
୫ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡିଶା ୱ୍ହାତ୍ସ ଅପ ଗ୍ରୁପ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ୪ ଟି ଫୋଟୋ ପୋଷ୍ଟ କରା ଯାଇଅଛି। ପ୍ରଥମ ଫୋଟୋରେ ଗୋଟିଏ ପୁଲିସ ଅଫିସର ହାତରେ ବାଡ଼ି ଧରି ଛିଡ଼ା ହେବା ଦେଖିବା କୁ ମିଳିଛି। ଦୁଇତ୍ୟା ଫୋଟୋରେ କିଛି ଲୋକ ଭାରତର ଜାତୀୟ ପତାକା ଜଳାଉ ଥିବା ଦେଖା ଯାଉଅଛି ଏବଂ ପତାକା ତଳେ ଗୋଟିଏ ଗାଈ ମରି ପଡ଼ି ଅଛି। ତୃତୀୟ ଫୋଟୋରେ ଗୋଟିଏ ପୁଲିସ କର୍ମୀ ଆହତ ଅବସ୍ତା ରେ ହାତରେ ବାଡ଼ି ଧରି ଛିଡ଼ା ହେଇଛନ୍ତି। ଚତୁର୍ଥ ଫୋଟୋରେ ଗୋଟିଏ ଆହତ ହେଇତଥିବା ପୋଲିସ କୁ ତାଙ୍କ ସାଥି ମାନେ ସମଭାଲୁ ଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କାଶ୍ମୀରରେ ଭାରତୀୟ ପତାକା ଉପରେ ଗଉମାତାଙ୍କ ହତ୍ୟା କରା ଯାଇଅଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଏହି ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ଜଡ଼ିତ କିଛି ତଥ୍ୟ ମିଳିଲା। ଆମେ ଏହା ଜାଣିବା କୁ ପାଇଲୁ ଯେ ଏହି ପୋଷ୍ଟ ବିଗତ କିଛି ବର୍ଷ ଧରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଇଅଛି।

ଏହି ପୋଷ୍ଟରୁ ଆମେ ଜାଣିବାକୁ ପାଇଲୁ ଯେ ଏହା ବର୍ତମାନ ସମୟର ଘଟନା ନୁହେଁ।
ଏହା ପରେ ଆମେ ଏହି ୪ ଟି ଫୋଟୋ ପଛରେ ସତ୍ୟ ଘଟଣା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମେ ପୋଷ୍ଟରେ ଥିବା ପ୍ରଥମ ଫୋଟୋର ରିଭର୍ସ ଇମେଜ ସର୍ଚ କରି ଦେଖିଲୁ। ସର୍ଚ କରିଲା ପରେ ଆମକୁ ୧୩ ଜୁଲାଇ ୨୦୧୧ ମସିହାର ପିପୁଲ୍ସ ଡେଲି ଅନଲାଇନ ପତ୍ରିକାରେ ଏହା କୁହା ଯାଇଅଛି ଯେ ତ୍ରିପୁରା ର ରାଜଧାନୀ ଆଗର୍ତାଲାରେ କଂଗ୍ରେସ ପାର୍ଟି ସଦସ୍ୟଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଆହତ ହେଇଛନ୍ତି। ଏହି ଦଙ୍ଗାରେ ଗୋଟିଏ ବ୍ୟକ୍ତିଙ୍କର ମୃତ୍ୟୁ ଏବଂ ୩୦ ଲୋକ ଆହତ ହେଇଛନ୍ତି। ଏହା ମଧ୍ୟରୁ ୧୧ ଜଣ ସୁରକ୍ଷା କର୍ମଚାରୀ ଥିଲେ।

ଏହା ପରେ ଆମେ ପୋଷ୍ଟରେ ଥିବା ଦୁଇତୀୟ ଫୋଟୋର ଅନୁସନ୍ଧାନ କରିଲୁ। ଆମେ ଏହି ଫୋଟୋ କୁ ଇନଭିଡ ମେଗ୍ନିଫାଏ ଟୁଲ ସାହାଜ୍ଯତାରେ ଜୁମ କରି ଦେଖିଲୁ। ଜୁମ କରି ଦେଖିଲା ପରେ ଆମକୁ ଏହି ଫୋଟୋରେ ପାକିସ୍ତାନର ଜାତୀୟ ପତାକା ଦେଖିବାକୁ ମିଳିଲା।

ଏହି ଫୋଟୋ ପଛରେ “ଡିଗ୍ଗର” ନାମ ର ଗୋଟିଏ ବିଜ୍ଞାପନ ମଧ୍ୟ ଦେଖିବାକୁ ମିଳିଲା। ଆମେ ଗୁଗୁଲରେ ଯାଇ ଏହି ବିଜ୍ଞାପନ ବିଷୟରେ ଖୋଜିଲୁ। ଆମକୁ ଏହା ଜଣା ପଡ଼ିଲା ଯେ ଏହି ବିଜ୍ଞାପନ ଜୋତା, ଚପଲ ଏବଂ ଅନ୍ୟ ସାମଗ୍ରୀର ବିଜ୍ଞାପନ ଅଟେ। ଏହି କମ୍ପାନୀର ନା ବ୍ରୋଜନ ଅଟେ। ଆମେ ଏହି କମ୍ପାନୀ ୱେବ୍ସାଇଟର ସଭା ତଳେ ଯାଇ ଦେଖିଲୁ ତ ଆମକୁ ପାକିସ୍ତାନର ଫୋନ ନମ୍ବର ମିଳିଲା। ଏହା ପରେ ଆମେ ଏହା ମଧ୍ୟ ଖୋଜିଲୁ ଯେ ଏହି କମ୍ପାନୀ ଅନ୍ୟ କେଉଁ ଦେଶରେ ଅଛି। ଏହି ୱେବ୍ସାଇଟର ଉପରେ ପାକିସ୍ତାନର ସେଠାରେ କ୍ଲିକ କରିଲା ପରେ ଆମେ ଜାଣିବାକୁ ପାଇଲୁ ଏହି କମ୍ପାନୀ କେବଳ ପାକିସ୍ତାନ ଏବଂ ଆରବ ଦେଶରେ ବ୍ୟବସାଏ କରେ।


ଏହି ସବୁ ପ୍ରମାଣ ମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଏହି ଫୋଟୋ ପାକିସ୍ତାନର ଅଟେ।
ତୃତୀୟ ଫୋଟୋର ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଡେକାନ କ୍ରୋନିକଲ୍ସ ଦ୍ଵାରା ପ୍ରକାଶିତ ଗୋଟିଏ ଅନୁଛେଦ ମିଳିଲା। ୧୭ ଜୁନ ୨୦୧୪ ମସିହାରେ ପ୍ରକାଶିତ ହେଇ ଥିବା ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲାରେ ସ୍ଥାନୀୟ ଲୋକ ଏବଂ ପୋଲିସ ମଧ୍ୟରେ ଦଙ୍ଗା ହେଇଥିବାରୁ ପୋଲିସ ଡି.ଆଇ.ଜି ବିଜଯ ସିଂହଙ୍କ ସହିତ ଅନେକ ପୋଲିସ କର୍ମଚାରୀ କୁ ଆହତ ହେଇଛି।

ଚତୁର୍ଥ ଫୋଟୋର ରିଭର୍ସ ଇମେଜ କରିଲା ପରେ ଆମକୁ କିଛି ପ୍ରମାଣ ମିଳିଲା ନାହି। କିନ୍ତୁ ଦୁଇତ୍ୟ ଫୋଟୋରୁ ଏହା ପ୍ରମାଣ ହେଇଛି ଯେ ଗୌ ହତ୍ୟା ଘଟଣା କାଶ୍ମୀର ର ନୁହେଁ ଶେଠୀ ପାଇଁ ଏହି ପୋଲିସ ଅଫିସର କାଶ୍ମୀର ର ଥିଲେ ମଧ୍ୟ ଗୌ ହତ୍ୟା ସହିତ ତାଙ୍କର କୌଣସି ସମ୍ବନ୍ଧ ନାହିଁ।

ଶେଷକଥା:
ଆମ ଅନୁସନ୍ଧାନରୁ ଏହା ଜଣା ପଡ଼ିଲା ଯେ ଗୌହତ୍ୟା ଘଟଣା କାଶ୍ମୀର ର ନୁହେଁ। ବାକି ୩ ଟି ଫୋଟୋ ଅଲଗା ଅଲଗା ସମୟର ଏବଂ ଅନ୍ୟ ଅନ୍ୟ ସ୍ଥାନ ର ଅଟେ। ଏହି ଫୋଟୋର ପରସ୍ପର ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ଯେ କାଶମିରରେ ଭାରତର ଜାତୀୟ ପତାକା ଉପରେ ଗୌ ହତ୍ୟା କରା ଯାଉ ଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ଫୋଟୋରେ ଥିବା ଘଟଣା କାଶ୍ମିର? କ’ଣ ଭାରତର ଜାତୀୟ ପତାକା ଉପରେ ଗୌ ହତ୍ୟା କରା ଯାଉଛୁ କାଶ୍ମୀରରେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False