ଭାଇରାଲ ଫଟୋରେ କଙ୍ଗନାଙ୍କ ସହଥିବା ବ୍ୟକ୍ତି ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନୁହଁନ୍ତି । ଜାଣନ୍ତୁ ସତ୍ୟ…

False Social

15 ସେପ୍ଟେମ୍ବରରେ Painter Riyaz ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କଙ୍ଗନା ରଣାୱତର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫଟୋରେ କଙ୍ଗନା ଯେଉଁ ବ୍ୟକ୍ତି ସହ ଦେଖା ଯାଉଛନ୍ତି ସେ ଆବୁ ସାଲେମ ଅଟନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ବାବରେ ଆବୁ ସାଲେମ ସହିତ ରାତ କୀ ରାଣୀ ଲେମୋନ ଜୁସ ସେବନ ଅବସରରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଅହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଏହା ଛଡ଼ା Prabir Pattanayak ନାମକ ଜଣେ ଫେସବୁକ ୟୁଜର ମଧ୍ୟ ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଗୁରୁଜନ ପରମ ପୂଜ୍ୟ ଅନନ୍ତ-ଶତ୍ରୁଘନ ବାବା ଙ୍କ ମେଳରେ ବସି♥️ କଙ୍ଗନା ସ୍ୱର୍ଗରୁ ପ୍ରାପ୍ତ ଅମୃତ ରସ ପାନ କରୁଥୁବାର ବିରଳ ଓ ଅଲୌକିକ ଦୃଶ୍ୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 24ରୁ ଅଧିକଥର ସେୟାର କରାଯାଇଛି। ତଳୋ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- FacebookArchive

ତେବେ ଭାଇରାଲ ଫଟୋରେ କଙ୍ଗନା ସହଥିବା ବ୍ୟକ୍ତି କଣ ଆବୁ ସାଲେମ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 24 ସେପ୍ଟେମ୍ବର 2018ରେ huffingtonpost ପେଜରେ ଭାଇରାଲ ଫଟୋ ପ୍ରକାଶ ପାଇଥିବା ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋରେଥିବା ବ୍ୟକ୍ତି ଅବୁ ସାଲେମ ନୁହଁନ୍ତି। ଫଟୋରେଥିବା ବ୍ୟକ୍ତି ସାମ୍ବାଦିକ ମାର୍କ ମାନୁଏଲ(Mark Manuel)ଅଟନ୍ତି। ମାର୍କ ମାନୁଏଲ କଙ୍ଗନାଙ୍କ ବିଷୟରେ ଏହି ଅନୁସନ୍ଧାନ ଲେଖା ଲେଖିଛନ୍ତି। ସେ ତାଙ୍କ ପେଜରେ ଲେଖିଛନ୍ତି  ଯେ “କଙ୍ଗନା ଜାଣିବା ଉଚିତ ଯେ ସେ ଏତେ ପ୍ରଭାବଶାଳୀ ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଆଲୋଚନାର ବିଷୟ ହେବା ଉଚିତ୍ ନୁହେଁ”। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- huffingtonpostArchive

ପ୍ରବନ୍ଧରେ ବ୍ୟବହୃତ ଫଟୋ ତଳେ ମାର୍କ ମାନୁଏଲଙ୍କ ନାମ ଅଛି। ଏହି ଫଟୋ ମୁମ୍ବାଇର ‘ଖାର’ କର୍ଣ୍ଣର ହାଉସରେ ନିଆଯାଇଛି। ଏହାକୁ ନେଇ ଆମେ ଅଧିକ ଅନୁସନ୍ଧାନ କରିଲୁ।  ଏହି ଫଟୋକୁ ମାର୍କ ମାନୁଏଲ ତାଙ୍କ ଫେସବୁକ ପେଜରେ ସେପ୍ଟେମ୍ବର 15, 2017 ରେ ସେୟାର କରିଥିଲେ। ସେ କହିଥିଲେ ଯେ ଏହି ଫଟୋ କଙ୍ଗନାଙ୍କ ଫିଲ୍ମ ‘ସିମରନ’ ପାଇଁ ହୋଇଥିବା ଇଣ୍ଟରର୍ଭିୟୁର ଅଟେ।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ –  Facebook  । Archive

17 ସେପ୍ଟେମ୍ବରରେ ଭାଇରାଲ ଫଟୋକୁ ଦେଖି Mark Manuel ତାଙ୍କ ଫେସବୁକ ପେଜରେ ଭାଇରାଲ ଖବର ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି। ମାନୁଏଲ୍ 2017 ରେ ହଫିଙ୍ଗଟନ୍ ପୋଷ୍ଟ ୱେବସାଇଟ୍ ର ସମ୍ପାଦକ ଥିଲେ। ସେ ପ୍ରାୟ ତିନି ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି ଏବଂ ଚଳଚ୍ଚିତ୍ର ସାମ୍ବାଦିକତାରେ ତାଙ୍କର ଏକ ବଡ ନାମ ଅଛି। କଙ୍ଗନାଙ୍କ ସହ ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ସେ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏସବୁ ଉପରେ ନିଜର ରାଗ ପ୍ରକାଶ କରିଥିଲେ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଏହା ପରେ ଆମେ ଗ୍ୟାଙ୍ଗଷ୍ଟର ଅବୁ ସୋଲେମ ଏବଂ ମାର୍କ ମାନୁଏଲଙ୍କ ଫଟୋକୁ ବିଶ୍ଳେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ଜଣାପଡ଼ୁଛି ଦୁଇଜଣ ଅଲଗା ଅଲଗା ବକ୍ତି ଅଟନ୍ତି। ତଳେ ବିଶ୍ଳେଷଣ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋରେ ଆବୁ ସାଲେମ କଙ୍ଗନା ରାନାୱତଙ୍କ ସହ ନାହାଁନ୍ତି। ଫଟୋରେଥିବା ବ୍ୟକ୍ତି ଜଣେ ଫିଲ୍ମ ସାମ୍ବାଦିକ ମାର୍କ ମାନୁଏଲ। 2017 ରେ ଏକ ଫିଲ୍ମର ପ୍ରମୋସନ ସମୟରେ ଏହା ଏକ ସାକ୍ଷାତକାରର ଫଟୋ ଅଟେ।  ତେଣୁ ସୋସିଆଲ ମିଡିଆରେ ଫଟୋ ସହ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। 

Avatar

Title:ଭାଇରାଲ ଫଟୋରେ କଙ୍ଗନାଙ୍କ ସହଥିବା ବ୍ୟକ୍ତି ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନୁହଁନ୍ତି । ଜାଣନ୍ତୁ ସତ୍ୟ…

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *