
ସୋସିଆଲ ମିଡିଆରେ ଚାଷୀ ଏବଂ ଦିଲ୍ଲୀରେ ହେଉଥିବା ଚାଷୀ ଆନ୍ଦୋଳନ କୁ ନେଇ ଅନେକ ଖବର ସହ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ସର୍ଦ୍ଦାର କୁ ପୋଲିସ ଟାଣି ଟାଣି ନେଉଥିବାର ଦେଖାଯାଉଛି। ସର୍ଦ୍ଦାର ମୁଣ୍ଡରୁ ପଗଡ଼ି ମଧ୍ୟ କାଢ଼ି ଦିଆଯାଇଛି। ଭାଇରାଲ ଭିଡିଓ ସହ ଦାବି କରାଯାଇଛି ଯେ, କୃଷି ଆନ୍ଦୋଳନରେ ଅକ ନକଲି ସର୍ଦ୍ଦାର ପ୍ରଦର୍ଶନ କରୁଥିଲା। ପୋଲିସ ତାକୁ ଗିରଫ କରିଛି। ଆଣ ଅନୁସନ୍ଧାନରେ ଆମକୁ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓ 2011 ମସିହାର ଅଟେ।
1 ଡିସେମ୍ବରରେ Padma Lochan Mhanta ନାମକ ଜଣେ ଫେସ ବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷକ ଆନ୍ଦୋଳନରେ ନକଲି କୃଷକ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏମାନଙ୍କ କଣ କୁହାଯିବ ଚାଷୀ, ସର୍ଦ୍ଦାର ନା ଆତଂକବାଦୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 5 ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ କୃଷକ ଆନ୍ଦୋଳନରେ ପୋଲିସ ନକଲି କୃଷକ କୁ ଗୀରଫ କରିଛି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଭିଡିଓ କୁ ଇନବିଡରେ ପକାଇ ଫଟୋରେ ଭଆଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Chardikla Time Tv ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହା କି 2011 ମାର୍ଚ୍ଚରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ 28 ମାର୍ଚ 2011 ରେ ଏହି ଘଟଣା ପଞ୍ଜାବର ମୋହାଲୀ ସ୍ଥିତ ପିସିଏ ସ୍ଟେଡୟମ ପାଖରେ ଗ୍ରାମିଣ ପଶୁ ଡାକ୍ତରମାନେ ଧରଣା ପ୍ରଦର୍ଶନକରିଥିଲେ। ପ୍ରଦର୍ଶନର ଦୁଇଦିନ ପରେ ସ୍ଟାଡିଅମରେ ଭାରତ ପାକିସ୍ତାନର ଆଇସିସି କ୍ରିକେଟ ବିଶ୍ୱକପର ସେମିଫାଇନଲ ହେବାର ଥିଲା। ଏହାକୁ ଧ୍ୟାନରେ ରଖି ପଞ୍ଜାବ ପୋଲିସ ଧରଣା ପ୍ରଦର୍ଶନକାରିଙ୍କୁ ସ୍ଟାଡିଅମ ସାମ୍ନାରୁ ହଟାଇବାକୁ ପ୍ରୟାସ କୁଥିଲା। 28 ମାର୍ଚ 2011 ଦିନ 12.45 ସମୟରେ ଗ୍ରାମିଣ ପଶୁ ଡାକ୍ତର ପ୍ରଦର୍ଶନକାରି ମାନେ ପ୍ରଦର୍ଶନ ତେଜ କଲା ପରେ ପଞ୍ଜାବ ପୋଲିସ ସୋମାନକୁ ରୋକିକୁ ଜାଇ ଲାଠି ଚାର୍ଜ କରିଥିଲା। ଏହି ନ୍ୟୁଜ The Indian Express, The Times of India ରେ ମଧ୍ୟ ପ୍ରକାଶିତ ହୋଇଛି। ଅଧିକ ସୂଚନା ପାଇଁ ଦିଆ ଯାଇଥିବା ଲିଙ୍କରେ କ୍ଲିକକରନ୍ତୁ।
31 ମାର୍ଚ୍ଚ 2011ରେ The Times of India ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପଞ୍ଜାବ ସରକାର ପଞ୍ଜାବି ଯୁବକ ପଗଡ଼ି କାଢ଼ିବାର ଆରୋପରେ ଦୁଇ ପୋଲିସ କର୍ମିକୁ ନିଲମ୍ବିତ କରିଥିଲେ। ନିଲମ୍ବିତ ପୋଲିସ ନାମରେ united Sikhs ପେଜରେ ମାମଲା ରଜୁ ହୋଇଥିବା ନୋଟିସ ଦେଖନ୍ତୁ। ଅଧିକ ସୂଚନା ପାଇଁ ଲିଙ୍କ ରେ କ୍ଲିକ କରନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- The Times of India । Archive
ଏହି ଭିଡିଓ 2019ରେ ମଧ୍ୟ ଏନଆରସି ଲାଗୁ ଏହା ସମୟରେ ମଧ୍ୟ ଭାଇରାଲ ହୋଇଥିଲା। ଯାହାକୁ ଓଡ଼ିଆ ଫ୍ୟାକ୍ଟ କ୍ରିସେଣ୍ଡୋ ଫ୍ୟାକ୍ଟଚେକ କରି ଭିଡିଓ ସହ ଭାଇରଲା ହୋଇଥିବା ଦାବିକୁ ମିଥ୍ୟା ପ୍ରମାଣିତ କରିଥିଲା। ଏଠାରେ Link ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲାଯେ, 2011 ମସିହା ପଶୁ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନର ଭିଡିଓ କୁ ବର୍ତ୍ତମାନ କୃଷି ଆନ୍ଦୋଳନର କହି ଭାଇରାଲ କରାଯାଉଛି। ଭାଇରାଲ ଭିଡିଓରେଥିବା ସର୍ଦ୍ଦାର ଚାଷୀ ନୁହଁନ୍ତି, ସେ ଜଣେ ପଶୁ ଡାକ୍ତର। ଯାହାର ଚାଷୀ ଏବଂ ଚାଷୀ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Title:2011 ମସିହା ପଶୁ ଡାକ୍ତରଙ୍କ ବିରୋଧ ପ୍ରଦର୍ଶନର ଭିଡିଓ କୁ ବର୍ତ୍ତମାନ କୃଷି ଆନ୍ଦୋଳନ ଦାବିରେ ଭାଇରାଲ କରାଯାଉଛି ।
Fact Check By: Saritadevi SamalResult: False