
ଗତ କିଛି ଦିନ ହେବ ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସା ଖବର ସୋସିଆଲ ମିଡିଆରେ ପ୍ରକାଶିତ ହେବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ତ୍ରୀପୁରା ସାମ୍ପ୍ରତିକ ଘଟଣା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
2 ନଭେମ୍ବରରେ ଶ୍ରୀ ଶୁଭେନ୍ଦୁ ସାମନ୍ତରାୟ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ,କାଳୀ ମା’ର ମୂର୍ତ୍ତି ଭାଙ୍ଗିବା ପରେ # ତ୍ରିପୁରା !!କିଛି ଭ୍ରାନ୍ତ # ହିନ୍ଦୁ ମସଜିଦ ପୋଡି ଦେଇଥିଲେ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ଭାଇରାଲ ଫଟୋ ତ୍ରୀପୁରା ସାମ୍ପ୍ରତିକ ଘଟଣାର ଅଟେ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ପ୍ରଥମ ଫଟୋ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସେପ୍ଟେମ୍ବର 2021 ରେ ଅଗରତାଲାରେ ବିଜେପିର କର୍ମକର୍ତ୍ତା ଏବଂ ସିପିଏମ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଏହି ପ୍ରତିଛବି ଅଟେ। Indian express ପେଜରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକି 8 ସେପ୍ଟେମ୍ବର 2021 ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ‘ଅଗରତାଲାରେ ବିଜେପି ସମର୍ଥକ ଏବଂ ସିପିଏମ୍ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷରେ ଯାନବାହନରେ ନିଆଁ ଲଗାଯାଇଥିଲା ପ୍ରତିଛବିଟି PTI କୁ କ୍ରେଡିଟ୍ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Indian express । news18 । Archive
ଦ୍ୱିତିୟ ଫଟୋ-
ଏହା ପରେ ଆମେ ଦ୍ୱିତିୟ ଫଟୋକୁ ମଧ୍ୟ ଗୁଗୁଲରେ ପକାଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ indiatoday ଏବଂ people magazine ପେଜରେ ଭାଇରାଲ ଫଟୋ ମିଳିଲା। ଯାହାକି 2019 ମସିହାରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ଫଟୋର ବର୍ତ୍ତମାନ ତ୍ରୀପୁରା ଘଟଣା ସହ କୌଣସି ସମ୍ପର୍କ ନାହିଁ। ଏହି ପ୍ରତିଛବି ବାସ୍ତବରେ ଆସାମରେ ଡିସେମ୍ବର 2019 ରେ CAA & NRC ବିରୋଧରେ ହୋଇଥିବା ପ୍ରଦର୍ଶନର ଫଟୋ ଅଟେ। ଏହି ପ୍ରତିଛବି ମଧ୍ୟ PTI କୁ କ୍ରେଡିଟ୍ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- indiatoday । people magazine
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ , ପ୍ରଦର୍ଶନ କରୁଥିବା ଭାଇରାଲ ଫଟୋ ପୁରୁଣା ଏବଂ ଅଲଗା ସ୍ଥାନର ଅଟେ। ଫଟୋର ତ୍ରିପୁରା ହିଂସା ଘଟଣା ସହ କୌଣସି ସମର୍କ ନାହିଁ।

Title:ପୁରୁଣା ଏବଂ ଅଲଗା ସ୍ଥାନର ଫଟୋକୁ ତ୍ରିପୁରା ହିଂସା ଘଟଣା ସହ ଜୋଡ଼ି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
