
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଭାରତୀୟ ଵାୟୁ ସେନା ସି-୧୭ ଗ୍ଲୋବ ମାଷ୍ଟର, କାବୁଲ ବିମାନବନ୍ଦରରୁ ୮୦୦ ଜଣଙ୍କୁ ଉଦ୍ଧାରକରି ଆଜି ସକାଳୁ ନୂଆଦିଲ୍ଲୀ ଅଭିମୁଖେ ଭରିଛି ଉଡାଣ। ସମସ୍ତ ଦେଶ ନିଜ ନିଜର ନାଗରିକଙ୍କୁ ଉଦ୍ଧାର କରିଥିବା ବେଳେ ଭାରତ କିନ୍ତୁ ଉଦ୍ଧାର କରିଥିବା ଲୋକଙ୍କୁ ପଚାରି ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଏବଂ ଏହା ପୁରୁଣା ଅଟେ।
17 ଅଗଷ୍ଟରେ Rabindranath Mishra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏ ଦୃଶ୍ୟ ହେଉଛି ଭାରତୀୟ ଵାୟୁ ସେନା ସି-୧୭ ଗ୍ଲୋବ ମାଷ୍ଟର ର ! କାବୁଲ ବିମାନବନ୍ଦରରୁ ୮୦୦ ଜଣଙ୍କୁ ଉଦ୍ଧାରକରି ଆଜି ସକାଳୁ ନୂଆଦିଲ୍ଲୀ ଅଭିମୁଖେ ଭରିଛି ଉଡାଣ । ସମସ୍ତ ଦେଶ ନିଜ ନିଜର ନାଗରିକଙ୍କୁ ଉଦ୍ଧାର କରିଥିବା ବେଳେ ଭାରତ କିନ୍ତୁ ଉଦ୍ଧାର କରିଥିବା ଲୋକଙ୍କୁ ପଚାରି ନାହିଁ ସେମାନଙ୍କ ଦେଶ ,ଧର୍ମ ଓ ଜାତି… । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 3ଘଣ୍ଟା ମଧ୍ୟରେ 10ରୁ ଅଧିକଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ସଂଖ୍ୟାଧିକ ଲୋକଙ୍କ ସମୁଦ୍ର ଦେଖାଯାଉଥିବା ଏହି ଦୃଶ୍ୟ ଭାରତ ସହକରା କାବୁଲ ବିମାନବନ୍ଦରରୁ ୮୦୦ ଜଣଙ୍କୁ ଉଦ୍ଧାରକରି ଆଜି ସକାଳୁ ନୂଆଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଦୃଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। pacaf.af ପେଜରେ ଆମକୁ ଭାଇାଲ ଫଟୋ ମିଳିଲା। ଯାହାକି 17 ଡିସେମ୍ବର 2013ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଏହି ଫଟୋ 17 ନଭେମ୍ବର 2013ରେ ଫିଲିପାଇନ୍ସରେ ଆସିଥିବା ଟାଇଫୁନ୍ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟର ଅଟେ। ଏହି ସମୟରେ 670 ରୁ ଅଧିକ ଟାକଲୋବାନ୍ ବାସିନ୍ଦାଙ୍କୁ ଆମେରିକାର ବାୟୁସେନା ବିମାନ C-17 ଦ୍ୱାରା ମାନିଲାକୁ ପରିବହନ କରାଯାଇଥିଲା। ଯାତ୍ରୀମାନଙ୍କ ନିରାପଦ ପରିବହନ ବ୍ୟତୀତ, ହିକାମ ଭିତ୍ତିକ କର୍ମଚାରୀମାନେ ମଧ୍ୟ 100,000 ପାଉଣ୍ଡରୁ ଅଧିକ ମାଲ ପରିବହନ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- pacaf.af । Archive
ଏହା ପରେ ଭାଇରାଲ ଫଟୋ ଆମକୁ Air force mag ପେଜରେ ମଧ୍ୟ ଭାଇରାଲ ଫଟୋ ମିଳିଲା। ଯାହାକି ଏପ୍ରଲ 2014ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଟାକଲୋବନରୁ ପ୍ରାୟ 670 ଶରଣାର୍ଥୀଙ୍କୁ C-17ରେ ମାନିଲାକୁ ସ୍ଥାନାନ୍ତର କରାଯାଇଥିଲା। ବିମାନ ଏବଂ ଏହାର କର୍ମଚାରୀମାନେ ଅପରେସନ୍ ଦାମୟାନ ପାଇଁ ହାୱାଇର ଜେବି ପର୍ଲ ହାର୍ବୋର-ହିକାମରୁ ନିୟୋଜିତ ହୋଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Air force mag । Archive
THE USA REPORTER ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଏକ ଭିଡିଓ ପାଇଲୁ। ଯେଉଁଥିରେ ଭାରତୀୟ ବାୟୁସେନାର ଗ୍ଲୋବେମାଷ୍ଟର ସି -17 ବିମାନ ଆଜି ସକାଳେ କାବୁଲରୁ 150 ଜଣ ଲୋକଙ୍କୁ ନେଇ ଗୁଜୁରାଟର ଜାମନଗରରେ ପହଞ୍ଚିଛି। ସେହି ସମାନ ବିମାନରୁ ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ଆସିଛନ୍ତି। ଏହା ଛଡ଼ା ଏହି ଖବର ଆପଣ Bhaskarରେ ମଧ୍ୟ ଦେଖିପାରିବେ। ଏଥିରୁ ସ୍ପଷ୍ଟ ହେଉଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ନଭେମ୍ବର 2013ର ଅଟେ। ଫଟୋ ସହିତ ଆଫଗାନିସ୍ତାନରୁ 800 ଭାରତୀୟଙ୍କୁ ବିମାନରେ ଭାରତ ଆଣିଥିବା ମଧ୍ୟ ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଉଛି ଯେ, 2013ର ପୁରୁଣା ଫଟୋକୁ ବର୍ତ୍ତମାନ ଭାରତ ସରକାର ଆଫଗାନିସ୍ତାନରୁ 800 ଭାରତୀୟଙ୍କୁ ବିମାନରେ ଭାରତ ଆଣିଥିବା ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:2013 ଫଟୋକୁ ବର୍ତ୍ତମାନ ଭାରତ ସରକାର କାବୁଲରୁ 800ଜଣ ଉଦ୍ଧାରକରିଙ୍କୁ ଭାରତ ଆଣିଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
