.png

ସାବିହା ଖାନ କିଏ? 

ସାହିବା ଖାନ ଏମ.ଆଇ.ଏମ ରାଜନୀତି ଦଳର ଜଣେ ସଦସ୍ୟ। ୨୦୧୭ ମସିହାରେ ସାହିବା ମୁଁସିପାଲିଟି ୱାର୍ଡ ନୋ. ୬୩ ରୁ ନିର୍ବାଛନରେ ଭାଗ ନେଇ ଥିଲେ। ତଳେ ସାହିବାଙ୍କ ଫେସବୁକ ଏକାଉଣ୍ଟ ଦେଖନ୍ତୁ। 

sahiba fb.png

Facebook | Achive 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ସ୍ଵାତି ଓ ସାହିବା ଖାନ ଅଲଗା-ଅଲଗା ମହିଳା। ପୋଷ୍ଟରେ କରା ଯାଇଥିବା ଦାବି ଯେ ପରିସ୍ଥିତି ଦେଖି ଏହି ମହିଳା କେବେ ସ୍ଵାତି ହେଇ ଯାଉଛନ୍ତି ତ କେବେ ସହିବା ଖାନ ହେଉଛନ୍ତି, ଗୋଟିଏ ମିଥ୍ୟା କଥା। ଏହି ପୋଷ୍ଟଟି ଲୋକଙ୍କୁ ଭ୍ରମ କରିବା ପାଇଁ ଭାଇରାଲ କରା ଯାଉଅଛି। 

Avatar

Title:କ’ଣ ସିଏଏ ବିରୋଦ୍ଧ କରୁଥିବା ଏହି ଝିଅ ଜଣେ ମୁସ୍ଲିମ ଝିଅ? ଜାଣନ୍ତୁ ସତ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *