
6 ଏପ୍ରିଲରେ Santosh Bisoi ନାମକ ଜଣେ ଫେସବୁକ ୟୁଜର Yay Naveen ନାମକ ପଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ଫୁଲର ଫୋଟୋ ଦିଆ ଯାଇ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋର ନାମ ନାଗ ପୁଷ୍ପ ଅଟେ। ଏହା 36 ବର୍ଷରେ ଥରେ ହିମାଳୟରେ ଫୁଟିଥାଏ ଏବଂ ସୂର୍ଯ୍ୟୋଦୟ ମାତ୍ରେ ଝଡ଼ି ଯାଏ। ପୋଷ୍ଟରେ ଏହି ଫୋଟୋକୁ ଅଧିରକରୁ ଅଧିକ ସେୟାର କରିବା ପାଇଁ ଅନୁରୋଧ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 75 ଥର ସେୟାର କରାଯାଇଛି। 17 କମେଣ୍ଟ ମିଳିବା ସହ 371 ଲାଇକ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ଛଡ଼ା 2071ରେ ଓଡ଼ିଆ News7 ମଧ୍ୟ ଭାଇରାଲ ପୋଷ୍ଟକୁ ସେୟାର କରିଥିଲା। ଖବରରେ ଦାବି କରାଯାଇଥିଲା ଯେ, ଭାଇରାଲ ଫୋଟୋ ନାଗ ପୁଷ୍ପ ଅଟେ ଏବଂ ଏହା ହିମାଲରେ 36 ବର୍ଷରେ ଥିରେ ଫୁଟିଯାଏ। ତଳେ ଭିଡିଓ ଦେଖନ୍ତୁ।
ତେବେ କ’ଣ ସତରେ ଭାଇରାଲ ଫୋଟୋରେଥିବା ଫୁଲ ନାଗ ପୁଷ୍ପ ହିମାଳୟରେ 36 ବର୍ଷରେ ଥରେ ଫୁଟେ ଏବଂ ସୂର୍ଯ୍ୟୋଦୟ ମାତ୍ରେ ଝଡ଼ି ପଡ଼େ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭେରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆଣକୁ ଭାଇରାଲଫୋଟୋର କିଛି ଲିଙ୍କ ମିଳିଲା। Pinterest ନାମକ ଏକ ପୋଜରେ ଭାଇରାଲ ଫୋଟୋ ମିଳିଲା। ପୋଷ୍ଟରେ ଭାଇରାଲ ଫୋଟୋରେ ଥିବା ଫୁଲକୁ ଗଭିର ସମୁଦ୍ର ଭିତରେ ଦେଖା ଯାଇଥାଏ। ପୋଷ୍ଟରେ ଗଭିର ସମୂଦ୍ର ମଧ୍ୟରେ ଦେଖା ଯାଇଥିବା ଏହି ଫୁଲ ଏତ୍ୟନ୍ତୁ ସୁନ୍ଦର ବୋଲି ଲେଖା ଯାଇଛି। ଏଥିରୁ ଆମେ ଜାଣିଲୁ ଯେ ଭାଇରାଲ ଫୋଟୋରେଥିବା ଫୁଲ ଗଭିର ସମୂଦ୍ର ମଧ୍ୟରେ ଦେଖା ଯାଏ। ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Pinterest । Archive
ଭାଇରାଲ ଫଟୋ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆଣକୁ Encyclopaedia Braitannic ନାମକ ପେଜରେ ଭାଇରାଲ ଫୋଟୋ ସମ୍ପର୍କରେ ସୂଚନା ମିଳିଲା। ସି ପେନ (Sea Pen) ନାମକ ଏହି ଫୁଲ ଏଥବା ଗଛ ଗଭୀର ସମୂଦ୍ର ମଧ୍ୟରେ ଦେଖା ଯାଇଥାଏ। ସି ପେନ ସମୁଦ୍ର ମଧ୍ୟରେ ଉଠୁଥିବା 300 ଅଲଗା ଅଲଗା ଗଛ ମାନକ ମଧ୍ୟରୁ ଏକ ଅଟେ। ଏହା ଛଡ଼ା ଆମେ ସି ପେନ ବିଷୟରେ wikipediaରେ ସର୍ଚ୍ଚ କରିଲୁ। ସର୍ଚରେ ଆମକୁ ଏହି ଗଛ ସମ୍ପର୍କରେ ସ୍ପଷ୍ଟି କରଣ ହେଲା ଯେ, ଭାଇରାଲ ଫୋଟୋରେ ଥିବା ଫୁଲ ପ୍ରକୃତରେ ଫୁଲ ନୁହେଁ। ଏହା ଗଭୀର ସମୂଦ୍ର ମଧ୍ୟରେ ଉଠୁଥିବା ଏକ ପ୍ରକାର ଗଛ ଅଟେ। ଏହା ଛଡ଼ା ଆମେ google photo ମଧ୍ୟ ଭାଇରାଲ ଗଛର ଅନ୍ୟ ଫୋଟୋ ମଧ୍ୟ ଦେଖିଲୁ। ପୋଷ୍ଟର ଲିଙ୍କରେ କ୍ଲିକ କରି ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Encyclopaedia Braitannic । Archive
ଏହା ପରେ ଆମେ ନାଗ ପୁଷ୍ପ ଗଛ ଏବଂ ଫୁଲ ସମ୍ପର୍କରେ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ Mangala vihara ପେଜର ଲିଙ୍କ ମିଳିଲା। ପେଜ ଅନୁସାରେ ନାଗ ପୁଷ୍ପ ଗଛକୁ ବୁଦ୍ଧ ଗଛ ମଧ୍ୟ କୁହାଯାଏ। ଏହି ଗଛରୁ ଫୁଲକୁ Dragon flower, mesua ferrea, sri lankan ironwood , chestnut, cobra’s saffron ମଧ୍ୟ କୁହା ଯାଏ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ – Mangala vihara । Archive
ଆମକୁ Swarajya ନାମକ ଏକ ୟୁଟ୍ୟୁବ ଚ୍ୟାନେଲରୁ ନାଗଲିଙ୍ଗ ଫୁଲ ସମ୍ପର୍କରେ ସୂଚନା ମୁଳିଲା। ଏହି ଗଛ ସାଧାରଣତ କାନନବଲ୍ ଗଛ(canonball tree) ଭାବରେ ଜଣାଯାଏ। କାରଣ ଏହାର ଫଳ ନଡ଼ିଆ ପରି, ସାପ ମୁଣ୍ଡ ଆକୃତିର ଅଟେ। ଏଥିପାଇଁ ଏହି ଫୁଲକୁ ଶିବ ମନ୍ଦିରରେ ପବିତ୍ର ଫୁଲ ଭାବେ ପୂଜା କରା ଯାଏ। ଏଥିରୁ ସ୍ପଷ୍ଟ ହେଲା ଯେ, ନାଗ ପୁଷ୍ପ ନାମକ କୌଣସି ଗଛ ହିମାଳୟରେ ହାଇ ନାଏ। ନାଗଲିଙ୍ଗ ଫଲ ଏବଂ ନାଗ ପୁଷ୍ପ ଗଛ ଭାରତରେ ଏନେକ ଜାଗାରେ ଦେଖା ଯାଇ ଥାଏ। ଏହି ଗଛରେ ଫୁଲ ବର୍ଷ ତମାମ ହୋଇଥାଏ। ତଳେ ଭିଡିଓର ଦେଖନ୍ତୁ।
ଏହା ଛଡ଼ା snopes.com ନାମକ ପେଜ ମଧ୍ୟ 2016ରେ ଏହାର ଅନୁସନ୍ଧାନ କରିଥିଲା।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେ ଥିବା ଫୁଲ ହିମାଳରେ 36 ବର୍ଷରେ ଥରେ ଫୁଟିଥିବାର ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ଗଛର ନାମ sea pen ଅଟେ । ଯାହାକି ଗଭୀର ସମୂଦ୍ର ମଧ୍ୟରେ ମିଳିଥାନ୍ତି। ଏହା ଛଡ଼ା ନାଗ ପୁଷ୍ପ ନାମକର ଗଛ ଏବଂ ଫୁଲ ଭାରତର ଅନେକ ଜାଗାରେ ଦେଖିବାକୁ ମିଳିଥାଏ। ଏହି ଗଛରେ ବର୍ଷ ତମାମ ଫୁଲ ଆସିଥାଏ।

Title:କ’ଣ ଭାଇରାଲ ଫୋଟୋରେଥିବା ଫୁଲ ନାଗ ପୁଷ୍ପ ହିମାଳୟରେ 36 ବର୍ଷରେ ଥରେ ଫୁଟେ ଏବଂ ସୂର୍ଯ୍ୟୋଦୟ ମାତ୍ରେ ଝଡ଼ି ପଡ଼େ? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False